Posted inରାଜ୍ୟ

ରାଜନୀତିରେ ନବୀନ @୨୫

ଭୁବନେଶ୍ୱର,୨ା୬(ବ୍ୟୁରୋ): ନବୀନ ପଟ୍ଟନାୟକ, ଓଡ଼ିଶା ରାଜନୀତିର ଜଣେ ସ୍ପର୍ଦ୍ଧିତ ବ୍ୟକ୍ତିତ୍ୱ। ଦୀର୍ଘ ଅଢ଼େଇ ଦଶନ୍ଧି ଧରି କ୍ଷମତାରେ ରହିବା ପରେ ମଧ୍ୟ ତାଙ୍କ ମ୍ୟାଜିକ୍‌ ଅକ୍ଷୁଣ୍ଣ ରହିଛି। ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଠାରୁ ଆରମ୍ଭ କରି ବିପର୍ଯ୍ୟୟ ମୁକାବିଲା ଦିଗରେ ତାଙ୍କ ବଳିଷ୍ଠ ନେତୃତ୍ୱ ଓଡ଼ିଶାକୁ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରିପାରିଛି। ନବୀନ ନିଜର ରାଜନୈତିକ ଜୀବନର ୨୫ ବର୍ଷ ପୂରଣ କରିଛନ୍ତି। ଏହି ଅବସରରେ ସେ ଟୁଇଟ୍‌ କରି ସ୍ବଭାବକବି ଗଙ୍ଗାଧର ମେହେରଙ୍କ କବିତା ପଂକ୍ତିକୁ ଉଲ୍ଲେଖ କରିବା ସହ ଓଡ଼ିଶାର ୪.୫ କୋଟି ପରିବାର ସଦସ୍ୟଙ୍କଠାରୁ ପାଇଥିବା ସ୍ନେହ ଓ ବିପୁଳ ସମର୍ଥନ ପାଇଁ କୃତଜ୍ଞତା ଜଣାଇଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ନବୀନ ୧୯୯୭ ଡିସେମ୍ବର ୨୬ ରେ ବିଜୁ ଜନତା ଦଳ ସ୍ଥାପନ କରିଥିଲେ। ସେ ୧୯୯୮ରେ ଆସ୍କା ନିର୍ବାଚନମଣ୍ଡଳୀରୁ ଏମ୍‌ପି ଭାବେ ନିର୍ବାଚିତ ହୋଇଥିଲେ। ୧୯୯୮ ମାର୍ଚ୍ଚ ୧୯ରୁ ୨୦୦୦ ମାର୍ଚ୍ଚ ୪ ପର୍ଯ୍ୟନ୍ତ ସେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରିତ୍ୱ ସମୟରେ କେନ୍ଦ୍ର ଇସ୍ପାତ ଓ ଖଣି ମନ୍ତ୍ରୀ ହୋଇଥିଲେ। ଏହା ପରେ ସେ ୨୦୦୦ ମାର୍ଚ୍ଚ ୫ ତାରିଖରେ ନବୀନ ରାଜ୍ୟ ଶାସନର ମଙ୍ଗ ଧରିଥିଲେ। ସେବେଠାରୁ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି। ବହୁ ଘାତ ପ୍ରତିଘାତ ସତ୍ତ୍ୱେ ରାଜ୍ୟର ବିକାଶ ଦିଗରେ ସେ ନିଜକୁ ଅନବରତ ସମର୍ପି ଚାଲିଛନ୍ତି। ଦୃଢ଼ ଇଚ୍ଛାଶକ୍ତି ଏବଂ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ବହୁ ପଛରେ ପକାଇ ଲଗାତର ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରି ଇତିହାସ ସୃଷ୍ଟି କରିଛନ୍ତି। ବିଜେଡିକୁ ଦୀର୍ଘବର୍ଷ କ୍ଷମତାସୀନ କରି ନବୀନ ନିଜକୁ ଜଣେ ପରିପକ୍ୱ ରାଜନେତା ଭାବେ ନିଜକୁ ପ୍ରତିପାଦିତ କରିପାରିଛନ୍ତି।

ଗତ ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନରେ ନବୀନ ନିଜକୁ ପୁଣିଥରେ ଅପ୍ରତିଦ୍ୱନ୍ଦ୍ୱୀ ରାଜନେତା ଭାବେ ପ୍ରମାଣିତ କରିଛନ୍ତି। ଦୁର୍ନୀତି ବିରୋଧୀ ଶାସନ, ସରଳ ଓ ନିରାଡ଼ମ୍ବର ଜୀବନ ତାଙ୍କୁ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚାଇ ପାରିଛି। ତାଙ୍କ ମ୍ୟାଜିକ୍‌ ଆଗରେ ପ୍ରମୁଖ ବିରୋଧୀ ଦଳ ନିଜର ସତ୍ତା ବଜାୟ ରଖିବାକୁ ସଂଘର୍ଷ କରୁଛନ୍ତି। ଯେତେ ଯାହା ରଣନୀତି ଆପଣାଇଲେ ମଧ୍ୟ ନବୀନଙ୍କ ଭାବମୂର୍ତ୍ତି ନିକଟରେ ବିରୋଧୀଙ୍କ ସମସ୍ତ ଉଦ୍ୟମ ଫେଲ୍‌ ମାରୁଛି।

ମହାବାତ୍ୟା ପରବର୍ତ୍ତୀ ସମୟରେ ବିପର୍ଯ୍ୟୟ ପରିଚାଳନାକୁ ସେ ଦୃଢ଼ ସଂକଳ୍ପ ଭାବେ ଗ୍ରହଣ କରିଥିଲେ। ବାତ୍ୟାରେ ଶୂନ ମୃତ୍ୟୁ ଲକ୍ଷ୍ୟ ନେଇ କାର୍ଯ୍ୟ କରି ସେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ପୁଣି ଓଡ଼ିଶା ପ୍ରଥମ ରାଜ୍ୟ ଭାବେ କରୋନା ମୁକାବିଲାରେ ଆଗଧାଡ଼ିରେ ଥିବା ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୋଲିସ, ସଫେଇ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଏବଂ ଶହୀଦର ମାନ୍ୟତା ଦେଇଛି। କରୋନା ମୁକାବିଲାରେ ଗୋଷ୍ଠୀକୁ ସାମିଲ କରିବା ଯୋଗୁ ଜାତିସଂଘ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ପ୍ରଶଂସା କରିଛି। କେବଳ ସେତିକି ନୁହେଁ, ଶାସନରୁ ଦୁର୍ନୀତିକୁ ହଟାଇବାଠାରୁ ଆରମ୍ଭ କରି ରାଜ୍ୟର ବିକାଶକୁ ସେ ସର୍ବଦା ପ୍ରାଥମିକତା ଦେଇ ଆସିଛନ୍ତି। ପ୍ରଶାସନକୁ ଅଧିକ ସ୍ବଚ୍ଛ ଓ ଲୋକାଭିମୁଖୀ କରିବା ଲାଗି ନବୀନଙ୍କ ଅଭିନବ ପ୍ରୟାସ ୫-ଟି ଓ ମୋ ସରକାର ଅନେକାଂଶରେ ସଫଳ ହୋଇଛି। ଗରିବ, ଶ୍ରମିକ, ଦିନ ମଜୁରିଆ, କୃଷକ, ମହିଳା, ଆଦିବାସୀ ଲୋକମାନଙ୍କ ଜୀବନଧାରଣରେ ବିକାଶ ଆଣିବା ସହ ଗତ ୨୫ ବର୍ଷ ହେବ ଅନେକ ଜନହିତକର ଯୋଜନା ହାତକୁ ନେଇଛନ୍ତି। କୃଷକମାନଙ୍କ ଆୟ ବଢ଼ାଇବା ଲାଗି କୃଷି କ୍ୟାବିନେଟ, ସ୍ବତନ୍ତ୍ର କୃଷି ବଜେଟ ସହ କାଳିଆ, ବଳରାମ ଭଳି ଅନେକ ଯୋଜନା କରି ସେ ଚାଷୀଙ୍କ ହୃଦୟ ଜିତି ପାରିଛନ୍ତି।

କ୍ରୀଡ଼ା ପ୍ରତି ନବୀନଙ୍କର ଏକ ସ୍ବତନ୍ତ୍ର ରୁଚି ରହିଛି। ସ୍କୁଲରୁ ଅଲିମ୍ପିକ ଶିକ୍ଷା ଆରମ୍ଭ କରି ସେ ରାଜ୍ୟରେ ଯୁବ ଅଲିମ୍ପିଆନ ସନ୍ଧାନରେ ରହିଛନ୍ତି। ଭାରତୀୟ ହକି ଟିମ୍‌ ଆଜି ଯେଉଁ ସଫଳତା ହାସଲ କରିଛି, ତା’ ପଛରେ ରହିଛିି ନବୀନଙ୍କର ପ୍ରଚ୍ଛନ୍ନ ହାତ । ଯୁବ ଅବସ୍ଥାରେ ନବୀନ ହକି ଖେଳୁଥିଲେ। ଡୁନ୍‌ ସ୍କୁଲରେ ପାଠ ପଢୁଥିବା ବେଳେ ନବୀନ ଗୋଲକିପର ଭୂମିକା ତୁଲାଉଥିଲେ। ଭାରତୀୟ ହକିର ପ୍ରାୟୋଜକ ଥିବା ସାହାରା ପୁରୁଷ ଓ ମହିଳା ଟିମ୍‌ ସ୍ପନସରରୁ ଓହରି ଯାଇଥିଲା। ଯାହା ପରେ ହକିକୁ କୌଣସି ପ୍ରାୟୋଜକ ମିଳି ନ ଥିଲା। ତେବେ ଏଭଳି ବିପଦ ସମୟରେ ନବୀନ ହକିକୁ ସହାୟତାର ହାତ ବଢ଼ାଇଥିଲେ । ୨୦୧୮ରେ ଓଡ଼ିଶା ସରକାର ହକି ଇଣ୍ଡିଆ ସହ ୧୦୦ କୋଟି ଟଙ୍କାର ଚୁକ୍ତି କରିଥିଲା। ୨୦୧୪ରେ ଓଡ଼ିଶାରେ ଆୟୋଜିତ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟ ଆୟୋଜନ ହୋଇଥିଲା। ଏହା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ହକି ଉପରେ ନଜର ପଡ଼ିଥିଲା। ୨୦୧୭ରେ ଓଡ଼ିଶା ସରକାର ପ୍ରାୟୋଜକରେ କଳିଙ୍ଗ ଲାନ୍ସର୍ସ କ୍ଲବ୍‌ ହକି ଇଣ୍ଡିଆ ଲିଗ୍‌ରେ ବିଜେତା ହୋଇଥିଲା। ଏହା ପରେ ଓଡ଼ିଶା ୨୦୧୮ରେ ହକି ବିଶ୍ୱକପ୍‌ ଆୟୋଜନ କରିଥିଲା। ସେହିପରି ୨୦୧୯ରେ ଏଫ୍‌ଆଇଏଚ୍‌ ପୁରୁଷ ସେମିଫାଇନାଲ୍ସ ଓ ଅଲିମ୍ପିକ୍ସ ହକି କ୍ୱାଲିଫାୟର ଏବଂ ୨୦୨୦ରେ ଏଫ୍‌ଆଇଏଚ୍‌ ପ୍ରୋ’ଲିଗ୍‌ ଆୟୋଜିତ ହୋଇଥିଲା। ଏସବୁ ନବୀନ ପଟ୍ଟନାୟକଙ୍କ ସମୟରେ ହିଁ ସମ୍ଭବ ହୋଇଛି।

ସହରବାସୀଙ୍କୁ ପାଣି ଟ୍ୟାପ୍‌ରୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ସ୍ବଜଳ ଯୋଜନା ଆରମ୍ଭ କରିଛନ୍ତି । ପୁରାତନ ଐହିତ୍ୟ ଓ ପର୍ଯ୍ୟଟନ ସ୍ଥଳର ବିକାଶ ଦିଗରେ ପଦକ୍ଷେପ ନେଇ ନବୀନ କଳା ଓ ସଂସ୍କୃତି ପ୍ରତି ତାଙ୍କ ପ୍ରତିବଦ୍ଧତାକୁ ପ୍ରମାଣିତ କରିଛନ୍ତି। ପୁରୀ ଶ୍ରୀମନ୍ଦିର,ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର, ସମଲେଶ୍ୱରୀ ମନ୍ଦିର, ମା’ ତାରାତାରିଣୀ ମନ୍ଦିରର ବିକାଶ କରି ରାଜ୍ୟକୁ ବିଶ୍ୱ ପର୍ଯ୍ୟଟନର ଦୃଷ୍ଟି ଆକର୍ଷଣ କରି ପାରିଛନ୍ତି।

ନବୀନ ସଫଳତାର ପାହାଚ ପରେ ପାହାଚ ଚଢ଼ି ଚାଲିଛନ୍ତି। ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ଚାକିରିରୁ ବିଦା କରି ନବୀନ ଦୁର୍ନୀତି ଓ ସରକାରୀ ଅର୍ଥ ବାଟମାରଣା ପ୍ରତି ସର୍ବଦା ଶୂନ ସହନଶୀଳତା (ଜିରୋ ଟଲେରାନ୍ସ) ନୀତି ଅବଲମ୍ବନ କରି ଆସିଛନ୍ତି। ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଅନେକ ଥର ସରକାରଙ୍କୁ ଘେରିଥିଲେ ମଧ୍ୟ ନବୀନଙ୍କ ପ୍ରଚଣ୍ଡ ପ୍ରତିଭା ଆଗରେ ସବୁକିଛି ଅକାମୀ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ପ୍ରଥମ ଦେଶ ଭାବେ ସୋସିଆଲ ମିଡିଆ ବ୍ୟାନ କଲା ଅଷ୍ଟ୍ରେଲିଆ, ଏତିକି ବର୍ଷରୁ କମ୍ ପିଲା…

ନୂଆଦିଲ୍ଲୀ,୯।୧୨: ପିଲାମାନଙ୍କୁ ସୋସିଆଲ ମିଡିଆର କୁପ୍ରଭାବରୁ ରକ୍ଷା କରିବା ପାଇଁ ଅଷ୍ଟ୍ରେଲିଆ ଏକ ଐତିହାସିକ ପଦକ୍ଷେପ ନେଇଛି। ବୁଧବାର ମଧ୍ୟରାତ୍ରିରୁ ଅଷ୍ଟ୍ରେଲିଆ ୧୬ ବର୍ଷରୁ କମ୍...

ବାରବାଟୀରେ ଭାରତର ବଡ଼ ବିଜୟ! ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ‘ସୂର୍ଯ୍ୟ’ ଟିମ୍

କଟକ,୯।୧୨: ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତୀୟ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକାକୁ ୧୦୧ ରନର...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

ବାରବାଟୀରେ ଘଣ୍ଟି ବଜାଇ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ,୯ା୧୨: କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri