ଭୁବନେଶ୍ୱର,୧୦।୧: ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟ ଜଣ୍ଡିସ ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ରହିଛି। ଏ ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସୂଚନା ଦେଇଛନ୍ତି। ସ୍କୁଲ ରୋଷେଇ ଘର ପାଇପ ଫାଟି ପାଣି ଦୂଷିତ ହୋଇଥିଲା। ସେହି ପାଣିରୁ ଜଣ୍ଡିସ ବ୍ୟାପିଥିଲା, ପାଣି ରିପୋର୍ଟ ଆସିବା ପରେ ଜଣାପଡ଼ିଛି। ସ୍ବଚ୍ଛ ପାନୀୟ ଜଳ ଯୋଗାଇବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍ଥିତି ନିୟନ୍ତ୍ରଣରେ ଅଛି, ସବୁ ମ୍ୟୁନିସପାଲିଟିକୁ ସଜାଗ ରହିବାକୁ କୁହାଯାଇଛି ।


