ଗୋଟିଏ ପୋଷ୍ଟରରେ ନବୀନ-ନରସିଂହ

ବଲାଙ୍ଗୀର ଅଫିସ୍‌,୯ା୬: ବଲାଙ୍ଗୀର ସହର ପାଟଣା ହୋଟେଲ ଛକ ଏବଂ ମ୍ୟୁନିସିପାଲିଟି ଷ୍ଟଲ୍‌ ଉପର ବିଜ୍ଞାପନ ବୋର୍ଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ନରସିଂହ ମିଶ୍ରଙ୍କ ଫଟୋ ଥିବା ଦୁଇଟି ବଡ଼ ପୋଷ୍ଟର ଲାଗିଛି। ଉକ୍ତ ପୋଷ୍ଟରରେ ବଲାଙ୍ଗୀରରେ ନିର୍ମାଣାଧୀନ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ କୋଠାର ମଡେଲ ଚିତ୍ର ସହ ନବୀନ ଓ ନରସିଂହଙ୍କ ଫଟୋ ରହିଛି। ଉକ୍ତ ପୋଷ୍ଟରରେ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ, ବଲାଙ୍ଗୀର ଲେଖାଯାଇଥିଲେ ମଧ୍ୟ କୌଣସି ଦଳ, ବ୍ୟକ୍ତି, ଅନୁଷ୍ଠାନର ନଁା ନାହିଁ। ଏଭଳି ଏକ ପୋଷ୍ଟର ସହରରେ ଲଗାଯିବା ପରେ ଏହା ରାଜନୈତିକ ଦୃଷ୍ଟିରୁ ଚର୍ଚ୍ଚାର ଘେରକୁ ଆସିଛି। କିଏ ଓ କେଉଁ ଉଦ୍ଦେଶ୍ୟରେ ଦୁଇ ପ୍ରମୁଖ ଦଳର ତୁଙ୍ଗ ନେତାଙ୍କ ପୋଷ୍ଟର ଲଗାଇଲା ତାହା ସ୍ପଷ୍ଟ ହୋଇନାହିଁ। ଏନେଇ ବିଧାୟକ ମିଶ୍ରଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ, ତାଙ୍କରି ଉଦ୍ୟମରେ ବଲାଙ୍ଗୀର ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି ଏକଥା ଲୋକେ ଜାଣିଛନ୍ତି। ଏହି କଲେଜ ପ୍ରତିଷ୍ଠା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହଯୋଗ କରି ନ ଥିଲେ ଏହା ସଫଳ ହୋଇ ନ ଥା’ନ୍ତା ଏହା ମଧ୍ୟ ସମସ୍ତେ ଜାଣିଛନ୍ତି। ଏଣୁ ଏହି ମର୍ମରେ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ ସହ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଫଟୋ ରହିବା ସ୍ବାଭାବିକ ବୋଲି ସେ କହିଛନ୍ତି। ତେବେ ଏହି ପୋଷ୍ଟର କିଏ ଲଗାଇଛି ଜାଣିନାହାନ୍ତି ବୋଲି ସେ କହିଛନ୍ତି। ଉକ୍ତ ପୋଷ୍ଟରକୁ ନେଇ ସହରରେ ନାନା ଚର୍ଚ୍ଚା ଶୁଣିବାକୁ ମିଳୁଛି।

କିଛିଦିନ ତଳେ ବିଜେଡି ରାଜ୍ୟ ସଭା ପ୍ରାର୍ଥୀ ମନୋନୟନ ଓ ମନ୍ତ୍ରିମଣ୍ଡଳ ପୁନର୍ଗଠନ ହୋଇଛି। ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ପୁଣି ଥରେ କ୍ୟାବିନେଟ୍‌ ପାହ୍ୟା ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପାଟଣାଗଡ ବିଧାୟକ ସରୋଜ ମେହେରଙ୍କୁ ଗୁରୁଦାୟିତ୍ୱ ଦିଆଯାଇଛି। ଆଦିବାସୀ ନେତା ନିରଞ୍ଜନ ବିଶିଙ୍କୁ ବିଜେଡି ରାଜ୍ୟ ସଭାକୁ ପଠାଇଛି। ତେବେ ଏହି ରାଜନୈତିକ ଘଟଣାକ୍ରମରେ ବଲାଙ୍ଗୀରର ପୁରୁଖା ବିଜେଡି ନେତାଙ୍କ ସକ୍ରିୟତା ଲକ୍ଷ୍ୟ କରାଯାଉ ନାହିଁ। ଏତିକି ବେଳେ ବଲାଙ୍ଗୀରରେ ଗୋଟିଏ ପୋଷ୍ଟରରେ କିଏ କେଉଁ ଉଦ୍ଦେଶ୍ୟ ରଖି ନବୀନ ଓ ନରସିଂହଙ୍କ ଫଟୋ ଲଗାଇଲେ ତାହା ଚର୍ଚ୍ଚାକୁ ଖୋରାକ ଯୋଗାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହରେ ଯୋଗ ଦେଇ ଘେରୁଥିଲେ, ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌; ଚାଲିଗଲା ୨ ଜୀବନ, ଡ୍ରାଇଭର…

ଲଇକେରା,୯।୨(ରଞ୍ଜନ କୁମାର ମେହେର): ଝାରସୁଗୁଡା ଜିଲା ଲଇକେରା ବ୍ଳକ ସ୍ଥିତ ଧୂକା ଚୌକଠାରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର ଭାରସାମ୍ୟ ହରାଇ ଗଛକୁ ପିଟିବାରୁ ୨…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ଇଟାଭାଟିରେ ୧୧ରେ ଶିଶୁ ଶ୍ରମିକ, ରାୟଗଡ଼ା ଜିଲା ପ୍ରଶାସନର ତନାଘନା

ରାୟଗଡ଼ା,୯।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବ୍ଲକ ଚାନ୍ଦିଲି ଥାନା ଅର୍ନ୍ତଗତ ଭାକୁରଗୁଡ଼ା ସ୍ଥିତ ଏକ ଇଟାଭାଟିରେ ବେଆଇନ ଭାବେ ଶିଶୁ ଶ୍ରମିକ ନିଯୁକ୍ତି ଅଭିଯୋଗ ସାମ୍ନାକୁ ଆସିଛି…

ପ୍ରେମ ସପ୍ତାହରେ ରକ୍ତରଂଜିତ କାହାଣୀ: ତ୍ରିକୋଣୀୟ ପ୍ରେମକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ

ଭୁବନେଶ୍ୱର,୯।୨: ରାଜଧାନୀ ଭୁବନେଶ୍ୱରରେ ଏକ ସିନେମା ଷ୍ଟାଇଲ୍‌ରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ‘ଚକୋଲେଟ୍ ଡେ’ ପାଳନ ପରେ ପ୍ରେମିକର ବେକ କାଟି ହତ୍ୟା କରିବା ସହ ପ୍ରମାଣ…

ଆଇସକ୍ରିମ୍‌ ଖାଇ ୧୮ ପିଲା ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ବାଙ୍କି , ୯।୨( ଶୁଭେନ୍ଦୁ ମହାପାତ୍ର): ଆଇସକ୍ରିମ୍‌ ଖାଇ ୧୮ ପିଲା ଅସୁସ୍ଥ । ଏଭଳି ଘଟଣା ବାଙ୍କି ଥାନା ଅନ୍ତର୍ଗତ ଭେଡା ରାମଚନ୍ଦ୍ରପୁର ପଞ୍ଚାୟତସ୍ଥିତ କୁମୁସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri