Categories: ଜାତୀୟ

ନୌସେନା ଗ୍ଲାଇଡର ଦୁର୍ଘଟଣା: ୨ ଅଧିକାରୀ ମୃତ

କୋଚି, ୪।୧୦: କେରଳର କୋଚିଠାରେ ଏକ ନୌସେନା ଗ୍ଲାଇଡର ଦୁର୍ଘଟଣା ଗ୍ରସ୍ତ ହୋଇଛି। ରବିବାର ସକାଳ ୭ଟାରେ ଗ୍ଲାଇଡ ନିୟନ୍ତ୍ରଣ ହରାଇ ସ୍ଥାନୀୟ ଥୋପୁପାଡ଼ି ପୋଲ ନିକଟରେ ଖସି ପଡ଼ିଛି। ଏଥିରେ ଦୁଇ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ଅଧିକାରୀ ଦ୍ୱୟଙ୍କୁ ଲ୍ୟୁଟନାଟ୍‌ ରାଜୀବ ଝା ଏବଂ ସୁନୀଲ କୁମାର ଭାବେ ଚିହ୍ନଟ କରାଯାଇଛି। ସେମାନଙ୍କୁ ଉଦ୍ଧାର କରି ଆଇଏନ୍‌ଏସ୍‌ ସଞ୍ଜିବନୀକୁ ଅଣା ଯାଇଛି। ଗ୍ଲାଇଡରଟି ଆଇଏନ୍‌ଏସ୍‌ ଗରୁଡ଼ର ବୋଲି ଦକ୍ଷିଣ ନାଭାଲ କମାଣ୍ଡ ପକ୍ଷରୁ କୁହାଯାଇଛି। ଏହା ଉଡ଼ାଣ କରୁଥିବାବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଭଳି ହୋଇଥିବା ଅନୁମାନ କରାଯାଉଛି।

Share