Posted inଜାତୀୟ

ନବୀନ ବଢାଇବେ ଭାଜପାର ଟେନଶନ, ରାଜ୍ୟ ସଭାରେ ହେବ ଅଡୁଆ

ନୂଆଦିଲ୍ଲୀ,୪।୭: ଯଦିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ଦେଶରେ କ୍ଷମତା ହାସଲ କରିଛନ୍ତି, କିନ୍ତୁ ୨୦୨୪ର ନିର୍ବାଚନ ଫଳାଫଳ ସଂସଦର ଚିତ୍ର ବଦଳାଇ ଦେଇଛି। ଅଦ୍ୟାବଧି ନବୀନ ପଟ୍ଟନାୟକଙ୍କ ଦଳ ବିଜେଡି ଭାଜପା ଏବଂ ମୋଦି ସରକାରଙ୍କ ସଙ୍କଟମୋଚନ ସାଜିଥିବାବେଳେ ଏବେ ବିଜେଡି ତା’ର ରାଜନୈତିକ ରଣନୀତି ପରିବର୍ତ୍ତନ କରିଛି। ପୂର୍ବରୁ ଦେଖାଯାଉଥିଲା କି, କୌଣସି ବିଲ୍‌କୁ ପାରିତ କରିବା ହେଉ କି କୌଣସି ପ୍ରସଙ୍ଗରେ ସମର୍ଥନ ଦେବା ହେଉ ବିଜେଡି ସବୁବେଳେ ଭାଜପାକୁ ସମର୍ଥନ ଦେଇ ଆସିଛି। ଯାହାର ବ୍ୟତିକ୍ରମ ୨୦୨୪ ନିର୍ବାଚନ ପରେ ଦେଖିବାକୁ ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରତ୍ୟେକ ପଦକ୍ଷେପରେ ମୋଦି ସରକାରଙ୍କୁ ସମର୍ଥନ କରୁଥିବା ବିଜେଡି ଏବେ ବିରୋଧୀ କ୍ୟାମ୍ପ ସହ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ଏହାର ଏକ ଉଦାହରଣ ବୁଧବାର ରାଜ୍ୟ ସଭାର ଶେଷ ଅଧିବେଶନରେ ଦେଖିବାକୁ ମିଳିଥିଲା। ଏଭଳି ପରିସ୍ଥିତିରେ ବିଜେଡିର ବଦଳିଥିବା ରାଜନୈତିକ ମନୋଭାବ ଭାଜପା ପାଇଁ ଅଡୁଆ ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି।

ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ସରକାର ଗଠନ ହେବା ପରଠାରୁ ଭାଜପା ପ୍ରତ୍ୟେକ ପଦକ୍ଷେପରେ ଏନଡିଏ ନେତୃତ୍ୱରେ ଛିଡା ହୋଇଥିବା ଦେଖିବାକୁ ମିଳିଛି। ୨୦୧୪ରୁ ୨୦୨୪ ନିର୍ବାଚନ ପର୍ଯ୍ୟନ୍ତ ବିଜେଡି ପ୍ରତ୍ୟେକ ଥର ଭାଜପାକୁ ସମର୍ଥନ କରିଆସୁଛି। ଉଦାହରଣ ସ୍ବରପ ଧାରା ୩୭୦ରଦ୍ଦ କରିବା, ତ୍ରିପଲ ତଲାକକୁ ବେଆଇନ ଘୋଷଣା କରିବା ଏବଂ ନାଗରିକତ୍ୱ ସଂଶୋଧନ (CAA) ବିଲ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ଘଟଣାରେ ବିଜେଡି ସଂସଦରେ ମୋଦି ସରକାରଙ୍କ ସହ ଛିଡା ହୋଇଛି। ଏମିତି କି, ଯେତେବେଳେ ସଂସଦରେ ବିରୋଧୀ ମୋଦି ସରକାରଙ୍କ ବିରୋଧରେ ଅବିଶ୍ୱାସ ଆଣିବାକୁ ଚେଷ୍ଟା କରିଛନ୍ତି, ସେତେବେଳେ ନବୀନ ଭାଜପା ପାଇଁ ସଙ୍କଟମୋଚକ ଭାବେ ଉଭା ହୋଇଛନ୍ତି।

ଲୋକସଭାରେ, ୨୦୧୪ରୁ ୨୦୨୪ପର୍ଯ୍ୟନ୍ତ ଭାଜପା ପ୍ରତ୍ୟେକ ବିଲ ନିଜେ ପାସ୍‌ କରିଆସୁଥିଲା। କାରଣ ଏଥିରେ ସଂଖ୍ୟାଗରିଷ୍ଠତା ରହିଥିଲା। ରାଜ୍ୟ ସଭାରେ ସଂଖ୍ୟାଗରିଷ୍ଠତା ଅଭାବରୁ ବିଜେଡି ଏବଂ YSR କଂଗ୍ରେସ ଭଳି ଦଳ ଭାଜପାକୁ ସମର୍ଥନ କରୁଛନ୍ତି। ଏହି ଦୁଇ ଦଳର ସମର୍ଥନ ହାସଲ କରି ଭାଜପା ନିର୍ଦ୍ୱନ୍ଦରେ ସମର୍ଥନ ପାଇ ପାରୁଛି। କିନ୍ତୁ ୨୦୨୪ ଲୋକ ସଭା ନିର୍ବାଚନ ପରେ ପରିସ୍ଥିତି ବଦଳି ଯାଇଛି। ଓଡିଶାରେ କ୍ଷମତା ହରାଇବା ଏବଂ ଲୋକ ସଭା ନିର୍ବାଚନରେ ପରାଜୟ ପରେ ନବୀନ ପଟ୍ଟନାୟକଙ୍କ ରାଜନୈତିକ ମନୋଭାବରେ ପରିବର୍ତ୍ତନ ଆସିଛି। ଏହାର ସ୍ପଷ୍ଟ ପ୍ରମାଣ ଦେଖିବାକୁ ମିଳିଛି ଯେତେବେଳେ ନିର୍ବାଚନ ହାରିବା ପରେ ନବୀନ ପଟ୍ଟନାୟକ ଏକ ବଡ଼ ବୈଠକ ଡକାଇ ଏମପିମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ସେ କହିଥିଲେ କି, ବିଜେଡି ଏବେ ସମ୍ପୂର୍ଣ୍ଣ ରୂପେ ବିରୋଧୀ ଦଳର ଭୂମିକା ନିର୍ବାହ କରିବ। ଯାହାର ସ୍ପଷ୍ଟଚିତ୍ର ବୁଧବାର ରାଜ୍ୟ ସଭାରେ ଦେଖିବାକୁ ମିଳିଥିଲା।

ରାଜ୍ୟ ସଭାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣବେଳେ ବିରୋଧୀ ନେତାଙ୍କ ସହ ବିଜେଡି ଏମପିମାନେ ଏକାଠି ଛିଡା ହୋଇ ହୋହଲ୍ଲା କରୁଥିବାର ଦେଖିବାକୁ ମିଳିଥିଲା। ଯେତେବେଳେ ଇଣ୍ଡିଆ ମେର୍ଟ କ୩ତ୍ୟାଗ କରିଥିଲେ ସେତେବେଳେ ବିଜେଡି ଏମପିମାନେ ମଧ୍ୟ ତାଙ୍କୁ ତାଳ ଦେଇ ବାହାରକୁ ଯାଉଥିବାର ଦେଖାଯାଇଥିଲା। ଗୋଟିଏ ସପ୍ତାହ ମଧ୍ୟରେ ଏହା ଦ୍ୱିତୀୟ ଥର ଥିଲା ଯେ ବିଜେଡି ଏମପିମାନେ ରାଜ୍ୟ ସଭାରୁ କକ୍ଷତ୍ୟାଗ କରିଥିଲେ। ସେହିପରି ଭାଜପା ଏମପିମାନେ ମଧ୍ୟ ଜୁନ ୨୮ ସଦନରେ ବିରୋଧୀ ଇଣ୍ଡିଆ ମେଣ୍ଟ ସହ ମିଶି ପେପର୍‌ ଲିକ ଏବଂ NEET କେଳେଙ୍କାରି ଉପରେ ଆଲୋଚନା କରିବାକୁ ଦାବି କରିଥିଲେ।

ବିଜେଡିର ପରିବର୍ତ୍ତିତ ରାଜନୈତିକ ଆଭିମୁଖ୍ୟ ଏବଂ ମୋଦି ସରକାରଙ୍କ ବିରୋଧରେ ଦଳର ନୂଆ ଆକ୍ରୋଶ ୨୦୨୪ ନିର୍ବାଚନରେ ବିଫଳ ହେବା ପରେ ଲୋକଙ୍କ ବିଶ୍ୱାସ ଫେରାଇବା ପାଇଁ ଏକ ସୁଚିନ୍ତିତ ରଣନୀତିର ଏକ ଅଂଶ ଭାବରେ ବିବେଚନା କରାଯାଉଛି। ବିରୋଧୀଦଳର ଭୂମିକା ଗ୍ରହଣ କରି ବିଜେଡି ନିଜର ଭାବମୂର୍ତ୍ତିକୁ ସୁଦୃଢ.଼ କରିବାକୁ ଚେଷ୍ଟା କରୁଛି। ଯେଉଁ କାରଣରୁ ଇଣ୍ଡିଆ ମେଣ୍ଟ ସହ ତାଳ ଦେଉଛି।

ନବୀନ ପଟ୍ଟନାୟକଙ୍କ ବିଜେଡିରେ ରାଜନୈତିକ ପରିବର୍ତ୍ତନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ବର୍ତ୍ତମାନ ରାଜ୍ୟ ସଭାରେ ସେମାନଙ୍କର ୯ଜଣ ସଦସ୍ୟ ଅଛନ୍ତି। ରାଜ୍ୟ ସଭାରେ ଏବେ ବି ଭାଜପାର ସଂଖ୍ୟାଗରିଷ୍ଠତା ନାହିଁ। ଏଭଳି ପରିସ୍ଥିତିରେ ରାଜ୍ୟ ସଭାରେ ବିଲ ପାସ କରିବାକୁ ଭାଜପା ସହଯୋଗୀ ତଥା ଅନ୍ୟ ଦଳ ଉପରେ ନିର୍ଭର କରିବାକୁ ପଡିବ। ବର୍ତ୍ତମାନ ରାଜ୍ୟ ସଭାରେ ୨୪୫ ଏମପି ଅଛନ୍ତି। ଏଭଳି ପରିସ୍ଥିତିରେ ରାଜ୍ୟ ସଭାରେ କୌଣସି ବିଲ ପାସ କରିବାକୁ ସରକାର ୧୨୩ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ କରିବେ। ଭାଜପା ନେତୃତ୍ୱାଧୀନ ଏନଡିଏରେ ୧୧୪ ଜଣ ରାଜ୍ୟ ସଭା ଏମପି ଅଛନ୍ତି, କିନ୍ତୁ କୌଣସି ବିଲ ପାସ କରିବାକୁ ଆଉ ୧୧ଜଣ ସଦସ୍ୟଙ୍କ ସମର୍ଥନ ହାସଲ କରିବାକୁ ପଡିବ।

ତଥାପି, YSR କଂଗ୍ରେସ ଭାଜପା ଓ ଏନଡିଏ ସହ ସ୍ବର ମେଳଉଥିବା ଦେଖିବାକୁ ମିଳିଛି। YSR କଂଗ୍ରେସର ରାଜ୍ୟ ସଭା ସଦସ୍ୟମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଭାଷଣରେ ବିରୋଧୀ ଏମପିଙ୍କୁ ନିନ୍ଦା କରିଛନ୍ତି। ସେ ଗୃହରେ ବିରୋଧ ପ୍ରଦର୍ଶନରୁ ଦୂରରେ ରହି ସରକାରଙ୍କୁ ସମର୍ଥନ କରିଛନ୍ତି। ରାଜ୍ୟସଭାରେ YSR କଂଗ୍ରେସର ୧୧ଜଣ ସଦସ୍ୟ ଅଛନ୍ତି। ଏଭଳି ପରିସ୍ଥିତିରେ ବିଜେଡିର ଅଭାବକୁ YSR କଂଗ୍ରେସ ପୂରଣ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଲରେ ଛୁଆକୁ ଶୁଆଇଥିବା ବେଳେ କାମୁଡିଦେଲା ସାପ; ହଠାତ୍ ଫୁଲିଗଲା ମୁହଁ, ତାପରେ…

ପଟ୍ଟାଙ୍ଗି,୬।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପୁକାଲି ଗ୍ରାମପଞ୍ଚାୟତର ମାଳିଗୁଡା ଗ୍ରାମରେ ସାପ କାମୁଡାରେ ଜଣେ ନାବାଳକଙ୍କର ମୃତ୍ୟୁ ହୋଇଛି । କୋରାପୁଟ…

ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର, ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀଙ୍କ…

ମହାକାଳପଡ଼ା,୬ା ୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସମ୍ମୁଖରେ ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ, କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ୪ ଦଫା ଦାବି…

ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ‘ତେହେଲକା’ ସମ୍ପାଦକ: ହାଇକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୬।୮: ୨୦୧୩ ମସିହାର ବହୁଚର୍ଚ୍ଚିତ ବଳାତ୍କାର ମାମଲା ସମ୍ପର୍କରେ ପୂର୍ବତନ ‘ତେହେଲକା’ ସମ୍ପାଦକ ତରୁଣ ତେଜପାଲଙ୍କୁ ଏକ ବଡ଼ ଝଟକା ଲାଗିଛି। ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ…

Gen Zଙ୍କୁ ବଡ଼ ଉପହାର ଦେଲେ ବିଜୟ, କଲେ ବଡ଼ ଘୋଷଣା: ମିଳିବ…

ଚେନ୍ନାଇ,୬।୮: ତାମିଲନାଡୁରେ ଟିଭିକେ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପ୍ରଥମ ବଜେଟ ବିଧାନସଭାରେ ଉପସ୍ଥାପନ କରିଛି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନେତୃତ୍ୱାଧୀନ ଏହି ନୂଆ…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଆହୁରି ୧୮ଟଙ୍କା ବଢିଯିବ LPG ସିଲିଣ୍ଡର! ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୬।୮: ଭାରତରେ ଆଗାମୀ ଦିନରେ ଘରୋଇ ଏଲପିଜି (LPG) ସିଲିଣ୍ଡର ପିଛା ଦାମ୍ ପ୍ରାୟ ୧୮ ଟଙ୍କା ବୃଦ୍ଧି ହୋଇପାରେ। ଏହାସହିତ ପେଟ୍ରୋଲ-ଡିଜେଲ ଏବଂ ସିଏନ୍‌ଜି (CNG)ର…

ପୁଣି ହଜାର ହଜାର ଟଙ୍କା ବଢିଲା ସୁନା ଦର: ରୁପା ମୂଲ୍ୟରେ ମଧ୍ୟ…

ନୂଆଦିଲ୍ଲୀ,୬।୮: ପୁଣି ବଢିଲା ସୁନା ଦର। ଗତକାଲି ତୁଳନାରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୨,୮୯୦ ବୃଦ୍ଧି ପାଇଛି। ରୁପା ମୂଲ୍ୟରେ ମଧ୍ୟ ଏକ…

Gen-Zଙ୍କ ପାଇଁ RSS ନେଲା ବଡ଼ ପଦକ୍ଷେପ: ଆଗକୁ…

ନୂଆଦିଲ୍ଲୀ,୫।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ମୁଖ୍ୟ ମୋହନ ଭାଗବତ ସଂଗଠନର ଶତବାର୍ଷିକୀ ବର୍ଷ ପାଳନ ପାଇଁ ଆମେରିକା ଏବଂ କାନାଡା ଗସ୍ତ କରିବେ। ଅଗଷ୍ଟ ୨୯ରେ…

ଆନ୍ଦୋଳନ ପରେ ନୂଆ ରଣନୀତି, ଅଭିଜିତ ଦୀପକେଙ୍କ ଘରେ CJPର ମାରାଥନ ବୈଠକ: ହେବ ବଡ଼ ଘୋଷଣା

ନୂଆଦିଲ୍ଲୀ, ୬।୮: ଦେଶବ୍ୟାପୀ କଥିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌କୁ ବିରୋଧ କରି ଦିଲ୍ଲୀର ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନ ସମୟରେ ପ୍ରମୁଖ ସ୍ବର ଭାବେ ଉଭା ହୋଇଥିବା କକରୋଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri