ଫେରିଲେ ନବୀନ: କାହାକୁ କରିବେ ପ୍ରାର୍ଥୀ, ଚାଲିଛି କସରତ

ଭୁବନେଶ୍ୱର,୧୦।୧୦: ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଦିଲ୍ଲୀରୁ ଭୁବନେଶ୍ୱର ଫେରି ଆସିଛନ୍ତି। ନବୀନ ଭୁବନେଶ୍ୱର ଫେରିବା ପରେ ପ୍ରାର୍ଥୀ ଘୋଷଣା ନେଇ ଚର୍ଚ୍ଚା ଜୋର ଧରିଛି। ୨ ଲକ୍ଷ ୫୩ ହଜାର ୬୨୪ ଭୋଟର ବିଶିଷ୍ଟ ନୂଆପଡ଼ା ଆସନରେ ଆସନ୍ତା ନଭେମ୍ବର ୧୧ରେ ଉପନିର୍ବାଚନ ହେବ। କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ବିଜେଡି ଏବଂ ଭାଜପା ପ୍ରାର୍ଥୀ ଘୋଷଣା କରି ନାହିଁ।

ଅନ୍ୟପକ୍ଷେ ବିଜେଡି ସଭାପତି ନବୀନ ପଟ୍ଟନାୟକ ନଭେମ୍ବର ୧୧ରେ ଅନୁଷ୍ଠିତ ହେବାକୁ ଥିବା ନୂଆପଡ଼ା ବିଧାନସଭା ଉପନିର୍ବାଚନ ପ୍ରଚାର କାର୍ଯ୍ୟକୁ ତ୍ୱରାନ୍ବିତ କରିବା ଲାଗି ତିନୋଟି ଗୁରୁତ୍ୱପୂର୍ଣ୍ଣ କମିଟି ଗଠନ କରିଛନ୍ତି। ଏହି କମିଟିଗୁଡ଼ିକରେ ପୂର୍ବତନ ମନ୍ତ୍ରୀ, ବର୍ତ୍ତମାନର ଓ ପୂର୍ବତନ ବିଧାୟକ, ଜଣେ ରାଜ୍ୟସଭା ସାଂସଦ ଏବଂ ସ୍ଥାନୀୟ ରାଜନୈତିକ ନେତାମାନଙ୍କୁ ସାମିଲ କରାଯାଇଛି।

ଷ୍ଟିୟରିଂ କମିଟି (୬ ସଦସ୍ୟ): ଏହି ଉଚ୍ଚସ୍ତରୀୟ କମିଟି ପ୍ରଚାର ରଣନୀତି ଏବଂ ରାଜ୍ୟ ଓ ଜିଲା ୟୁନିଟ ମଧ୍ୟରେ ସମନୱୟ ତଦାରଖ କରିବ। ସଦସ୍ୟମାନେ ହେଲେ: ପ୍ରସନ୍ନ ଆଚାର୍ଯ୍ୟ, ନିରଞ୍ଜନ ପୂଜାରୀ, ସ୍ନେହାଙ୍ଗିନୀ ଛୁରିଆ, ତୁକୁନୀ ସାହୁ, ନିରଞ୍ଜନ ବିଶି ଏବଂ ମୋ. ଆୟୁବ ଖାନ।

ଜୋନାଲ କମିଟି (୧୦ ସଦସ୍ୟ): ଏହି କମିଟି ନୂଆପଡ଼ା, କୋମନା, ସିନାପାଲି, ଜୋଙ୍କ ପରି ଗ୍ରାମୀଣ ବ୍ଲକ ଏବଂ ନୂଆପଡ଼ା ଓ ଖରିଆର ଏନଏସି ପରି ସହରୀ ଅଞ୍ଚଳରେ ମାଇକ୍ରୋ ମ୍ୟାନେଜମେଣ୍ଟ କରିବେ। ସଦସ୍ୟମାନେ ହେଲେ: କଳିକେଶ ନାରାୟଣ ସିଂହଦେଓ, ଶାରଦା ନାୟକ, ଦେବେଶ ଆଚାର୍ଯ୍ୟ, ସାରୋଜ ମେହେର, ମନୋଜ ରନ୍ଧାରୀ, ରୋହିତ ପୂଜାରୀ, ଜୋଗେଶ ସିଂହ ଏବଂ ବିକ୍ରମ ପାଣ୍ଡା।

ଲୋକାଲ ଆକ୍ସନ କମିଟି (୩ ସଦସ୍ୟ): ଏହି କମିଟି ନୂଆପଡ଼ାର ମୂଳ ଅଞ୍ଚଳରେ ବୁଥ-ସ୍ତରୀୟ ଯୋଜନା, ଭୋଟର ତାଲିକା ଯାଞ୍ଚ ଏବଂ ଘରେ ଘରେ ପ୍ରଚାର ଉପରେ ଧ୍ୟାନ ଦେବ। ସଦସ୍ୟମାନେ ହେଲେ: ଅଧୀର ପାଣିଗ୍ରାହୀ, ଅବନୀ ଜୋଶୀ ଏବଂ ମନୋଜ ମିଶ୍ର।

ବିକ୍ରମ ପାଣ୍ଡାଙ୍କୁ ଛାଡ଼ି ଏହି ତିନୋଟି କମିଟିରେ ନିଯୁକ୍ତ ସମସ୍ତ ସଦସ୍ୟ ପଶ୍ଚିମ ଓଡ଼ିଶାର। ଏହି କମିଟି ଗଠନ ନବୀନ ପଟ୍ଟନାୟକଙ୍କର ଉପନିର୍ବାଚନ ପାଇଁ ମାଇକ୍ରୋ-ମ୍ୟାନେଜମେଣ୍ଟ ଆଭିମୁଖ୍ୟକୁ ପ୍ରତିଫଳିତ କରୁଛି। ଯେଉଁଥିରେ ଅଭିଜ୍ଞ ନେତୃତ୍ୱ ଓ ନୂଆ ସାଙ୍ଗଠନିକ ନେତାମାନଙ୍କୁ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri