Posted inରାଜ୍ୟ

ରାଜନୀତିରେ ନବୀନ @୨୫

ଭୁବନେଶ୍ୱର,୨ା୬(ବ୍ୟୁରୋ): ନବୀନ ପଟ୍ଟନାୟକ, ଓଡ଼ିଶା ରାଜନୀତିର ଜଣେ ସ୍ପର୍ଦ୍ଧିତ ବ୍ୟକ୍ତିତ୍ୱ। ଦୀର୍ଘ ଅଢ଼େଇ ଦଶନ୍ଧି ଧରି କ୍ଷମତାରେ ରହିବା ପରେ ମଧ୍ୟ ତାଙ୍କ ମ୍ୟାଜିକ୍‌ ଅକ୍ଷୁଣ୍ଣ ରହିଛି। ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଠାରୁ ଆରମ୍ଭ କରି ବିପର୍ଯ୍ୟୟ ମୁକାବିଲା ଦିଗରେ ତାଙ୍କ ବଳିଷ୍ଠ ନେତୃତ୍ୱ ଓଡ଼ିଶାକୁ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରିପାରିଛି। ନବୀନ ନିଜର ରାଜନୈତିକ ଜୀବନର ୨୫ ବର୍ଷ ପୂରଣ କରିଛନ୍ତି। ଏହି ଅବସରରେ ସେ ଟୁଇଟ୍‌ କରି ସ୍ବଭାବକବି ଗଙ୍ଗାଧର ମେହେରଙ୍କ କବିତା ପଂକ୍ତିକୁ ଉଲ୍ଲେଖ କରିବା ସହ ଓଡ଼ିଶାର ୪.୫ କୋଟି ପରିବାର ସଦସ୍ୟଙ୍କଠାରୁ ପାଇଥିବା ସ୍ନେହ ଓ ବିପୁଳ ସମର୍ଥନ ପାଇଁ କୃତଜ୍ଞତା ଜଣାଇଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ନବୀନ ୧୯୯୭ ଡିସେମ୍ବର ୨୬ ରେ ବିଜୁ ଜନତା ଦଳ ସ୍ଥାପନ କରିଥିଲେ। ସେ ୧୯୯୮ରେ ଆସ୍କା ନିର୍ବାଚନମଣ୍ଡଳୀରୁ ଏମ୍‌ପି ଭାବେ ନିର୍ବାଚିତ ହୋଇଥିଲେ। ୧୯୯୮ ମାର୍ଚ୍ଚ ୧୯ରୁ ୨୦୦୦ ମାର୍ଚ୍ଚ ୪ ପର୍ଯ୍ୟନ୍ତ ସେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରିତ୍ୱ ସମୟରେ କେନ୍ଦ୍ର ଇସ୍ପାତ ଓ ଖଣି ମନ୍ତ୍ରୀ ହୋଇଥିଲେ। ଏହା ପରେ ସେ ୨୦୦୦ ମାର୍ଚ୍ଚ ୫ ତାରିଖରେ ନବୀନ ରାଜ୍ୟ ଶାସନର ମଙ୍ଗ ଧରିଥିଲେ। ସେବେଠାରୁ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି। ବହୁ ଘାତ ପ୍ରତିଘାତ ସତ୍ତ୍ୱେ ରାଜ୍ୟର ବିକାଶ ଦିଗରେ ସେ ନିଜକୁ ଅନବରତ ସମର୍ପି ଚାଲିଛନ୍ତି। ଦୃଢ଼ ଇଚ୍ଛାଶକ୍ତି ଏବଂ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ବହୁ ପଛରେ ପକାଇ ଲଗାତର ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରି ଇତିହାସ ସୃଷ୍ଟି କରିଛନ୍ତି। ବିଜେଡିକୁ ଦୀର୍ଘବର୍ଷ କ୍ଷମତାସୀନ କରି ନବୀନ ନିଜକୁ ଜଣେ ପରିପକ୍ୱ ରାଜନେତା ଭାବେ ନିଜକୁ ପ୍ରତିପାଦିତ କରିପାରିଛନ୍ତି।

