Categories: ଜାତୀୟ

ସୋନିଆଙ୍କୁ ଭେଟିବାକୁ ଗଲେ ସିଦ୍ଧୁ

ନୂଆଦିଲ୍ଲୀ,୮ ।୨: କୃଷକ ଆନ୍ଦୋଳନ ମଧ୍ୟରେ ସୋମବାର କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବାକୁ ଦିଲ୍ଲୀସ୍ଥିତ ତାଙ୍କ ଘରେ ପହଞ୍ଚିଛନ୍ତି । ଏମାନଙ୍କ ମଧ୍ୟରେ କୃଷକ ଆନ୍ଦୋଳନକୁ ନେଇ ଆଲୋଚନା ହୋଇପାରେ ବୋଲି ଅନୁମାନ କରାଯାଉଛି । ସୂଚନାଯୋଗ୍ୟ, ସିଦ୍ଧୁ ଏବେ ପଞ୍ଜାବ ରାଜନୀତିରେ ସକ୍ରିୟ ନାହାନ୍ତି କହିଲେ ଚଳେ । କିନ୍ତୁ ସୋସିଆଲ ମିଡିଆ ଟୁଇଟରରେ ସେ ଖୁବ୍ ସକ୍ରିୟ । ଶାୟରି ମାଧ୍ୟମରେ ସେ ନିଜର ମତ ପ୍ରକାଶ କରିଥାଆନ୍ତି । ଏମିତିକି ସୋନିଆଙ୍କ ସହ ସାକ୍ଷାତ୍ ପୂର୍ବରୁ ସେ ଟୁଇଟ୍ କରି ଏହା ଜଣାଇଥିଲେ । ଅନ୍ୟପଟେ ସିଦ୍ଧୁଙ୍କର ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ସହ ଭଲ ପଡୁ ନ ଥିବା ବେଳେ ଆସନ୍ତା ବର୍ଷ ପଞ୍ଜାବରେ ନିର୍ବାଚନ ହେବାର ଅଛି । ତେଣୁ ଏହାକୁ ନେଇ ବି ସେ ସୋନିଆଙ୍କ ସହ କିଛି କଥା ହୋଇ ପାରନ୍ତି ବୋଲି କୁହାଯାଉଛି ।

Share