ଗୋଟିଏ ପୋଷ୍ଟରରେ ନବୀନ-ନରସିଂହ

ବଲାଙ୍ଗୀର ଅଫିସ୍‌,୯ା୬: ବଲାଙ୍ଗୀର ସହର ପାଟଣା ହୋଟେଲ ଛକ ଏବଂ ମ୍ୟୁନିସିପାଲିଟି ଷ୍ଟଲ୍‌ ଉପର ବିଜ୍ଞାପନ ବୋର୍ଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ନରସିଂହ ମିଶ୍ରଙ୍କ ଫଟୋ ଥିବା ଦୁଇଟି ବଡ଼ ପୋଷ୍ଟର ଲାଗିଛି। ଉକ୍ତ ପୋଷ୍ଟରରେ ବଲାଙ୍ଗୀରରେ ନିର୍ମାଣାଧୀନ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ କୋଠାର ମଡେଲ ଚିତ୍ର ସହ ନବୀନ ଓ ନରସିଂହଙ୍କ ଫଟୋ ରହିଛି। ଉକ୍ତ ପୋଷ୍ଟରରେ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ, ବଲାଙ୍ଗୀର ଲେଖାଯାଇଥିଲେ ମଧ୍ୟ କୌଣସି ଦଳ, ବ୍ୟକ୍ତି, ଅନୁଷ୍ଠାନର ନଁା ନାହିଁ। ଏଭଳି ଏକ ପୋଷ୍ଟର ସହରରେ ଲଗାଯିବା ପରେ ଏହା ରାଜନୈତିକ ଦୃଷ୍ଟିରୁ ଚର୍ଚ୍ଚାର ଘେରକୁ ଆସିଛି। କିଏ ଓ କେଉଁ ଉଦ୍ଦେଶ୍ୟରେ ଦୁଇ ପ୍ରମୁଖ ଦଳର ତୁଙ୍ଗ ନେତାଙ୍କ ପୋଷ୍ଟର ଲଗାଇଲା ତାହା ସ୍ପଷ୍ଟ ହୋଇନାହିଁ। ଏନେଇ ବିଧାୟକ ମିଶ୍ରଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ, ତାଙ୍କରି ଉଦ୍ୟମରେ ବଲାଙ୍ଗୀର ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି ଏକଥା ଲୋକେ ଜାଣିଛନ୍ତି। ଏହି କଲେଜ ପ୍ରତିଷ୍ଠା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହଯୋଗ କରି ନ ଥିଲେ ଏହା ସଫଳ ହୋଇ ନ ଥା’ନ୍ତା ଏହା ମଧ୍ୟ ସମସ୍ତେ ଜାଣିଛନ୍ତି। ଏଣୁ ଏହି ମର୍ମରେ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ ସହ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଫଟୋ ରହିବା ସ୍ବାଭାବିକ ବୋଲି ସେ କହିଛନ୍ତି। ତେବେ ଏହି ପୋଷ୍ଟର କିଏ ଲଗାଇଛି ଜାଣିନାହାନ୍ତି ବୋଲି ସେ କହିଛନ୍ତି। ଉକ୍ତ ପୋଷ୍ଟରକୁ ନେଇ ସହରରେ ନାନା ଚର୍ଚ୍ଚା ଶୁଣିବାକୁ ମିଳୁଛି।

କିଛିଦିନ ତଳେ ବିଜେଡି ରାଜ୍ୟ ସଭା ପ୍ରାର୍ଥୀ ମନୋନୟନ ଓ ମନ୍ତ୍ରିମଣ୍ଡଳ ପୁନର୍ଗଠନ ହୋଇଛି। ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ପୁଣି ଥରେ କ୍ୟାବିନେଟ୍‌ ପାହ୍ୟା ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପାଟଣାଗଡ ବିଧାୟକ ସରୋଜ ମେହେରଙ୍କୁ ଗୁରୁଦାୟିତ୍ୱ ଦିଆଯାଇଛି। ଆଦିବାସୀ ନେତା ନିରଞ୍ଜନ ବିଶିଙ୍କୁ ବିଜେଡି ରାଜ୍ୟ ସଭାକୁ ପଠାଇଛି। ତେବେ ଏହି ରାଜନୈତିକ ଘଟଣାକ୍ରମରେ ବଲାଙ୍ଗୀରର ପୁରୁଖା ବିଜେଡି ନେତାଙ୍କ ସକ୍ରିୟତା ଲକ୍ଷ୍ୟ କରାଯାଉ ନାହିଁ। ଏତିକି ବେଳେ ବଲାଙ୍ଗୀରରେ ଗୋଟିଏ ପୋଷ୍ଟରରେ କିଏ କେଉଁ ଉଦ୍ଦେଶ୍ୟ ରଖି ନବୀନ ଓ ନରସିଂହଙ୍କ ଫଟୋ ଲଗାଇଲେ ତାହା ଚର୍ଚ୍ଚାକୁ ଖୋରାକ ଯୋଗାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

୬ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର, ଦେଖିବାକୁ ଲୋକଙ୍କ ଭିଡ଼

ଧର୍ମଶାଳା,୧୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଗଡମଧୁପୁର ନିକଟରୁ ଏକ ୬ଫୁଟ ଲମ୍ବର ଅଜଗର ଶୁକ୍ରବାର ଦିନ ଉଦ୍ଧାର କରାଯାଇଛି। ଗ୍ରାମରେ ଥିବା ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri