ରାଜ୍ୟ ସରକାରଙ୍କୁ ବଡ଼ ଅନୁରୋଧ କଲେ ନବୀନ; ପ୍ରକାଶ କଲେ ଦୁଃଖ

ଭୁବନେଶ୍ୱର,୧୩।୮: ବାଂଲାଦେଶରେ ଦେଖା ଦେଇଥିବା ଅଶାନ୍ତିକର ସ୍ଥିତି କାରଣରୁ ଏହାର ପ୍ରଭାବ ପଡୋଶୀ ଦେଶ ତଥା ଭାରତ ଉପରେ ପଡିଛି। ସେଠାରେ ବସବାସ କରୁଥିବା ଅଳ୍ପ ସଂଖ୍ୟକ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ହେଉଥିବାର ଖବର ଆସିବା ମଧ୍ୟରେ ସେଠାରୁ ଅନେକ ବାଂଲାଦେଶୀ ଭାରତରେ ଅନୁପ୍ରବେଶ କରିବାର ସ୍ଥିତି ଉପୁଜିଛି। ଯାହାକୁନେଇ ସରକାର ସତର୍କ ଥିବା ବେଳେ ଲୋକମାନଙ୍କ ମଧ୍ୟରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି।

ଏହି କ୍ରମରେ ଓଡ଼ିଶା ଏକ ସମୁଦ୍ର କୁଳିଆ ରାଜ୍ୟ ହୋଇଥିବାରୁ ସମୁଦ୍ରପଥ ଦେଇ ବାଂଲାଦେଶୀମାନେ ଓଡ଼ିଶାରେ ପ୍ରବେଶ କରିବାର ଭୟ ରହିଛି। ତେବେ ପୂର୍ବରୁ ମଧ୍ୟ ଅନେକ ବାଂଲାଦେଶୀ ଓଡ଼ିଶାରେ ଆସି ବସବାସ କରୁଥିବା ବେଳେ ଅନେକ ପଶ୍ଚିମବଙ୍ଗର ଲୋକେ ଓଡ଼ିଶାରେ ବ୍ୟବସାୟ କରୁଛନ୍ତି। ଏଭଳି ସ୍ଥିତିରେ ଲୋକମାନେ ଅନେକ ସ୍ଥାନରେ ବାଂଲାଦେଶୀ ମାନଙ୍କୁ ଚିହ୍ନଟ କରିବା ସହିତ ଅନେକ ସ୍ଥାନରେ ଦ୍ଵନ୍ଦାତ୍ମକ ପରିସ୍ଥିତି କାରଣରୁ ସେମାନଙ୍କୁ ମାଡ଼ ମଧ୍ୟ ମରୁଥିବାର ଖବର ଆସୁଛି। ଏହାରି ମଧ୍ୟରେ ରାଜ୍ୟରେ ଏପ୍ରକାର ସ୍ଥିତିକୁ ନେଇ ବିଶୃଙ୍ଖଳା ବା ଅଶାନ୍ତି ବଢିଥିବା କହି ପ୍ରତିକ୍ରିୟା ଦେଇଛନ୍ତି।

ନବୀନ କହିଛନ୍ତି ”ଏକ ଶାନ୍ତିପ୍ରିୟ ରାଜ୍ୟ ଭାବେ ଓଡ଼ିଶାର ଖ୍ୟାତି ରହିଛି। ଏହା ଏପରି ଏକ ରାଜ୍ୟ ଯେଉଁଠି ଲୋକଙ୍କ ମଧ୍ୟରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ, ଶାନ୍ତି ଓ ସହଭାଗିତା ଯୁଗ ଯୁଗ ଧରି ରହି ଆସିଛି। କିନ୍ତୁ ଚିନ୍ତାର ବିଷୟ ଯେ ଏବେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ସାମାଜିକ ବିଶୃଙ୍ଖଳା ଘଟୁଥିବାର ଖବର ଆସୁଛି। ଅନେକ ଗୋଷ୍ଠୀ ଓ ପୀଡ଼ିତ ନାଗରିକ ମୋତେ ଭେଟି ସେମାନଙ୍କ ଦୁଃଖ ଜଣାଉଛନ୍ତି। ସେମାନେ ଆକ୍ରମଣ ଓ ବିଦ୍ବେଷର ଶିକାର ହେଉଥିବା ଦୁଃଖର କଥା।

ମୁଁ ସମସ୍ତ ସମ୍ପ୍ରଦାୟକୁ ନିବେଦନ କରୁଛି, ଯେ ସେମାନେ ଓଡ଼ିଶାର ଭାବମୂର୍ତ୍ତି ତଥା ଗରିମା ରକ୍ଷା କରନ୍ତୁ। ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ ଭାବେ ଲୋକଙ୍କ ଧନ, ଜୀବନର ସୁରକ୍ଷା ସହ ଆଇନଶୃଙ୍ଖଳା ବଜାୟ ରଖିବା ଦିଗରେ କାମ କରନ୍ତୁ।

ଏକ ସଦଭାବପୂର୍ଣ ରାଜ୍ୟ ଭାବରେ ଓଡ଼ିଶାର ପ୍ରତିଛବି ହିଁ ଆମ ରାଜ୍ୟକୁ ନିବେଶକଙ୍କୁ ଆକୃଷ୍ଟ କରିଆସିଛି ଏବଂ ଆମେ ଆମ ଆର୍ଥିକ ଭିତ୍ତିଭୂମି ସୁଦୃଢ଼ କରିପାରିଛୁ। ଆନନ୍ଦର କଥା, ଆମେ ୬୦ ପ୍ରତିଶତରୁ ଅଧିକ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିପାରିଛୁ। ମୁଁ ରାଜ୍ୟ ସରକାରଙ୍କୁ ଏବଂ ସମସ୍ତ ସରକାରୀ ଅଧିକାରୀଙ୍କୁ ଅନୁରୋଧ କରୁଛି କି ରାଜ୍ୟର ସବୁ ବର୍ଗର ଲୋକଙ୍କ ସୁରକ୍ଷା ପାଇଁ ଯଥା ସମ୍ଭବ ସମସ୍ତ ପ୍ରକାରର ପଦକ୍ଷେପ ନିଅନ୍ତୁ। କାରଣ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ହେଉଛି ଏକ ପ୍ରଗତିଶୀଳ ସମାଜର ମୂଳଭିତ୍ତି। ଯେଉଁଠି ଶାନ୍ତିଥାଏ, ସେଇଠି ହିଁ ପ୍ରଗତି ସମ୍ଭବ ହୁଏ।”


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

ରାସ୍ତା କଡ଼ ତାର ବାଡ଼ରେ ପିଟିହେଲା ବାଇକ୍‌, ଆଉ ତା’ପରେ…

କଳିଙ୍ଗନଗର,୨୨।୩(ଶୁଭାଶିଶ ରାଉତ): ଯାଜପୁର ଜିଲା କୋରାଇ ଥାନା ଅଧୀନ ଖମିଗାଁ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଭାରସାମ୍ୟ ହରାଇ ସ୍ଥାନୀୟ ପଛିକୋଟ…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ସ୍ୱାମୀ ଚେତନାନନ୍ଦଙ୍କ ଆଧ୍ୟାତ୍ମିକ ବାଣୀ ମାନବ ଜୀବନକୁ ଶୃଙ୍ଖଳିତ କରିପାରିବ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧୦ନମ୍ୱର ୱାର୍ଡ ଗଡ଼ ଚୈତନ୍ୟପୁର ଶାସନ ସାହି ସ୍ଥିତ ସ୍ୱାମୀ ଚେତନାନନ୍ଦ ସାରସ୍ୱତ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକୋତ୍ସବ ଏବଂ ଦୁଇଦିନ…

ହର୍ମୁଜ ଷ୍ଟ୍ରେଟରେ ପହଞ୍ଚିଲା ବ୍ରିଟିଶ ବୁଡ଼ାଜାହାଜ, ଟ୍ରମ୍ପଙ୍କ ଧମକ ମଧ୍ୟରେ କୀର ଷ୍ଟାରମରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି; ତଥାପି, ଯୁଦ୍ଧ ଶେଷ ହେବାର କୌଣସି ସୂଚନା ନାହିଁ –…

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri