ଗୁରୁ-ଚନ୍ଦ୍ରଙ୍କ ନବପଞ୍ଚମ ଯୋଗ: ଆଜିଠୁ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ଆର୍ଥିକ ଲାଭ ସହ ହେବ ମାଲାମାଲ

ଭୁବନେଶ୍ୱର: ବୈଦିକ ଜ୍ୟୋତିଷ ଅନୁସାରେ ଗ୍ରହ ଓ ନକ୍ଷତ୍ରଙ୍କ ଚଳନର ପ୍ରଭାବ ମଣିଷର ଜୀବନ ଉପରେ ପଡ଼ିଥାଏ। ଚନ୍ଦ୍ରଙ୍କ ଗୋଚର ପରେ ବିଛା ରାଶିରେ ଥିବା ଚନ୍ଦ୍ର ଏବଂ କର୍କଟ ରାଶିରେ ଅବସ୍ଥିତ ଗୁରୁଙ୍କ ମଧ୍ୟରେ ନବପଞ୍ଚମ ଯୋଗ ସୃଷ୍ଟି ହେବ। ଜ୍ୟୋତିଷ ମତରେ ଏହାକୁ ଏକ ଶୁଭ ଯୋଗ ଭାବେ ବିବେଚନା କରାଯାଏ।

ଦୁଇଟି ଗ୍ରହ ପରସ୍ପରଠାରୁ ପଞ୍ଚମ ଏବଂ ନବମ ଭାବରେ ଅବସ୍ଥାନ କଲେ ନବପଞ୍ଚମ ଯୋଗ ଗଠିତ ହୋଇଥାଏ। ଗୁରୁ ଓ ଚନ୍ଦ୍ରଙ୍କ ଏହି ଶୁଭ ସଂଯୋଗର ପ୍ରଭାବରେ ବୃଷଭ, କର୍କଟ, କନ୍ୟା ଓ ମୀନ ରାଶିର ଲୋକମାନେ ବିଶେଷ ଲାଭ ପାଇପାରନ୍ତି ବୋଲି ଜ୍ୟୋତିଷୀୟ ମତ ରହିଛି।

ବୃଷଭ ରାଶିର ଲୋକଙ୍କ ପାଇଁ ଏହି ନବପଞ୍ଚମ ଯୋଗ ଶୁଭ ଫଳ ଆଣିପାରେ। କ୍ୟାରିୟରରେ ସଫଳତା ମିଳିବାର ଯୋଗ ରହିଛି। ଚାକିରି କରୁଥିବା ବ୍ୟକ୍ତିଙ୍କୁ ପଦୋନ୍ନତି ମିଳିପାରେ। ବ୍ୟବସାୟୀଙ୍କ ପାଇଁ ମଧ୍ୟ ସମୟ ଅନୁକୂଳ ରହିବ। ବଡ଼ ଡିଲ ହେବା ଫଳରେ ଭଲ ଲାଭ ମିଳିପାରେ। ନିବେଶ କ୍ଷେତ୍ରରେ ମଧ୍ୟ ଲାଭର ସମ୍ଭାବନା ରହିଛି।

ଗୁରୁ-ଚନ୍ଦ୍ରଙ୍କ ନବପଞ୍ଚମ ଯୋଗ କର୍କଟ ରାଶି ପାଇଁ ମଧ୍ୟ ଶୁଭ ସାବ୍ୟସ୍ତ ହୋଇପାରେ। କ୍ୟାରିୟରରେ ଉନ୍ନତିର ସୁଯୋଗ ମିଳିବ। ଆର୍ଥିକ ସ୍ଥିତି ମଜବୁତ ହୋଇପାରେ। ଦାମ୍ପତ୍ୟ ଜୀବନରେ ସୁଖ ଓ ଶାନ୍ତି ବଢ଼ିବା ସହ ମାନସିକ ଶାନ୍ତି ମିଳିପାରେ। ଆଗାମୀ ଦିନରେ ଅର୍ଥ ସମ୍ବନ୍ଧୀୟ ନିଷ୍ପତ୍ତିରୁ ଲାଭ ପାଇବାର ଯୋଗ ରହିଛି।

କନ୍ୟା ରାଶିର ଜାତକଙ୍କ ପାଇଁ ମଧ୍ୟ ଏହି ଯୋଗ ଅନୁକୂଳ ରହିପାରେ। ନିବେଶରୁ ଲାଭ ମିଳିବାର ସମ୍ଭାବନା ରହିଛି। ଆର୍ଥିକ ଦୃଷ୍ଟିରୁ ସମୟ ଭଲ ରହିବ। କାର୍ଯ୍ୟକ୍ଷେତ୍ରରେ ଉନ୍ନତି ସହ ନୂଆ ସୁଯୋଗ ମିଳିପାରେ। ଛାତ୍ରୀଛାତ୍ରଙ୍କ ପାଇଁ ମଧ୍ୟ ସମୟ ଅନୁକୂଳ ରହିବ ଏବଂ ପାଠପଢ଼ାରେ ଭଲ ଫଳ ମିଳିପାରେ।

ମୀନ ରାଶିର ଲୋକଙ୍କ ପାଇଁ ଗୁରୁ-ଚନ୍ଦ୍ରଙ୍କ ଏହି ଶୁଭ ଯୋଗ ଆର୍ଥିକ ଦୃଷ୍ଟିରୁ ଫଳଦାୟକ ହୋଇପାରେ। ଆୟ ବଢ଼ିବା ସହ ବ୍ୟାଙ୍କ ବାଲାନ୍ସ ମଧ୍ୟ ବୃଦ୍ଧି ପାଇପାରେ। ଚାକିରି କରୁଥିବା ବ୍ୟକ୍ତିଙ୍କୁ ପଦୋନ୍ନତି କିମ୍ବା ନୂଆ ସୁଯୋଗ ମିଳିବାର ଯୋଗ ରହିଛି। ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ।

 

Dharitri – Odisha’s No.1 Odia Daily

Share
Tags: rashiphala