ଗତ ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନରେ ନବୀନ ନିଜକୁ ପୁଣିଥରେ ଅପ୍ରତିଦ୍ୱନ୍ଦ୍ୱୀ ରାଜନେତା ଭାବେ ପ୍ରମାଣିତ କରିଛନ୍ତି। ଦୁର୍ନୀତି ବିରୋଧୀ ଶାସନ, ସରଳ ଓ ନିରାଡ଼ମ୍ବର ଜୀବନ ତାଙ୍କୁ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚାଇ ପାରିଛି। ତାଙ୍କ ମ୍ୟାଜିକ୍‌ ଆଗରେ ପ୍ରମୁଖ ବିରୋଧୀ ଦଳ ନିଜର ସତ୍ତା ବଜାୟ ରଖିବାକୁ ସଂଘର୍ଷ କରୁଛନ୍ତି। ଯେତେ ଯାହା ରଣନୀତି ଆପଣାଇଲେ ମଧ୍ୟ ନବୀନଙ୍କ ଭାବମୂର୍ତ୍ତି ନିକଟରେ ବିରୋଧୀଙ୍କ ସମସ୍ତ ଉଦ୍ୟମ ଫେଲ୍‌ ମାରୁଛି।

ମହାବାତ୍ୟା ପରବର୍ତ୍ତୀ ସମୟରେ ବିପର୍ଯ୍ୟୟ ପରିଚାଳନାକୁ ସେ ଦୃଢ଼ ସଂକଳ୍ପ ଭାବେ ଗ୍ରହଣ କରିଥିଲେ। ବାତ୍ୟାରେ ଶୂନ ମୃତ୍ୟୁ ଲକ୍ଷ୍ୟ ନେଇ କାର୍ଯ୍ୟ କରି ସେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ପୁଣି ଓଡ଼ିଶା ପ୍ରଥମ ରାଜ୍ୟ ଭାବେ କରୋନା ମୁକାବିଲାରେ ଆଗଧାଡ଼ିରେ ଥିବା ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୋଲିସ, ସଫେଇ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଏବଂ ଶହୀଦର ମାନ୍ୟତା ଦେଇଛି। କରୋନା ମୁକାବିଲାରେ ଗୋଷ୍ଠୀକୁ ସାମିଲ କରିବା ଯୋଗୁ ଜାତିସଂଘ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ପ୍ରଶଂସା କରିଛି। କେବଳ ସେତିକି ନୁହେଁ, ଶାସନରୁ ଦୁର୍ନୀତିକୁ ହଟାଇବାଠାରୁ ଆରମ୍ଭ କରି ରାଜ୍ୟର ବିକାଶକୁ ସେ ସର୍ବଦା ପ୍ରାଥମିକତା ଦେଇ ଆସିଛନ୍ତି। ପ୍ରଶାସନକୁ ଅଧିକ ସ୍ବଚ୍ଛ ଓ ଲୋକାଭିମୁଖୀ କରିବା ଲାଗି ନବୀନଙ୍କ ଅଭିନବ ପ୍ରୟାସ ୫-ଟି ଓ ମୋ ସରକାର ଅନେକାଂଶରେ ସଫଳ ହୋଇଛି। ଗରିବ, ଶ୍ରମିକ, ଦିନ ମଜୁରିଆ, କୃଷକ, ମହିଳା, ଆଦିବାସୀ ଲୋକମାନଙ୍କ ଜୀବନଧାରଣରେ ବିକାଶ ଆଣିବା ସହ ଗତ ୨୫ ବର୍ଷ ହେବ ଅନେକ ଜନହିତକର ଯୋଜନା ହାତକୁ ନେଇଛନ୍ତି। କୃଷକମାନଙ୍କ ଆୟ ବଢ଼ାଇବା ଲାଗି କୃଷି କ୍ୟାବିନେଟ, ସ୍ବତନ୍ତ୍ର କୃଷି ବଜେଟ ସହ କାଳିଆ, ବଳରାମ ଭଳି ଅନେକ ଯୋଜନା କରି ସେ ଚାଷୀଙ୍କ ହୃଦୟ ଜିତି ପାରିଛନ୍ତି।

କ୍ରୀଡ଼ା ପ୍ରତି ନବୀନଙ୍କର ଏକ ସ୍ବତନ୍ତ୍ର ରୁଚି ରହିଛି। ସ୍କୁଲରୁ ଅଲିମ୍ପିକ ଶିକ୍ଷା ଆରମ୍ଭ କରି ସେ ରାଜ୍ୟରେ ଯୁବ ଅଲିମ୍ପିଆନ ସନ୍ଧାନରେ ରହିଛନ୍ତି। ଭାରତୀୟ ହକି ଟିମ୍‌ ଆଜି ଯେଉଁ ସଫଳତା ହାସଲ କରିଛି, ତା’ ପଛରେ ରହିଛିି ନବୀନଙ୍କର ପ୍ରଚ୍ଛନ୍ନ ହାତ । ଯୁବ ଅବସ୍ଥାରେ ନବୀନ ହକି ଖେଳୁଥିଲେ। ଡୁନ୍‌ ସ୍କୁଲରେ ପାଠ ପଢୁଥିବା ବେଳେ ନବୀନ ଗୋଲକିପର ଭୂମିକା ତୁଲାଉଥିଲେ। ଭାରତୀୟ ହକିର ପ୍ରାୟୋଜକ ଥିବା ସାହାରା ପୁରୁଷ ଓ ମହିଳା ଟିମ୍‌ ସ୍ପନସରରୁ ଓହରି ଯାଇଥିଲା। ଯାହା ପରେ ହକିକୁ କୌଣସି ପ୍ରାୟୋଜକ ମିଳି ନ ଥିଲା। ତେବେ ଏଭଳି ବିପଦ ସମୟରେ ନବୀନ ହକିକୁ ସହାୟତାର ହାତ ବଢ଼ାଇଥିଲେ । ୨୦୧୮ରେ ଓଡ଼ିଶା ସରକାର ହକି ଇଣ୍ଡିଆ ସହ ୧୦୦ କୋଟି ଟଙ୍କାର ଚୁକ୍ତି କରିଥିଲା। ୨୦୧୪ରେ ଓଡ଼ିଶାରେ ଆୟୋଜିତ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟ ଆୟୋଜନ ହୋଇଥିଲା। ଏହା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ହକି ଉପରେ ନଜର ପଡ଼ିଥିଲା। ୨୦୧୭ରେ ଓଡ଼ିଶା ସରକାର ପ୍ରାୟୋଜକରେ କଳିଙ୍ଗ ଲାନ୍ସର୍ସ କ୍ଲବ୍‌ ହକି ଇଣ୍ଡିଆ ଲିଗ୍‌ରେ ବିଜେତା ହୋଇଥିଲା। ଏହା ପରେ ଓଡ଼ିଶା ୨୦୧୮ରେ ହକି ବିଶ୍ୱକପ୍‌ ଆୟୋଜନ କରିଥିଲା। ସେହିପରି ୨୦୧୯ରେ ଏଫ୍‌ଆଇଏଚ୍‌ ପୁରୁଷ ସେମିଫାଇନାଲ୍ସ ଓ ଅଲିମ୍ପିକ୍ସ ହକି କ୍ୱାଲିଫାୟର ଏବଂ ୨୦୨୦ରେ ଏଫ୍‌ଆଇଏଚ୍‌ ପ୍ରୋ’ଲିଗ୍‌ ଆୟୋଜିତ ହୋଇଥିଲା। ଏସବୁ ନବୀନ ପଟ୍ଟନାୟକଙ୍କ ସମୟରେ ହିଁ ସମ୍ଭବ ହୋଇଛି।

ସହରବାସୀଙ୍କୁ ପାଣି ଟ୍ୟାପ୍‌ରୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ସ୍ବଜଳ ଯୋଜନା ଆରମ୍ଭ କରିଛନ୍ତି । ପୁରାତନ ଐହିତ୍ୟ ଓ ପର୍ଯ୍ୟଟନ ସ୍ଥଳର ବିକାଶ ଦିଗରେ ପଦକ୍ଷେପ ନେଇ ନବୀନ କଳା ଓ ସଂସ୍କୃତି ପ୍ରତି ତାଙ୍କ ପ୍ରତିବଦ୍ଧତାକୁ ପ୍ରମାଣିତ କରିଛନ୍ତି। ପୁରୀ ଶ୍ରୀମନ୍ଦିର,ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର, ସମଲେଶ୍ୱରୀ ମନ୍ଦିର, ମା’ ତାରାତାରିଣୀ ମନ୍ଦିରର ବିକାଶ କରି ରାଜ୍ୟକୁ ବିଶ୍ୱ ପର୍ଯ୍ୟଟନର ଦୃଷ୍ଟି ଆକର୍ଷଣ କରି ପାରିଛନ୍ତି।

ନବୀନ ସଫଳତାର ପାହାଚ ପରେ ପାହାଚ ଚଢ଼ି ଚାଲିଛନ୍ତି। ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ଚାକିରିରୁ ବିଦା କରି ନବୀନ ଦୁର୍ନୀତି ଓ ସରକାରୀ ଅର୍ଥ ବାଟମାରଣା ପ୍ରତି ସର୍ବଦା ଶୂନ ସହନଶୀଳତା (ଜିରୋ ଟଲେରାନ୍ସ) ନୀତି ଅବଲମ୍ବନ କରି ଆସିଛନ୍ତି। ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଅନେକ ଥର ସରକାରଙ୍କୁ ଘେରିଥିଲେ ମଧ୍ୟ ନବୀନଙ୍କ ପ୍ରଚଣ୍ଡ ପ୍ରତିଭା ଆଗରେ ସବୁକିଛି ଅକାମୀ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

ଜାତୀୟ ରାଜପଥରେ ବଢ଼ିପାରେ ଟୋଲ୍ ଟ୍ୟାକ୍ସ: ବଡ଼ ଯୋଜନା କରୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୬।୨: ଭାରତରେ ଆଗକୁ ବଢିପାରେ ଟୋଲ୍ ଟ୍ୟାକ୍ସ। ଦେଶରେ ଏକ୍ସପ୍ରେସ-ୱେ ଏବଂ ହାଇ-ସ୍ପିଡ୍ ରୋଡ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼…

ହିମସ୍ଖଳନ ପରେ ଟ୍ରେନ ଦୁର୍ଘଟଣା, ଅନେକେ ଆହତ

ଗପ୍ପେନଷ୍ଟାଇନ,୧୬।୨: ସୋମବାର ଦକ୍ଷିଣ ସ୍ବିଜରଲ୍ୟାଣ୍ଡରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗପ୍ପେନଷ୍ଟାଇନ ଗାଁ ନିକଟରେ ହିମସ୍ଖଳନ ପରେ ୮୦ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

କିଛି ଘଣ୍ଟା ମଧ୍ୟରେ ଇସ୍ତଫା ଫେରାଇ ନେଲେ ଏହି କଂଗ୍ରେସ ନେତା, ହେଲେ କାହିଁକି ନେଲେ ଏଭଳି ନିଷ୍ପତ୍ତି? ଜାଣନ୍ତୁ…

ଗୁଆହାଟି,୧୬।୨: ଆସାମ କଂଗ୍ରେସ ଦଳର ପୂର୍ବତନ ସଭାପତି ଭୂପେନ କୁମାର ବୋରା ସୋମବାର (୧୬ ଫେବୃଆରୀ, ୨୦୨୬) ଦିନ ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଇସ୍ତଫାପତ୍ର ପ୍ରଦାନ…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

ହାସ୍ୟ ଅଭିନେତା ରାଜପାଳ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି, ଜାମିନ ପାଇଁ ଦେବାକୁ ପଡ଼ିଲା ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୧୬।୨: ଚେକ-ବାଉନ୍ସ ମାମଲାରେ ତିହାର ଜେଲରେ ଥିବା ଅଭିନେତା ରାଜପାଲ ଯାଦବଙ୍କୁ ସୋମବାର ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ଜାମିନ ଆବେଦନର ଶୁଣାଣି…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri