୭୭ ବର୍ଷରେ ନବୀନ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ୭୭ ବର୍ଷରେ ପାଦ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୯୪୬ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ଏହି ଲୋକପ୍ରିୟ ରାଜନେତା। ତେବେ ଏହି ସ୍ବତନ୍ତ୍ର ଦିନରେ ତାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିଛି।

ରାଜ୍ୟ ରାଜନୀତିରେ ଜଣେ ନେତା ଭାବେ କ୍ରମାଗତ ୫ ଥର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବାରେ ନବୀନ ରେକର୍ଡ କରିଛନ୍ତି। ଦୀର୍ଘ ୨୨ ବର୍ଷ ଧରି ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଛନ୍ତି। ବାପା ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ୧୯୯୭ ଡିସେମ୍ବର ୨୬ରେ ବିଜୁ ଜନତା ଦଳ (ବିଜେଡି) ଗଠନ ହୋଇଥିଲା । ଏହାର ନେତୃତ୍ୱ ନେଇଥିଲେ ନବୀନ ପଟ୍ଟନାୟକ। ସେହିଦିନଠାରୁ ସଫଳତାର ସହ ଦଳକୁ ଆଗକୁ ନେଇଚାଲିଛନ୍ତି ସେ। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେଉ କି ବିଧାନସଭା ଅବା ଲୋକ ସଭା ନିର୍ବାଚନ, ସବୁଥିରେ ନବୀନ ଅପରାଜୟ ଅଛନ୍ତି।

ଆଗାମୀ ଦିନରେ ୨୦୨୪ ସାଧାରଣ ନିର୍ବାଚନ ଆସୁଥିବାରୁ ଏବେଠାରୁ ନବୀନ ଅଣ୍ଟା ଭିଡିଲେଣି। ତା ସହ ଉପନିର୍ବାଚନକୁ ନେଇ ମଧ୍ୟ ଦଳ ପକ୍ଷରୁ ଅଙ୍କକଶା ଆରମ୍ଭ ହୋଇଗଲାଣି।