Categories: ଜାତୀୟ

ଜେଲ୍‌ରୁ ମୁକୁଳିବା ପରେ ହସ୍ପିଟାଲ ଗଲେ ନବନୀତ

ମୁମ୍ବାଇ,୫।୫: ହନୁମାନ ଚାଳିଶା ବିବାଦକୁ ନେଇ ଗିରଫ ହୋଇଥିବା ଅମରାବତୀର ନିର୍ଦ୍ଦଳୀୟ ଏମ୍‌ପି ନବନୀତ ରାଣା ଦୀର୍ଘ ୧୨ ଦିନ ପରେ ଗୁରୁବାର ଜେଲ୍‌ରୁ ମୁକୁଳିଛନ୍ତି। ସ୍ବାସ୍ଥ୍ୟଗତ କାରଣରୁ ସମୟ ପୂର୍ବରୁ ସେ ଜେଲ୍‌ରୁ ମୁକୁଳିଥିବା ଜଣାପଡ଼ିଛି। ତେବେ ଗୁରୁବାର ସନ୍ଧ୍ୟାରେ ବିଧାୟକ ସ୍ବାମୀ ରବି ରାଣା ତଲୋଜା ଜେଲ୍‌ରୁ ମୁକୁଳିବେ। ମୁମ୍ବାଇ ବୋରିଭଲି ସେସନ୍‌ କୋର୍ଟ ବୁଧବାର ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ଗୁରୁବାର ବୋରିଭଲି ସେସନ୍‌ କୋର୍ଟରେ ରାଣା ଦମ୍ପତିଙ୍କ ପକ୍ଷରୁ ୫୦-୫୦ହଜାର ଟଙ୍କାର ବେଲ୍‌ ବଣ୍ଡ ଜମା କରିବା ପରେ ସେମାନଙ୍କୁ ଜେଲ୍‌ରୁ ମୁକୁଳିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶ ପରେ ବାଏକୋଲା ମହିଳା ଜେଲ୍‌ରୁ ନବନୀତ ରାଣା ମୁକୁଳିଛନ୍ତି। ଜେଲ୍‌ରୁ ମୁକୁଳିବା ପରେ ସିଧାସଳଖ ସେ ଚିକିତ୍ସା ପାଇଁ ଲୀଲାବତି ହସ୍ପିଟାଲ ପହଞ୍ଚିଛନ୍ତି ବୋଲି ଓକିଲ ଦୀପ ମିଶ୍ରା ସୂଚନା ଦେଇଛନ୍ତି। ତେବେ ସନ୍ଧ୍ୟା ୫ଟାରେ ରବି ରାଣା ଜେଲ୍‌ରେ ମୁକୁଳିବେ ବୋଲି ସୂଚନା ରହିଛି।

Share