ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପୋପଙ୍କୁ ଭେଟିଲେ ନବୀନ

ଭୁବନେଶ୍ୱର(ବ୍ୟୁରୋ)/ରୋମ,୨୨।୬: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ବିଶ୍ୱର ସର୍ବପୁରାତନ ସହର ରୋମରେ ପୋପଙ୍କୁ ଭେଟଛନ୍ତି। ରୋମ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ପୋପ ଫ୍ରାନ୍‌ସିସ୍‌ଙ୍କୁ ଭେଟିଛନ୍ତି। ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପୋପଙ୍କୁ ସାକ୍ଷାତ କରିବାର ସୁଯୋଗ ପାଇଛନ୍ତି ସେ ।

ତେବେ ମୁଖ୍ୟମନ୍ତ୍ରୀ ଇଟାଲି, ଗ୍ରୀସ ସମେତ ୟୁରୋପରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ଭେଟି ରାଜ୍ୟର ବିକାଶରେ ସହଯୋଗର ଆହ୍ବାନ ଦେବେ। ସେହିଭଳି ରାଜ୍ୟର ସଂସ୍କୃତି ଓ କଳାର ବିକାଶରେ ସେମାନଙ୍କ ଅବଦାନ ନେଇ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

ପ୍ରକାଶ ଯେ, ମୁଖ୍ୟମନ୍ତ୍ରୀ ମଙ୍ଗଳବାର ରୋମର ପିଆଜା ଗାନ୍ଧୀଠାରେ ଥିବା ମହାତ୍ମାଙ୍କ ପତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ରୋମ ଗସ୍ତ ଆରମ୍ଭ କରିଥିଲେ।