Categories: ଜାତୀୟ

ତୁଟିଲା କଳି: ଏକାଠି ସାମ୍ନାକୁ ଆସିଲେ ଅମରିନ୍ଦର-ସିଦ୍ଧୁ

ଚଣ୍ଡିଗଡ,୨୩।୭: ପଞ୍ଜାବରେ ଅଗାମୀ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ସଙ୍କଟ ଦୂର ହେଲା ପରି ଲାଗୁଛି। ଶୁକ୍ରବାର କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ସମ୍ଭାଳିବେ। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ସମସ୍ତ କଂଗ୍ରେସ ବିଧାୟକ ଏବଂ ଅଧିକାରୀଙ୍କ ସହ ଏକ ଚା’ ପାର୍ଟି ଡକାଇଛନ୍ତି। ପଞ୍ଜାବ ଭବନରେ ଏହି ଚା’ ପାର୍ଟି ଡକାଯାଇଛି। ନବଜୋତ ସିଂଙ୍କ ସମେତ ଅନ୍ୟ ନେତା ସମସ୍ତ ନେତା ଏହି ଚା’ ପାର୍ଟିରେ ଯୋଗ ଦେଇଛନ୍ତି। ସୂଚନାଯୋଗ୍ୟ, ସମସ୍ତ ବିବାଦକୁ ଭୁଲି ଗୁରୁବାର କ୍ୟାପଟେନ ଅମରିନ୍ଦର ସିଂ ସିଦ୍ଧୁଙ୍କ ଦାୟିତ୍ୱ ଗ୍ରହଣ ସମାରୋହରେ ଯୋଗଦେବାକୁ ରାଜି ହୋଇଥିଲେ। ତେବେ ସିଦ୍ଧୁ ତାଙ୍କ ଦାବି ଅନୁଯାୟୀ କ୍ୟାପଟେନଙ୍କୁ କ୍ଷମା ମାଗି ନାହାଁନ୍ତି। କିନ୍ତୁ ପାର୍ଟି ହାଇକମାଣ୍ଡର ନିର୍ଦ୍ଦେଶ ପରେ କ୍ୟାପଟେନ ଏହି ସମାରୋହରେ ଅଂଶଗ୍ରହଣ କରିବାକୁ ରାଜି ହୋଇଛନ୍ତି।

Share