Categories: ଜାତୀୟ

ପୁଣି ରାଗିକି ନିଆଁବାଣ ହେଲେ ସିଦ୍ଧୁ

ଚଣ୍ଡିଗଡ,୩।୧୦: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ରବିବାର ପଞ୍ଜାବ ଡିଜିପି ଏବଂ ଏଜିଙ୍କୁ ହଟାଇବାକୁ ଦାବି କରିଛନ୍ତି। ସିଦ୍ଧୁ କହିଛନ୍ତି ଯେ, ଯଦି ଏମାନଙ୍କୁ ବଦଳା ନ ଯିବ ତେବେ ଆମ ପାଖରେ କୌଣସି ଚେହେରା ରହିବ ନାହିଁ।
ସୂଚନାଯୋଗ୍ୟ, ଡିଜିପି ଏବଂ ଏଜିଙ୍କ ନିଯୁକ୍ତିକୁ ବିରୋଧ କରି ନବଜୋତ ସିଂ ସିଦ୍ଧୁ ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଏହାପରେ ମଧ୍ୟ ସିଦ୍ଧୁ ଚରଣଜିତ ସିଂ ଚନ୍ନି ସରକାର ଉପରେ କ୍ରମାଗତ ଭାବରେ ଚାପ ପକାଉଛନ୍ତି। ଇସ୍ତଫା ପରେ ଚଣ୍ଡିଗଡ଼ର ପଞ୍ଜାବ ଭବନରେ ଚନ୍ନି ଏବଂ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସିଦ୍ଧୁ ଡିଜିପି ଏବଂ ଏଜି ପରିବର୍ତ୍ତନ କରିବାକୁ ଦାବି ଉଠାଇଥିଲେ। ଏହା ପରେ ଏକ ତିନି ଜଣିଆ କମିଟି ଗଠନ କରାଯାଇଥିଲା। ପ୍ରମୁଖ ନିଷ୍ପତ୍ତି ନେବା ପୂର୍ବରୁ ଏହି କମିଟି ପରାମର୍ଶ କରିବ। ଏହି କମିଟିରେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି, ନବଜୋତ ସିଂ ସିଦ୍ଧୁ ଏବଂ ହରିଶ ଚୌଧୁରୀ ରହିଛନ୍ତି।

Share