ନୂଆଦିଲ୍ଲୀ,୨୦।୯: ଆରମ୍ଭ ହେଉ ହେଉ ଅଚଳ ହେଇଯାଉଛି ବିଧାନସଭା। ଦୁଇଦିନ ହେଲା ଗୃହ ବିରୋଧୀଙ୍କ ଗର୍ଜନରେ କମ୍ପୁଥିବାବେଳେ ସୁରୁଖୁରୁରେ ଚାଲିପାରୁନାହିଁ। ଶନିବାର ବି ହଟ୍ଟଗୋଳରେ ଗୃହ ୪ଟା ଯାଏ ମୁଲତବୀ ହୋଇଛି।
ତେବେ ଏହାରି ଭିତରେ ବିଜେଡି ବଡ଼ ଆନ୍ଦୋଳନ କରିବ ବୋଲି ଘୋଷଣା କରିଛି। ଆସନ୍ତା ୨୩ ତାରିଖରେ ବିଧାନସଭା ଘେରାଉ କରିବ ବିଜେଡି। ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ ଅଭିଯୋଗରେ ବିଜେଡି ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇବ। ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ଦେବୀ ମିଶ୍ର, ପ୍ରମିଳା ମଲ୍ଲିକ, ଅରୁଣ ସାହୁ। ଏହି ଆନ୍ଦୋଳନରେ ଜିଲା ପରିଷଦ ଅଧ୍ୟକ୍ଷ, ବ୍ଲକ ଅଧ୍ୟକ୍ଷ, ସରପଞ୍ଚ, ୱାର୍ଡମେମ୍ବର ସାମିଲ ହେବେ ବୋଲି ସୂଚନା ମିଳିଛି।


