Posted inଖେଳ

୨୪ ବର୍ଷରେ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରି ଚମକାଇଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୨୮।୯: ଆଫଗାନିସ୍ତାନର ୨୪ ବର୍ଷୀୟ ବୋଲର ନବୀନ-ଉଲ-ହକ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଆସନ୍ତା ବିଶ୍ୱକପ୍‌ ତାଙ୍କର ଦିନିକିଆ କ୍ରିକେଟରେ ଅନ୍ତିମ ଟୁର୍ନାମେଣ୍ଟ ହେବ। ଦୁଇ ବର୍ଷ ପରେ ଦିନିକିଆ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିଲେ ସେ। ଏବେ ତାଙ୍କୁ ଜାତୀୟ ଦଳରେ ସୁଯୋଗ ମିଳିଥିଲା। ଏବେ ସେ ହଠାତ ସନ୍ନ୍ୟାସ ଘୋଷଣା କରି ସମସ୍ତଙ୍କୁ ଚମକାଇଛନ୍ତି।

ତେବେ ଦିନିକିଆରେ ସେତେଟା ପ୍ରଭାବୀ ପ୍ରଦର୍ଶନ ନ ଥିଲେ ହେଁ ନବୀନ-ଉଲ-ହକ୍‌ ଟି୨୦ରେ ଦଳ ଲାଗି ଜଣେ ମହତ୍ୱପୂର୍ଣ୍ଣ ଖେଳାଳି। ସେ କେବଳ ୭ ଦିନିକିଆ ମ୍ୟାଚ୍‌ ଖେଳି ୧୪ ଉଇକେଟ ନେଇଛନ୍ତି। ହେଲେ ୨୦୧୬ରେ ଟି୨୦ରେ ଡେବ୍ୟୁ କରି ସେ ୨୭ ମ୍ୟାଚ୍‌ରେ ୩୪ ଉଇକେଟ ନେଇଛନ୍ତି। ନିଜର ପ୍ରଦର୍ଶନକୁ ନେଇ ତାଙ୍କୁ ବିଶ୍ୱକପ୍‌ ଟିମ୍‌ରେ ସାମିଲ କରାଯାଇଛି।

ପ୍ରକାଶ ଯେ, ଆଇପିଏଲ ୨୦୨୩ର ଏକ ମ୍ୟାଚ୍‌ରେ ନବୀନ-ଉଲ-ହକ ବିରାଟଙ୍କ ସହ କଥା କଟାକଟିକୁ ନେଇ ଚର୍ଚ୍ଚାକୁ ଆସିଥିଲେ। ମ୍ୟାଚ୍‌ ପରେ ଉଭୟ ମୁହାଁମୁହିଁ ହୋଇଥିବା ବେଳେ ମଝିରେ ଗୌତମ ଗମ୍ଭୀର ଆସି ସେମାନଙ୍କୁ ବୁଝାଇଥିଲେ। ଏହି ଦୁହିଁଙ୍କ ମଇଦାନରେ ଶତ୍ରୁତା ଆଚରଣ ଆଇପିଏଲ୍‌ ସମୟରେ ବେଶ ଚର୍ଚ୍ଚାରେ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜଲଓ୍ବା ଦେଖାଇଲେ ପ୍ରିୟଙ୍କା ଚୋପ୍ରା: ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ…

୯୮ତମ ଓସ୍କାର ପୁରସ୍କାର ଉତ୍ସବରେ ବଲିଉଡର ଜଲଓ୍ବା ଦେଖାଇଛନ୍ତି ‘ଦେଶୀ ଗାର୍ଲ’ ପ୍ରିୟଙ୍କା ଚୋପ୍ରା। ଯଦିଓ ତାଙ୍କର କୌଣସି ଚଳଚ୍ଚିତ୍ର ପୁରସ୍କାର ଜିତି ନ ଥିଲା କିନ୍ତୁ…

୨୦୦୮ ରୁ ୨୦୨୬ ପର୍ଯ୍ୟନ୍ତ…, IPL ରୁ ମୋଟ କେତେ ରୋଜଗାର କରିଛନ୍ତି ବିରାଟ କୋହଲି? ଜାଣିଲେ ଆଶ୍ଚର୍ଯ୍ୟହେବେ

ନୂଆଦିଲ୍ଲୀ,୧୬।୩: IPL 2026 ଆରମ୍ଭ ହେବାକୁ ଆଉ ମାତ୍ର ୧୨ ଦିନ ବାକି ଥିବା ବେଳେ, ଏହି ଟୁର୍ଣ୍ଣାମେଣ୍ଟ କ୍ରିକେଟ ମହଲରେ ଆଲୋଚନାର ଏକମାତ୍ର ବିଷୟ ପାଲଟିଛି।…

ରାସ୍ତାରେ ଅଚଳ ୧୦୮ ଆମ୍ବୁଲାନ୍ସ, ପ୍ରସବ ବେଦନାରେ ଛଟପଟ ଆସନ୍ନ ପ୍ରସବା

ନନ୍ଦପୁର/ପାଡୁଆ୧୬।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ପାନ୍ଥଲୁଙ୍ଗ ପଞ୍ଚାୟତର ଆନ୍ଧ୍ର ସୀମାକୁ ଲାଗି ରହିଥିବା ସାରିଆପାଲି ଗାଁରେ ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି।…

ଯୁଦ୍ଧ ମଧ୍ୟରେ ଭାରତକୁ ମିଳିଗଲା ବଡ଼ ରାସ୍ତା: ମାରିନେଲା ବାଜି

ନୂଆଦିଲ୍ଲୀ,୧୬।୩: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଏବଂ ଘରୋଇ ଗ୍ୟାସ ଅଭାବ ମଧ୍ୟରେ ନୂଆଦିଲ୍ଲୀ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ନିରନ୍ତର ପଦକ୍ଷେପ ନେଉଛି। ଏକ ଆର୍ଥିକ…

ଭିଜିଲାନ୍ସ ଜାଲରେ ଶିକ୍ଷା ବିଭାଗର ଆକାଉଣ୍ଟାଣ୍ଟ, ୬ହଜାର ଟଙ୍କା ଲାଞ୍ଚ ଦାବି….

ବରଗଡ଼,୧୬।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବରପାଲି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ ତଥା ଆକାଉଣ୍ଟାଣ୍ଟ ରଜନୀକାନ୍ତ କର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ…

ପ୍ରଯୁକ୍ତିବିଦ୍ୟାର ଚମତ୍କାର! ChatGPT ବ୍ୟବହାର କରି ତିଆରି କଲେ କ୍ୟାନ୍ସର ଟିକା, ନୂଆ ଜୀବନ ପାଇଲା କୁକୁର

ନୂଆଦିଲ୍ଲୀ,୧୬ା୩: କୃତ୍ରିମ ବୁଦ୍ଧିମତ୍ତା ଆଉ କେବଳ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସୀମିତ ନୁହେଁ; ଏହା ବର୍ତ୍ତମାନ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ମଧ୍ୟ ନୂତନ ଚମତ୍କାର ପ୍ରଦର୍ଶନ କରୁଛି ।…

ଭାଗବଣ୍ଟା ସମୟରେ ଚଢ଼ାଉ କଲା ବନ ବିଭାଗ, ବାର୍‌ହା ମାଂସ ଜବତ ସହ ଶିକାରୀଙ୍କୁ…

ପାଟଣା,୧୬ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପୋଇପାଣି ବିଟ୍‌ କୁମୁଳାବାହାଳୀ ଗାଁ ନିକଟ ପୋଇପାଣି ଜଙ୍ଗଲରେ ରବିବାର ରାତିରେ ବନ ବିଭାଗ ଚଢାଉ କରି ବାର୍‌ହା…

ମତଦାନ ପରେ ଏମିତି କହିଲେ ଦାଶରଥି, ମୋ ଘର ପାହାଡ଼ ଉପରେ…

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନ ପାଇଁ ସେମବାର ମତଦାନ ଚାଲିଛି। ଏହାରି ମଧ୍ୟରେ କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ ଭୋଟ ଦେଇଛନ୍ତି। ଏହି ସମୟରେ ସେ କହିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri