କଂଗ୍ରେସର ଷ୍ଟାର୍‌ ପ୍ରଚାରକ ତାଲିକାରେ ଚନ୍ନି ଇନ୍‌, ସିଦ୍ଧୁ ଆଉଟ୍‌

ନୂଆଦିଲ୍ଲୀ,୩।୨: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। ଏଥିରେ କଂଗ୍ରେସ କାର୍ଯ୍ୟକାରୀ ସଭାପତି ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ୩୦ ଜଣଙ୍କ ନାମ ରହିଛି। ଏଥିରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ନାମ ମଧ୍ୟ ସାମିଲ ଅଛି କିନ୍ତୁ ପଞ୍ଜାବ କଂଗ୍ରେସ ରାଜ୍ୟ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ନାମ ଏଥିରେ ନାହିଁ।
ଉତ୍ତରାଖଣ୍ଡ ପାଇଁ କଂଗ୍ରେସର ତାରକା ପ୍ରଚାରକ ତାଲିକାରେ ଗୁଲାମ ନବୀ ଆଜାଦଙ୍କ ନାମ ମଧ୍ୟ ସାମିଲ ହୋଇଛି। କେନ୍ଦ୍ର ସରକାର ଗତ ମାସରେ ଆଜାଦକୁ ପଦ୍ମ ଭୂଷଣ ପୁରସ୍କାର ଘୋଷଣା କରିଛନ୍ତି। ଏହି କାରଣରୁ ତାଙ୍କୁ ବହୁତ ସମାଲୋଚନା କରାଯାଇଥିଲା। ଏହି ତାଲିକାରେ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ, ରଣଦୀପ ସୁରଜେୱାଲାଙ୍କ ନାମ ମଧ୍ୟ ରହିଛି।

Share