ପବିତ୍ର ବିଶ୍ୱକର୍ମା ପୂଜାରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ୱର,୧୭।୯(ବ୍ୟୁରୋ): ଆଜି ହେଉଛ ପବିତ୍ର ବିଶ୍ୱକର୍ମା ପୂଜା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ ମାଧ୍ୟମରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି, ପବିତ୍ର ବିଶ୍ୱକର୍ମା ପୂଜା ଅବସରରେ ସଭିଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ପ୍ରଭୁ ବିଶ୍ୱକର୍ମାଙ୍କ କୃପାରୁ ନୂଆ ସର୍ଜନା ପ୍ରତିଟି ଜୀବନକୁ ଆଲୋକିତ କରୁ। ଦେବଶିଳ୍ପୀଙ୍କ ନିକଟରେ ସମସ୍ତଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରୁଛି।