ଭାରତୀୟ ବଂଶୋଦ୍ଭବ ନବଦୀପ ବାଇନ୍ସ ଓଣ୍ଟାରିଓ ଲିବେରାଲ ପାର୍ଟି ନେତା ନିର୍ବାଚିତ

ଟରଣ୍ଟୋ,୨୩ା୧୧: କାନାଡାର ପୂର୍ବତନ ଭାରତୀୟ ବଂଶୋଦ୍ଭବ ମନ୍ତ୍ରୀ ନବଦୀପ ବାଇନ୍ସ ଓଣ୍ଟାରିଓରେ ଲିବେରାଲ ପାର୍ଟିର ନୂଆ ନେତା ନିର୍ବାଚିତ ହୋଇଛନ୍ତି। ଆଗାମୀ ନିର୍ବାଚନ ପାଇଁ ସେ ଦଳକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେବାକୁ ଶପଥ ନେଇଛନ୍ତି। ଦଳର ନେତୃତ୍ୱ ସମ୍ମିଳନୀର ତୃତୀୟ ତଥା ଚୂଡ଼ାନ୍ତ ବାଲଟରେ ୪୯ ବର୍ଷୀୟ ନବଦୀପଙ୍କୁ ୫୦.୩ ପ୍ରତିଶତ ଭୋଟ ମିଳିଥିଲା। ନବଦୀପ ହେଉଛନ୍ତି କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋଙ୍କ ଜଣେ ବଡ଼ ସମର୍ଥକ। ୨୦୧୮ରୁ କଞ୍ଜରଭେଟିଭ୍‌ ପାର୍ଟି ଓଣ୍ଟାରିଓ ରାଜ୍ୟରେ କ୍ଷମତାରେ ରହିଛି।

Dharitri – Odisha’s No.1 Odia Daily

Share