ନବପଞ୍ଚମ ଯୋଗରେ ମାଲାମାଲ ହେବେ ସିଂହ ସମେତ ଏସବୁ ରାଶି: ଖୋଲିବ ଆୟର ଦ୍ୱାର, ଶନିବାରଠୁ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତା ୫ ସେପ୍ଟେମ୍ବର ସକାଳେ ଶୁକ୍ର ଓ ଚନ୍ଦ୍ରଙ୍କ ମଧ୍ୟରେ ଏକ ଶୁଭ ନବପଞ୍ଚମ ଯୋଗ ଗଠନ ହେବ। ଚନ୍ଦ୍ରମା ୫ ସେପ୍ଟେମ୍ବର ସକାଳ ୧୦ଟା ୧୯ ମିନିଟରେ ମିଥୁନ ରାଶିରେ ପ୍ରବେଶ କରିବେ। ତୁଳା ରାଶିରେ ଅବସ୍ଥିତ ଶୁକ୍ରଙ୍କ ସହ ଚନ୍ଦ୍ରଙ୍କ ଏହି ସ୍ଥିତି ନବପଞ୍ଚମ ଯୋଗ ସୃଷ୍ଟି କରିବ। ଜ୍ୟୋତିଷ ମତ ଅନୁସାରେ ଏହି ଶୁଭ ଯୋଗର ପ୍ରଭାବରେ କିଛି ରାଶିର ଜାତକଙ୍କୁ ଧନ, କ୍ୟାରିୟର, ଶିକ୍ଷା, ପରିବାର ଓ ଭାଗ୍ୟ ସମ୍ପର୍କିତ କ୍ଷେତ୍ରରେ ଭଲ ଫଳ ମିଳିପାରେ। ଆସନ୍ତୁ ଜାଣିବା କେଉଁ ରାଶି ପାଇଁ ଏହି ଯୋଗ ଶୁଭ ହୋଇପାରେ।

ନବପଞ୍ଚମ ଯୋଗ ମିଥୁନ ରାଶିର ଲୋକଙ୍କ ପାଇଁ ଅନୁକୂଳ ଫଳ ଆଣିପାରେ। ଚନ୍ଦ୍ରମା ଆପଣଙ୍କ ରାଶିରେ ଗୋଚର କରି ଶୁକ୍ରଙ୍କ ସହ ନବପଞ୍ଚମ ଯୋଗ ଗଠନ କରିବେ। ଏହାର ପ୍ରଭାବରେ କ୍ୟାରିୟର ଓ ଶିକ୍ଷା କ୍ଷେତ୍ରରେ ଭଲ ପରିବର୍ତ୍ତନ ଦେଖିବାକୁ ମିଳିପାରେ।
କିଛି ଲୋକଙ୍କୁ ମନପସନ୍ଦ ସ୍ଥାନରେ ଚାକିରି ମିଳିପାରେ। ଭାଗ୍ୟର ମଧ୍ୟ ପୂର୍ଣ୍ଣ ସହଯୋଗ ମିଳିବାର ସମ୍ଭାବନା ରହିଛି। ଏହି ସମୟରେ କରାଯାଇଥିବା ନିବେଶ ଭବିଷ୍ୟତରେ ଲାଭ ଦେଇପାରେ।

ସିଂହ ରାଶିର ଜାତକଙ୍କ ପାଇଁ ମଧ୍ୟ ଏହି ଯୋଗ ଶୁଭ ଫଳ ଦେଇପାରେ। ନବପଞ୍ଚମ ଯୋଗ ସମୟରେ ଚନ୍ଦ୍ରମା ଆପଣଙ୍କ ଏକାଦଶ ଭାବରେ ରହିବେ, ଯାହାକୁ ଲାଭର ଭାବ ବୋଲି କୁହାଯାଏ। ଅନ୍ୟପଟେ ଶୁକ୍ର ପରାକ୍ରମ ଭାବରେ ରହିବେ।
ଏହାର ପ୍ରଭାବରେ ଆୟର ନୂଆ ଉତ୍ସ ଖୋଲିପାରେ। ପାରିବାରିକ ଜୀବନ ମଧ୍ୟ ଭଲ ରହିବାର ସମ୍ଭାବନା ଅଛି। ପରିବାର ସଦସ୍ୟଙ୍କ ସହ ଭଲ ସମୟ ବିତାଇପାରନ୍ତି। କୋର୍ଟ-କଚେରୀ ସମ୍ପର୍କିତ ମାମଲାରେ ଭାଗ୍ୟର ସାଥ ମିଳିପାରେ ଏବଂ ଦୀର୍ଘଦିନ ଧରି ଚାଲିଥିବା କୌଣସି ମାମଲାରେ ବିଜୟ ମିଳିପାରେ। ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ସକାରାତ୍ମକ ପରିବର୍ତ୍ତନ ଆସିପାରେ।

ତୁଳା ରାଶି ପାଇଁ ମଧ୍ୟ ନବପଞ୍ଚମ ଯୋଗ ଖୁବ ଶୁଭ ହୋଇପାରେ। ଶୁକ୍ର ତୁଳା ରାଶିର ସୱାମୀ ଏବଂ ଆପଣଙ୍କ ପ୍ରଥମ ଭାବରେ ଅବସ୍ଥିତ ରହିବେ। ସେହିପରି ୫ ସେପ୍ଟେମ୍ବରରେ ଚନ୍ଦ୍ରମା ଆପଣଙ୍କ ନବମ ଭାବରେ ଗୋଚର କରିବେ।
ଏହି ଯୋଗର ପ୍ରଭାବରେ ଭାଗ୍ୟର ପୂର୍ଣ୍ଣ ସହଯୋଗ ମିଳିପାରେ। ଦୀର୍ଘଦିନ ଧରି ଅଟକି ରହିଥିବା କାମ ସମ୍ପୂର୍ଣ୍ଣ ହୋଇପାରେ। କିଛି ଲୋକ ନୂଆ ଗାଡ଼ି କିମ୍ବା ସମ୍ପତ୍ତି କିଣିବାରେ ସଫଳ ହୋଇପାରନ୍ତି। ବୈବାହିକ ଜୀବନରେ ମଧ୍ୟ ସକାରାତ୍ମକ ପରିବର୍ତ୍ତନ ଦେଖାଦେଇପାରେ।

କୁମ୍ଭ ରାଶିର ଲୋକଙ୍କ ପାଇଁ ନବପଞ୍ଚମ ଯୋଗ ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ହୋଇପାରେ। ଗତ ସମୟରେ କରିଥିବା କୌଣସି ନିବେଶରୁ ଭଲ ରିଟର୍ନ ମିଳିବାର ଯୋଗ ରହିଛି।
ଏହି ରାଶିର ଛାତ୍ରୀଛାତ୍ରମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇପାରନ୍ତି। ଭାଗ୍ୟର ସହଯୋଗ ମଧ୍ୟ ମିଳିବାର ସମ୍ଭାବନା ରହିଛି। ସାମାଜିକ ସ୍ତରରେ କୁମ୍ଭ ରାଶିର ଜାତକମାନେ ମାନ-ସମ୍ମାନ ହାସଲ କରିପାରନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମାଷ୍ଟମୀରେ ମହାସଂଯୋଗ କରିବ ମନି ମେକର୍‌, ୯ଟି ରାଶି ହେବ ଧନବାନ!

ଚଳିତ ବର୍ଷ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ୱ କେବଳ ଧାର୍ମିକ ଦୃଷ୍ଟିକୋଣରୁ ନୁହେଁ, ବରଂ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମଧ୍ୟ ଅତ୍ୟନ୍ତ ବିରଳ ଏବଂ ଶୁଭଙ୍କର। ୪ ସେପ୍ଟେମ୍ୱର…

କାହିଁକି ସ୍ବୟଂବର କରିଥିଲେ ରାଖୀ ସାୱନ୍ତ? ଖୋଲିଦେଲେ ଅସଲ କାରଣ, କହିଲେ-ବିବାହ ପାଇଁ ନୁହେଁ ବରଂ…

ମୁମ୍ବାଇ: ବଲିଉଡର ‘ଡ୍ରାମା କ୍ୱିନ’ ଭାବେ ପରିଚିତ ରାଖୀ ସାୱନ୍ତ ପୁଣିଥରେ ଚର୍ଚ୍ଚାରେ। ୨୦୦୯ରେ ତାଙ୍କ ସ୍ବୟଂବର ରିଆଲିଟି ଶୋ’ ଟେଲିଭିଜନରେ ଖୁବ ଚର୍ଚ୍ଚିତ ହୋଇଥିଲା। ସେତେବେଳେ…

କୋରାପୁଟ ଜିଲାର ୮୮,୨୮୯ ଚାଷୀଙ୍କୁ ୧୭.୮୮ କୋଟିର ସିଏମ୍‌-କିଷାନ ସହାୟତା

କୋରାପୁଟ, ୪।୯ (ଅମିତାଭ ବେହେରା): ରବି ଋତୁରେ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ସିଏମ୍‌-କିଷାନ ଯୋଜନାର ୫ମ କିସ୍ତି ଶୁକ୍ରବାର ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥିତ ଓୟୁଏଟିର…

ବଡ଼ ଘୋଷଣା କଲା BCCI, ଟିମ ଇଣ୍ଡିଆ ପ୍ରଥମ ଥର ପାଇଁ…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଶୁକ୍ରବାର ବଡ଼ ଘୋଷଣା କରିଛି। ଏସିଆନ ଗେମ୍ସରେ ନିଜ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତୀୟ ପୁରୁଷ କ୍ରିକେଟ…

ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ଦିଗପହଣ୍ଡି,୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପାଇକ ସାହି ନିକଟ ଶ୍ରୀକୃଷ୍ଣ ଚୈତନ୍ୟ ଆଶ୍ରମ ପରିସରରେ ଥିବା ଶ୍ରୀ ରାଧା ବିନୋଦ ବିହାରୀଜୀଉ(ରାଧାକୃଷ୍ଣ) ମନ୍ଦିରରେ ଭାଦ୍ରବ…

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ, ଶ୍ରୀକୃଷ୍ଣ ମେଳା

ଛତ୍ରପୁର, ୪।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଓ ଶ୍ରୀକୃଷ୍ଣ ମେଳା ବର୍ଣ୍ଣାଢ଼୍ୟ ପରିବେଶରେ ପାଳିତ…

ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏମିତି କହିଲେ ମିଥୁନ ଚକ୍ରବର୍ତ୍ତୀ, ସଭିଏଁ ଆଶ୍ଚର୍ଯ୍ୟ

କୋଲକାତା,୪।୯: ବରିଷ୍ଠ ଅଭିନେତା, ପଦ୍ମଭୂଷଣ ପୁରସ୍କାରପ୍ରାପ୍ତ ଏବଂ ପୂର୍ବତନ ଭାଜପା ରାଜ୍ୟ ସଭା ସାଂସଦ ମିଥୁନ ଚକ୍ରବର୍ତ୍ତୀ ଶୁକ୍ରବାର ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ…

ପୁଣି ପେନଶନ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌, ପେନଶନଧାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍ଲୀ,୪।୯: ୮ମ ବେତନ ଆୟୋଗ (8th Pay Commission) ଗଠନ ହେବାର ୧୦ ମାସ ପୂରଣ ହୋଇସାରିଛି। ଜଷ୍ଟିସ ରଞ୍ଜନା ପ୍ରକାଶ ଦେଶାଇଙ୍କ ଅଧ୍ୟକ୍ଷତାରେ ଗଠିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri