ଏନ୍‌ଡିଏରେ ନବୀନ ଯୋଗଦେଲେ ଅଧିକ ଲାଭ ପାଇବେ: ଅଠଓ୍ବାଲା

ଭୁବନେଶ୍ବର, ୨୩ା୮(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏନ୍‌ଡିଏରେ ସାମିଲ ହେବା ଲାଗି ସିଧାସଳଖ ପ୍ରସ୍ତାବ ମିଳିିଛି। ଦୀର୍ଘଦିନ ହେବ ବିଭିନ୍ନ ପ୍ରସଙ୍ଗରେ ଏନ୍‌ଡିଏକୁ ବିଜେଡି ସମର୍ଥନ କରିଆସୁଛି। ତେଣୁ ବିଜେଡି ଓ ଭାଜପା ମଧ୍ୟରେ ଏକ ଭିତିରି ବୁଝାମଣା ରହିଥିବା ନେଇ କଂଗ୍ରେସ ଅଭିଯୋଗ କରିଆସୁଛି। ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଏନ୍‌ଡିଏକୁ ସମର୍ଥନ କରିଛି। ଏଭଳି ସ୍ଥିତିରେ ବିଜେଡି ଉଭୟ ଲୋକ ସଭା ଏବଂ ରାଜ୍ୟ ସଭାରେ ବିଭିନ୍ନ ବିଲ୍‌ ଆସିବା ବେଳେ ଏନ୍‌ଡିଏକୁ ସମର୍ଥନ କରୁଥିବା ନେଇ ଖୋଦ୍‌ ଜଣେ କେନ୍ଦ୍ରମନ୍ତ୍ରୀ କହିବା ପରେ ରାଜନୈତିକ ମହଲରେ ଭିନ୍ନ ପ୍ରକାର ଆଲୋଚନା ଆରମ୍ଭ ହୋଇଯାଇଛି। ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠଓ୍ବାଲା ରାଜ୍ୟ ଅତିଥି ଭବନରେ ଏକ ଖବରଦାତା ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏନ୍‌ଡିଏରେ ସାମିଲ ହେବା ଲାଗି ଅନୁରୋଧ କରିଛନ୍ତି। ଏହାଦ୍ୱାରା ନବୀନ ଲାଭରେ ରହିବେ ବୋଲି ସେ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି, ଉଭୟ ଲୋକ ସଭା ଏବଂ ରାଜ୍ୟ ସଭାରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ପାସ୍‌ ହେବା ସମୟରେ ଏନ୍‌ଡିଏ ସରକାରକୁ ବିଜେଡି ସହଯୋଗ କରିଆସୁଛି। ୨୦୨୪ ନିର୍ବାଚନ ବେଳକୁ ଏନ୍‌ଡିଏ ସହ ଯୋଡି ହେଲେ ବିଜେଡି ଅଧିକ ଲାଭରେ ରହିବ। ଓଡ଼ିଶାକୁ ମଧ୍ୟ ମୋଦି ସରକାର ଅଧିକ ଅନୁଦାନ ଦେଇପାରନ୍ତି। ୨୦୨୪ରେ ଏନ୍‌ଡିଏ ୨୦୧୯ର ରେଜଲ୍ଟର ରେକର୍ଡ ଭାଙ୍ଗିବ। ନବୀନ ତାଙ୍କ ଶାସନ ଆରମ୍ଭ ଏନ୍‌ଡିଏରୁ ହିଁ କରିଥିଲେ। ପରବର୍ତ୍ତୀ ସମୟରେ ସେ ତାଙ୍କ ନିଜ ଦମ୍‌ରେ ଓଡ଼ିଶାରେ ଜିତି ଆସୁଛନ୍ତି। ଲଗାତର ୨୫ ବର୍ଷ ଲୋକମାନେ ତାଙ୍କୁ ଜିତାଉଛନ୍ତି ବୋଲି ଅଠଓ୍ବାଲା କହିଛନ୍ତି। ତେବେ ନବୀନଙ୍କୁ ଏନ୍‌ଡିଏରେ ସାମିଲ ହେବା ନେଇ ଅଠଓ୍ବାଲା ଯାଇ ପ୍ରସ୍ତାବ ଦେବେ କି ବୋଲି ପଚାରିବାରୁ ଭାଜପା ନେତାମାନେ ପଚାରିବେ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି।
ଏଭଳି ମନ୍ତବ୍ୟ ଉପରେ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ଏ ବିଷୟରେ ସେ କିଛି ଜାଣି ନାହାନ୍ତି । ପୁଣି ଅଠାଓ୍ବାଲା କେନ୍ଦ୍ରମନ୍ତ୍ରୀ ଅଛନ୍ତି କି ବୋଲି ମଧ୍ୟ ସମୀର ପାଲଟା ପ୍ରଶ୍ନ କରିଛନ୍ତି। ତାଙ୍କ ଓଡ଼ିଶା ଗସ୍ତ ସମ୍ପର୍କରେ ଖବର ନ ଥିବା ଏବଂ ସେ ଭାଜପାର ନୁହନ୍ତି ବୋଲି ସମୀର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri