Categories: ଜାତୀୟ

ନିଜ ସରକାର ବିରୋଧରେ ମୋର୍ଚ୍ଚା ଖୋଲିଲେ ସିଦ୍ଧୁ

ଚଣ୍ଡିଗଡ଼,୩।୩: ପଞ୍ଜାବ ବିଧାନସଭାରେ ବଜେଟ ଉପସ୍ଥାପିତ ହେବା ପୂର୍ବରୁ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ବିଧାୟକ ନବଜୋତ ସିଂ ସିଦ୍ଧୁ ପୁଣିଥରେ ନିଜ ସରକାର ବିରୋଧରେ ଏକ ମୋର୍ଚ୍ଚା ଖୋଲିଛନ୍ତି। ଏକ ଭିଡିଓ ସେୟାର କରି ସିଦ୍ଧୁ ଅଭିଯୋଗ କରିଛନ୍ତି ଯେ ପଞ୍ଜାବକୁ ମିଳୁଥିବା ରାଜସ୍ବର ମାତ୍ର ଏକ ପ୍ରତିଶତ ଲୋକଙ୍କୁ ପାଖରେ ପହଞ୍ଚୁଛି। ରାଜ୍ୟର ୯୯ ପ୍ରତିଶତ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମାର୍ଚ୍ଚ ୫ରେ ପଞ୍ଜାବ ସରକାରଙ୍କ ପକ୍ଷରୁ ବିଧାନସଭାରେ ବଜେଟ ଉପସ୍ଥାପିତ ହେବ। ଏହାପୂର୍ବରୁ ସିଦ୍ଧୁଙ୍କ ଭିଡିଓରେ ରାଜ୍ୟର ଆୟ ଏବଂ ଖର୍ଚ୍ଚର ସବିଶେଷ ତଥ୍ୟ ଦେଖାଯାଇଛି। ଚଳିତ ବର୍ଷ ପଞ୍ଜାବ ଉପରେ ୨.୪୮ ଲକ୍ଷ କୋଟି ଟଙ୍କା ଋଣ ବୋଝ ହେବ। ଏହି ପରିମାଣ ସରକାରୀ ଅନୁଷ୍ଠାନର ଋଣକୁ ମିଶାଇ ୩.୫ କୋଟି ଟଙ୍କାରେ ପହଞ୍ଚିଯିବ। ସରକାରଙ୍କ ରାଜସ୍ବ ଆସୁଛି କିନ୍ତୁ ଏହା ବ୍ୟକ୍ତିଗତ ହାତକୁ ଯାଉଛି ବୋଲି ସେ କହିଛନ୍ତି।

Share