ନୌସେନା ଅଫିସର ନିଖୋଜ, ରାସ୍ତାରୁ ମିଳିଲାଆଇଡି କାର୍ଡ

ବ୍ରହ୍ମପୁର,୨୩ା୧(ସବାସ ଚନ୍ଦ୍ର ପାଢ଼ୀ): କେରଳର କୋଚି ଆଇଏଏସ୍‌ ଗରୁଡ଼ାରେ କାର୍ଯ୍ୟରେ ଯୋଗଦେବାକୁ ଟ୍ରେନ୍‌ରେ ଯାଉଥିବା ଜଣେ ନୌସେନା ଅଫିସର ଗତ ୧୯ ତାରିଖରୁ ନିଖୋଜ ଅଛନ୍ତି। ସେ ହେଲେ ବ୍ରହ୍ମପୁର ଗେଟ୍‌ ବଜାରର ସୌରଭ କୁମାର ପାତ୍ର (୨୫)। ସୌରଭ ଏ ପର୍ଯ୍ୟନ୍ତ ଆଇଏନ୍‌ଏସ୍‌ ଗରୁଡ଼ାରେ ପହଞ୍ଚି ନାହାନ୍ତି କି ତାଙ୍କର କୌଣସି ସନ୍ଧାନ ମିଳୁ ନ ଥିବା ତାଙ୍କ ମା’ ନିତ୍ତ ପାତ୍ର ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ପୁଅକୁ ଖୋଜି ଆଣିବାକୁ ପୋଲିସ ଓ ନୌସେନାକୁ ନିବେଦନ କରିଛନ୍ତି। ପୋଲିସ ଏ ନେଇ ଏମ୍‌ଏମ୍‌ଆର ୦୨/୨୫ରେ ଷ୍ଟେଶନ ଡାଏରୀ କରିଛି। ସୌରଭଙ୍କର ଲୋକେଶନ ଜାଣିବା ପାଇଁ ଟ୍ରାକିଂ ଜାରି ରଖିଛି। ଶେଷ ମୋବାଇଲ ଲୋକେଶନ ଇଚ୍ଛାପୁରମ୍‌ ଥିବା ଜଣାପଡିଛିି।
ସୌରଭଙ୍କ ଭାଇ ସମୀରଙ୍କ ସୂଚନା ପ୍ରକାରେ, ୨୦୧୯ରୁ ସୌରଭ ନୌସେନାରେ ନିଯୁକ୍ତି ପାଇଥିଲେ। କେରଳର କୋଚି ଆଇଏନଏସ ଗରୁଡ଼ାରେ ତାଙ୍କର ନିଯୁକ୍ତି ଥିଲା। ୨୦୨୪ ଡିସେମ୍ବର ୨୮ ତାରିଖରେ ସେ ଘରକୁ ଛୁଟିରେ ଆସିଥିଲେ। ଜାନୁଆରୀ ୧୯ ତାରିଖରେ କୋଚି ଫେରିବାର ଥିଲା। ବ୍ରହ୍ମପୁରରୁ ଟ୍ରେନ ଯୋଗେ ବିଶାଖାପାଟଣା ଯାଇ ସେଠାରୁ କୋଚିକୁ ଫ୍ଲାଇଟ ଟିକେଟ ହୋଇଥିଲା। ସମୀର କହିଛନ୍ତି ଯେ, ୧୮ ତାରିଖ ରାତି ୩ଟାରେ ପରିବାର ଲୋକେ ବ୍ରହ୍ମପୁର ଷ୍ଟେଶନରେ ସୌରଭଙ୍କୁ ଟ୍ରେନ୍‌ରେ ବସାଇଥିଲେ। ଅପରାହ୍ନରେ ତାଙ୍କର ଫ୍ଲାଇଟ ଥିଲା। ବ୍ରହ୍ମପୁରରୁ ଯିବା ପରେ ତାଙ୍କ ମୋବାଇଲ ଫୋନ ସୁଇଚ ଅଫ ହୋଇଯାଇଥିଲା। ପରିବାର ଲୋକେ ଖୋଜାଖୋଜି କରିବା ପରେ ବିଶାଖାପାଟଣା ଏୟାର ପୋର୍ଟରେ ସୌରଭଙ୍କୁ ଖୋଜିଥିଲେ। କିନ୍ତୁ ସେ ସେଠାରେ ସେ ଚେକ୍‌ ଇନ କରି ନ ଥିବା ଜଣାପଡିଥିଲା। ଏହାପରେ କୋଚି ଆଇଏଏସ ଗରୁଡ଼ାର ଅଧିକାରୀଙ୍କ ସହ କଥା ହୋଇଥିଲେ ପରିବାର ଲୋକେ। ସୌରଭ ସେଠାରେ ବି ନ ଥିବା ଅଧିକାରୀ ଫୋନ୍‌ରେ ଜଣାଇଥିବା ସମୀର କହିଛନ୍ତି। ପୋଲିସ ସୌରଭଙ୍କ ମୋବାଇଲ ଲୋକେଶନ ଯାଞ୍ଚ କରିଥିଲା। ଇଚ୍ଛାପୁରମ ତାଙ୍କର ଶେଷ ମୋବାଇଲ ଲୋକେଶନ ଥିବା ଜଣାପଡିଛି। ସୌରଭଙ୍କୁ ଅପହରଣ କରାଯାଇଛି ନା ସେ କେଉଁଆଡେ ଚାଲିଯାଇଛନ୍ତି ତାହା ଏବେ ତଦନ୍ତ କରୁଛି ପୋଲିସ। ଟାଉନ ଥାନା ଆଇଆଇସି ସୌଭାଗ୍ୟ ସ୍ବାଇଁ କହିଛନ୍ତି, ଅଭିଯୋଗ ପରେ ସୌରଭଙ୍କୁ ଖୋଜାଖୋଜି କରାଯାଉଛି। ବିଶାଖାପାଟଣା ଏୟାର ପୋର୍ଟ ଅଥରିଟିଙ୍କ ସହ ଯୋଗାଯୋଗ ସହ ବିଭିନ୍ନ ଥାନାକୁ ସୌରଭଙ୍କ ଫଟୋ ପଠାଯାଇଛି ବୋଲି ସେ କହିଛନ୍ତି। ରେଳ ଧାରଣା କଡ଼ରୁ ନୌସେନା ଅଧିକାରୀ ସୌରଭଙ୍କ ଆଇଡି କାର୍ଡ ମିଳିଛି। ସେହିପରି ଆନ୍ଧ୍ରପ୍ରଦେଶର ଇଚ୍ଛାପୁର ରେଳଷ୍ଟେଶନରୁ ସେ ବାହାରକୁ ଆସିଥିବା ସିସିଟିଭି ଫୁଟେଜ ପୋଲିସର ହସ୍ତଗତ ହୋଇଛି। ସୌରଭଙ୍କ ଘରେ ତାଙ୍କର ଲାପଟପ ରହିଥିବା ମଧ୍ୟ ଜଣାପଡିଛି। ବଡ଼ବଜାର ପୋଲିସ ଓ ରେଳବାଇ ପୋଲିସ ପକ୍ଷରୁ ତାଙ୍କର ଗତିବିଧି ଉପରେ ଲଗାତାର ଟ୍ରାକିଂ କରାଯାଉଛି ବୋଲି ଟାଉନ ଥାନାଧିକାରୀ ସ୍ବାଇଁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଚାଷୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ  ମଙ୍ଗଳବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri