ଦିନେ ୨୦୦ ଟଙ୍କା ପାଇଁ ଖେଳୁଥିଲେ କ୍ରିକେଟ୍‌, ଏବେ ଆଇପିଏଲ୍‌ରେ କୋଟି କୋଟି ଟଙ୍କା କରିବେ ରୋଜଗାର

ବେଙ୍ଗାଲୁରୁ,୧୩।୨:କୁହାଯାଏ, ସମୟ ବଡ଼ ବଳବାନ। ସମୟକୁ ଅପେକ୍ଷା କଲେ ପରିଶ୍ରମର ଫଳ ନିଶ୍ଚେ ମିଳିଥାଏ। ଆଇପିଏଲ୍‌ ୨୦୨୨ର ନିଲାମରେ ଏହିପରି ଜଣେ ଖେଳାଳିଙ୍କ ଭାଗ୍ୟ ବଦଳିଯାଇଛି।ସେ ହେଉଛନ୍ତି ନବଦୀପ ସଇନି। ତାଙ୍କୁ ଆଇପିଏଲ ୨୦୨୨ର ମେଗା ନିଲାମରେ ୨.୬ କୋଟି ଟଙ୍କା ମିଳିଛି। ଏହି ମାରାତ୍ମକ ଖେଳାଳି ଏକଦା ୨୦୦ ଟଙ୍କା ପାଇଁ କ୍ରିକେଟ ଖେଳୁଥିଲେ, କିନ୍ତୁ ବର୍ତ୍ତମାନ ସେ କୋଟିପତି ହୋଇପାରିଛନ୍ତି।
ରାଜସ୍ଥାନ ରୟାଲ୍ସ ଟିମ ଇଣ୍ଡିଆର ମାରାତ୍ମକ ଦ୍ରୁତ ବୋଲର ନବଦୀପ ସଇନିଙ୍କୁ ଆଇପିଏଲ ୨୦୨୨ର ମେଗା ନିଲାମରେ ୨୦୬ କୋଟିରେ କିଣିଛି। ୨୯ ବର୍ଷୀୟ ଡାହାଣହାତୀ ଦ୍ରୁତ ବୋଲର ସଇନିଙ୍କର କ୍ରମାଗତ ଭାବରେ ୧୪୫-୧୫୦ କିଲୋମିଟର ବେଗରେ ବଲ ପକାଇବାର କ୍ଷମତା ଅଛି।ସେ ଟିମ ଇଣ୍ଡିଆ ପାଇଁ କ୍ରିକେଟର ତିନୋଟି ଫର୍ମାଟରେ ଖେଳନ୍ତି।
ସଇନି ଘରୋଇ କ୍ରିକେଟରେ ଦିଲ୍ଲୀ ପାଇଁ ଖେଳନ୍ତି, ସେ କିନ୍ତୁ ହରିୟାଣାର କର୍ଣ୍ଣଲରୁ ଆସିଛନ୍ତି। କମ୍‌ ଲୋକ ଜାଣିଥିବେ ଯେ ଏପରି ଏକ ସମୟ ଥିଲା ଯେତେବେଳେ ସଇନି କର୍ଣ୍ଣଲରେ ସ୍ଥାନୀୟ ଟୁର୍ନାମେଣ୍ଟରେ ଖେଳିବା ପାଇଁ ପ୍ରତି ମ୍ୟାଚରେ ୨୦୦ ଟଙ୍କା ପାଉଥିଲେ। ଆଉ ଏକ କୌତୁହଳର ବିଷୟ ହେଉଛି ଯେ ୨୦୧୩ ପର୍ଯ୍ୟନ୍ତ ସଇନି ଚମଡ଼ା ବଲ ନୁହେଁ,ଟେନିସ ବଲ କ୍ରିକେଟ ଖେଳୁଥିଲେ। ଦିଲ୍ଲୀର ପୂର୍ବତନ ବୋଲର ସୁମିତ ନରୱାଲ କର୍ଣ୍ଣଲ ପ୍ରିମିୟର ଲିଗରେ ନବଦୀପଙ୍କ ବୋଲିଂ ଦେଖି ବହୁତ ପ୍ରଭାବିତ ହୋଇଥିଲେ। ଏହା ପରେ ସଇନିଙ୍କୁ ଦିଲ୍ଲୀ ଡକାଯାଇଥିଲା। ଦିଲ୍ଲୀରେ ସେ ଗୌତମ ଗମ୍ଭୀରଙ୍କୁ ନେଟ ଅଭ୍ୟାସରେ ସାହାଯ୍ୟ କରିଥିଲେ। ଗୌତମ ଗମ୍ଭୀର ତାଙ୍କ ବୋଲିଂ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ନେଟ ଅଭ୍ୟାସ ପାଇଁ ପ୍ରତିଦିନ ଆସିବାକୁ କହିଥିଲେ। ଗୌତମ ଗମ୍ଭୀର ତାଙ୍କୁ ସମର୍ଥନ କରି ଦିଲ୍ଲୀ ରଣଜୀ ଦଳରେ ଚୟନ କରିଥିଲେ। ୨୦୧୩-୧୪ରେ ସେ ଦିଲ୍ଲୀ ରଣଜୀ ଦଳରେ ମନୋନୀତ ହୋଇଥିଲେ। ଯାହା ପରେ ସେ ଆଉ ପଛକୁ ଚାହିଁ ନ ଥିଲେ। ୨୦୧୮ରେ ଆଫଗାନିସ୍ତାନ ବିପକ୍ଷ ଏକମାତ୍ର ଟେଷ୍ଟ ପାଇଁ ପ୍ରଥମ ଥର ପାଇଁ ସାଇନି ଅନ୍ତର୍ଜାତୀୟ ଦଳରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri