କାବୁଲରେ ନବରାତ୍ରୀ ପାଳନ

କାବୁଲ,୧୩ ।୧୦: ଆଫଗାନିସ୍ତାନକୁ ତାଲିବାନ ନିଜ କବଜାକୁ ନେବା ପରେ ଏଠାରେ ସ୍ଥିତି ସମ୍ପୂର୍ଣ୍ଣ ଭାବେ ବିଗିଡି ଯାଇଥିବା କଥା ସାରା ବିଶ୍ୱକୁ ଜଣା । ତାଲିବାନ ଶାସନରେ ଅତିଷ୍ଠ ହୋଇ ପଡିଛନ୍ତି ଆଫଗାନବାସୀ । ହେଲେ ନବରାତ୍ରୀ ଅବସରରେ ଆଫଗାନିସ୍ତାନରେ ରହୁଥିବା ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟ କାବୁଲର ଆସମାଇ ମନ୍ଦିରରେ ଜମା ହୋଇ ଭଜନ କିର୍ତ୍ତନ କରିଥିବା ଜଣାପଡିଛି । ଧାର୍ମିକ ଆୟୋଜନରେ ଆଫଗାନିସ୍ତାନରେ ସାମାନ୍ୟ ଖୁସି ସହ ଭାରତର ଲୋକଙ୍କ ପାଇଁ ପ୍ରାର୍ଥନା ବି କରାଯାଇଛି । ଏହି ଅବସରରେ ଆଫଗାନିସ୍ତାନରେ ଥିବା ସଂଖ୍ୟାଲଘୁ ଶିଖ ଓ ଇସାଇ ସମ୍ପ୍ରଦାୟର ଲୋକେ ନବରାତ୍ରୀ ପାଳନ କରିଛନ୍ତି । ଏହି ଆୟୋଜନରେ ଜମା ହୋଇଥିବା ଲୋକେ ଆର୍ଥିକ ଓ ସାମାଜିକ ସମସ୍ୟାକୁ ଦର୍ଶାଇ ସେମାନଙ୍କୁ ଆଫଗାନିସ୍ତାନରୁ ସୁରକ୍ଷିତ ବାହାର କରିବା ପାଇଁ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି । ସୂଚନାଯୋଗ୍ୟ, ୧୫ ଅଗଷ୍ଟରେ ତାଲିବାନ ପଂଜଶିର ବ୍ୟତୀତ ସମ୍ପୂର୍ଣ୍ଣ ଆଫଗାନିସ୍ତାନକୁ କବଜା କରିନେବା ସହ ୭ ସେପ୍ଟେମ୍ବରରେ ଅସ୍ଥାୟୀ ସରକାରର ଘୋଷଣା କରିଥିଲା ।

Share