ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୁରୁ ଓ ଶନି ଗ୍ରହଙ୍କ ମଧ୍ୟରେ ଏକ ଶୁଭ ଯୋଗ ସୃଷ୍ଟି ହୋଇଛି। ଗୁରୁ ଓ ଶନି ୧୨୦ ଡିଗ୍ରୀରେ ଅବସ୍ଥିତ ହୋଇ ନବପଞ୍ଚମ ଦୃଷ୍ଟି ଯୋଗ ଗଠନ କରିଛନ୍ତି। ଏହି ଯୋଗର ପ୍ରଭାବରେ ମେଷ, କର୍କଟ, ତୁଳା, ଧନୁ ଓ ମକର ରାଶିର ଲୋକଙ୍କୁ କ୍ୟାରିୟର, ଚାକିରି ଓ ଆର୍ଥିକ କ୍ଷେତ୍ରରେ ଶୁଭ ଫଳ ମିଳିପାରେ। ଆସନ୍ତୁ ଜାଣିବା କେଉଁ ରାଶିଙ୍କ ପାଇଁ ଏହି ଯୋଗ ରହିବ ଲାଭଦାୟକ।
ଗୁରୁ-ଶନିଙ୍କ ନବପଞ୍ଚମ ଯୋଗ ମେଷ ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବା ସହ ଦୀର୍ଘଦିନ ଧରି ଚାଲିଥିବା ସମସ୍ୟାର ଅନ୍ତ ହୋଇପାରେ। ବ୍ୟବସାୟରେ ମଧ୍ୟ ଉନ୍ନତିର ସୁଯୋଗ ମିଳିପାରେ।
କର୍କଟ ରାଶିର ଲୋକଙ୍କ ପାଇଁ ଏହି ଯୋଗ ଆର୍ଥିକ ଦୃଷ୍ଟିରୁ ଭଲ ରହିପାରେ। ବ୍ୟବସାୟରେ ଭଲ ଲାଭ ମିଳିବାର ଯୋଗ ରହିଛି। ଚାକିରି କରୁଥିବା ଲୋକଙ୍କୁ ପଦୋନ୍ନତି ମିଳିପାରେ। ଦରମା ବୃଦ୍ଧି ହେବାରୁ ମନ ଖୁସି ରହିବ। ସମାଜରେ ମାନ-ସମ୍ମାନ ମଧ୍ୟ ବଢ଼ିପାରେ।
ନବପଞ୍ଚମ ଯୋଗ ତୁଳା ରାଶିର ଲୋକଙ୍କ ପାଇଁ ମଧ୍ୟ ଶୁଭ ଫଳ ଆଣିପାରେ। କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳିବା ସହ ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ। ନିଜ ପରିଶ୍ରମର ଭଲ ଫଳ ପାଇବାର ସମ୍ଭାବନା ରହିଛି।
ଗୁରୁ ଓ ଶନିଙ୍କ ମଧ୍ୟରେ ଗଠିତ ନବପଞ୍ଚମ ଯୋଗ ଧନୁ ରାଶି ପାଇଁ ଶୁଭକାରୀ ହୋଇପାରେ। କ୍ୟାରିୟରରେ ସଫଳତା ମିଳିବା ସହ ଆର୍ଥିକ ଭାବେ ଉନ୍ନତି ହୋଇପାରେ। ଘର-ପରିବାରରେ ଖୁସିର ପରିବେଶ ରହିବାର ସମ୍ଭାବନା ରହିଛି।
ମକର ରାଶିର ଲୋକଙ୍କୁ ନବପଞ୍ଚମ ଦୃଷ୍ଟି ଯୋଗର ଲାଭ ମିଳିପାରେ। କ୍ୟାରିୟରରେ ସଫଳତା ସହ ଅଫିସ୍ରେ ନୂଆ ଦାୟିତ୍ୱ ମିଳିପାରେ। ଭାଗ୍ୟର ସାଥ ମିଳିବା ସହ ଅଟକି ରହିଥିବା ଟଙ୍କା ଫେରି ପାଇବାର ସମ୍ଭାବନା ରହିଛି।