ଭୁବନେଶ୍ୱର,୯।୨: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଉକ୍ତ ଚିଠିରେ ନବୀନ ଲେଖିଛନ୍ତି, ରାଜ୍ୟରେ ଥିବା ମଣ୍ଡିଗୁଡ଼ିକ ଏବେ ନିର୍ଯାତନାର କେନ୍ଦ୍ର ପାଲଟିଛି। ବିଭିନ୍ନ ଆଳରେ କ୍ୱିଣ୍ଟାଲ ପିଛା ୫ରୁ ୭ କେଜି କଟନୀ-ଛଟନୀ ପରିତାପର ବିଷୟ ସାଜିଛି। ମିଲର-ଅଧିକାରୀ ମଧୁଚନ୍ଦ୍ରିକା ଯୋଗୁ ଚାଷୀଙ୍କୁ ସେମାନଙ୍କୁ ମୂଲ୍ୟ ମିଳୁନି।
ଇନପୁଟ ସବ୍ସିଡି ପ୍ରଦାନ ପାଇଁ ୧୫୦ କ୍ୱିଣ୍ଟାଲ ସିଲିଙ୍ଗ ସଂକଳ୍ପ ପତ୍ରର ଉଲ୍ଲଙ୍ଘନ କରାଯାଉଛି ବୋଲି ନବୀନ ଉକ୍ତ ଚିଠିରେ ଦର୍ଶାଇଛନ୍ତି।
ଅନ୍ୟପକ୍ଷେ, ଏହି ସିଲିଙ୍ଗ ଅଧିକ ଉତ୍ପାଦନ କରୁଥିବା ଚାଷୀମାନଙ୍କ ପାଇଁ ଦଣ୍ଡ ସ୍ବରୁପ ବୋଲି ନବୀନ ଚିଠିଲେ ଉଲ୍ଲେଖ କରିଛନ୍ତି।

