ନବୀନ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୫ା୮(ବ୍ୟୁରୋ): ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ରୂପେ ମାନ୍ୟତା ପାଇଛନ୍ତି। ‘ଇଣ୍ଡିଆ ଟୁଡେ’ ପତ୍ରିକା ପକ୍ଷରୁ କରାଯାଇଥିବା ‘ମୁଡ୍‌ ଅଫ୍‌ ଦି ନେଶନ’ ସର୍ଭେରେ ନବୀନଙ୍କ ପ୍ରଦର୍ଶନ ଉପରେ ଓଡ଼ିଶାର ୭୮% ଲୋକ ସନ୍ତୁଷ୍ଟ ଥିବା ପ୍ରକାଶ କରିଛନ୍ତି। ଅନୁରୂପ ଭାବେ ସମସ୍ତ ରାଜ୍ୟର ଲୋକଙ୍କୁ ସେମାନଙ୍କ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ସପକ୍ଷରେ ୬୩% ଉତ୍ତରଦାତା ମତ ଦେଇଥିବାବେଳେ ୬୧% ସମର୍ଥନ ସହ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ଏହି ତାଲିକାରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ଓଡ଼ିଶାର ୭୮.୧% ଲୋକ ନବୀନ ପଟ୍ଟନାୟକଙ୍କ ପ୍ରଦର୍ଶନକୁ ନେଇ ସନ୍ତୁଷ୍ଟ ଥିବା କହିଛନ୍ତି। ୬ ମାସ ପୂର୍ବରୁ ଏହି ହାର ୭୧% ଥିଲା। ନବୀନ ହେଉଛନ୍ତି ଓଡ଼ିଶାରେ ଅଦ୍ୟାବଧି ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ହୋଇଥିବା ନେତା। ରାଜ୍ୟରେ ଦୁଇ ଦଶନ୍ଧି ଧରି ତାଙ୍କ ନେତୃତ୍ୱକୁ କେହି ଚ୍ୟାଲେଞ୍ଜ କରିପାରି ନାହାନ୍ତି। ୨୦୨୧ ଜାନୁୟାରୀରେ ମଧ୍ୟ ନବୀନ ୫୧% ଲୋକଙ୍କ ପଜିଟିଭ୍‌ ରେଟିଙ୍ଗ୍‌ସ ପାଇ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମାନ୍ୟତା ଲାଭ କରିଥିଲେ।

Share