ଯୁଦ୍ଧର ଭ୍ରମ ସୃଷ୍ଟିକଲା ନୌସେନା ମକ୍‌ଡ୍ରିଲ୍‌

ପୁରୀ,୨୯ା୧୧(ଅଜିତ୍‌ କୁମାର ମହାନ୍ତି):ଆସନ୍ତା ଡିସେମ୍ବର ୪ରେ ପୁରୀ ବେଳାଭୂମିରେ ପ୍ରଥମ ଥର ପାଇଁ ଭାରତୀୟ ନୌସେନା ପକ୍ଷରୁ ନୌସେନା ଦିବସ ପାଳନ ହେବାକୁ ଯାଉଛି। ଏଥିପାଇଁ ଜିଲା ପ୍ରଶାସନ ସମେତ ନୌସେନା ପକ୍ଷରୁ ଜୋର୍‌ଦାର ପ୍ରସ୍ତୁତି ଚାଲିଛି। ପୁରୀରେ ପ୍ରଥମଥର ପାଇଁ ନୌସେନାର ବିଭିନ୍ନ ରଣକୌଶଳ କାର୍ଯ୍ୟକ୍ରମ ହେବାକୁ ଯାଉଥିବାରୁ ପୁରୀବାସୀ ଓ ପର୍ଯ୍ୟଟକ ଦେଖିବା ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ନୌସେନା ଦିବସ ପାଳନ ପୂର୍ବରୁ ଗୁରୁବାର ପୁରୀ ଆକାଶ ଓ ବେଳାଭୂମିରେ ଯୁଦ୍ଧଭୂମିର ଭ୍ରମ ସୃଷ୍ଟି ହୋଇଛି। ଚାରିପଟେ ଯୁଦ୍ଧ ଜାହାଜ ଓ ଟ୍ୟାଙ୍କ ପ୍ରସ୍ତୁତ ହୋଇ ରହିଥିବାବେଳେ ମକ୍‌ ଡ୍ରିଲ କରାଯାଉଛି। ସ୍ବତନ୍ତ୍ର କମାଣ୍ଡୋ ଅପରେଶନ ଓ ଭିନ୍ନ ଭିନ୍ନ ସମର କୌଶଳକୁ ନେଇ ବ୍ଲୁ ଫ୍ଲାଗ ବିଚ୍‌ରେ ଟ୍ୟାଙ୍କ୍‌, ଗାଡ଼ି, ଜାହାଜ, ବିମାନ ସମେତ ବିଭିନ୍ନ ଉପକରଣ ପହଞ୍ଚିଛି। ସ୍ଥାନୀୟ ଲୋକେ ଓ ପର୍ଯ୍ୟଟକ ଏହାକୁ ଦେଖି ଖୁସି ହେଉଛନ୍ତି। ଗୁରୁବାର ଅପରାହ୍ନରେ ସମୁଦ୍ର ତଟରେ ନୌସେନାର ପ୍ରାୟ ୧୦ଟି ଯୁଦ୍ଧ ଜାହାଜ ଲାଗିଥିବା ଦେଖିବାକୁ ମିଳିଥିବାବେଳେ ଆକାଶମାର୍ଗରେ ହେଲିକପ୍ଟରଗୁଡ଼ିକ ଘନ ଘନ ପଇଁତରା ମାରିଥିଲା। ଡିସେମ୍ବର ୪ରେ ପୁରୀ ପେଣ୍ଠକଟା ବେଳାଭୂମିରୁ ଲାଇଟ୍‌ ହାଉସ୍‌ ବା ମୁହାଣ ପର୍ଯ୍ୟନ୍ତ ନୌସେନା ଦିବସର ମଜା ସ୍ଥାନୀୟ ବାସିନ୍ଦାଙ୍କ ସମେତ ପର୍ଯ୍ୟଟକ ଓ ଦର୍ଶକ ନେଇପାରିବେ। ସୁରକ୍ଷା ଦୃଷ୍ଟିରୁ ପ୍ରାୟ ୮୦ ପ୍ଲାଟୁନ ପୋଲିସ ଫୋର୍ସ ସମେତ ୩୦୦ରୁ ଊଦ୍ଧର୍‌ବ ବରିଷ୍ଠ ଅଧିକାରୀ ପୁରୀରେ ମୁତୟନ ହେବେ ବୋଲି ସୂଚନା ମିଳିଛି।
ନୌସେନା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦାନ କରିବେ। ତେଣୁ ଡିସେମ୍ବର ୪ତାରିଖ ପର୍ଯ୍ୟନ୍ତ ସୁରକ୍ଷା ଦୃଷ୍ଟିକୋଣରୁ ପୁରୀକୁ ହାଇ ଆଲର୍ଟରେ ରଖାଯାଇଥିବା ବେଳେ ସହର ସମେତ ପୁରୀ ବେଳାଭୂମି ବିଶେଷ କରି ବ୍ଲୁ ଫ୍ଲାଗ ବିଚ୍‌ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ବୁଧବାର ଓ ଗୁରୁବାର ବେଳାଭୂମିରେ ନୌସେନା ପକ୍ଷରୁ ମକ୍‌ଡ୍ରିଲ୍‌ କରାଯାଇଛି। ଗୁରୁବାର ଅପରାହ୍ନରେ ପୁରୀ ଆକାଶରେ ଭାରତୀୟ ସେନାର ଅନେକ ଲଢୁଆ ହେଲିକପ୍ଟର ସହ ମିଗ୍‌ ଓ ଯୁଦ୍ଧ ବିମାନ ଚିତ୍ତାକର୍ଷକ ରଣ କୌଶଳ ପ୍ରଦର୍ଶନ କରିଥିଲା। ସେହିପରି ପୂର୍ତ୍ତ ସଚିବଙ୍କ ସମେତ ନୌସେନା ଅଧିକାରୀ ଓ ଜିଲାପାଳ ବ୍ଲୁ ଫ୍ଲାଗ୍‌ ବେଳାଭୂମି ବୁଲି ବିଭିନ୍ନ ବିଭାଗ ପକ୍ଷରୁ କରାଯାଇଥିବା କାର୍ଯ୍ୟଗୁଡିକର ସମୀକ୍ଷା କରିଛନ୍ତି। ଏନେଇ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, ନୌସେନା ଦିବସ ପାଇଁ ଆଗାମୀ ଦିନରେ ବ୍ୟାପକ କଟକଣା ଜାରି ହେବ। ସୁରକ୍ଷା ଦୃଷ୍ଟିକୋଣରୁ ସେନାର ଅଭ୍ୟାସ ସମୟରେ ବେଳାଭୂମିକୁ ପର୍ଯ୍ୟଟକଙ୍କ ଗମନାଗମନ ଉପରେ କଟକଣା ଲାଗୁ କରାଯିବା ନେଇ ଯୋଜନା ହେଉଛି। ନୌସେନା ଦିବସରେ ଯୁଦ୍ଧ କୌଶଳ ପ୍ରଦର୍ଶନ ଦେଖିବା ପାଇଁ ପ୍ରବଳ ଜନସମାଗମକୁ ନଜରରେ ରଖି ୨୦ଟି ଅତିରିକ୍ତ ସ୍ଥାନରେ ଗାଡ଼ି ପାର୍କିଂର ବ୍ୟବସ୍ଥା କରାଯିବ। ବିଭିନ୍ନ ବର୍ଗଙ୍କ ପାଇଁ ପାର୍କିଂ ଜୋନ୍‌ କରାଯାଇଛି ବୋଲି ସ୍ବାଇଁ କହିଛନ୍ତି। ସେହିପରି ସେନା ଅଧିକାରୀ ପ୍ରଦୀପ ପଟେଲ କହିଛନ୍ତି, ଆସନ୍ତା ୪ ତାରିଖରେ ନେଭି ପକ୍ଷରୁ ବିଭିନ୍ନ ରଣ କୌଣଳ ପ୍ରଦର୍ଶନ କରାଯିବ। ନୌସେନା କିପରି ଦେଶକୁ ସୁରକ୍ଷା ଯୋଗାଉଛି, ସେ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯିବ। ୨୫ଟି ଯୁଦ୍ଧ ଜାହାଜ ଜଳପଥରେ ଓ ୪୦ଟି ଯୁଦ୍ଧ ବିମାନରେ ନୌସେନା ଅଧିକାରୀମାନେ ଆକାଶମାର୍ଗରେ କୌଶଳ ପ୍ରଦର୍ଶନ କରିବେ। ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ିଛି। ଦିନେ ଦୁଇଦିନ ମଧ୍ୟରେ ନୌସେନାର ଆଡମିରାଲ୍‌ ପୁରୀରେ ପହଞ୍ଚତ୍ବେ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ କାଉନସିଲର ଶୁଚିସ୍ମିତା, ହୋଇପାରନ୍ତି ଭାଜପାରେ ସାମିଲ

ବାସୁଦେବପୁର,୬।୧୨ (କାଳିପଦ ରାୟ ): ବାସୁଦେବପୁର ପୌରାଞ୍ଚଳର ଏକ ନମ୍ବର ୱାର୍ଡର କାଉନସିଲର ଶୁଚିସ୍ମିତା ଗିରି ଶନିବାର ସକାଳେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ...

କ୍ୟାମେରା ଜଗିଛି, ବାଘ ନେଇଗଲା ବାଛୁରୀ: ଘୁମୁସର ବନଖଣ୍ଡରେ ବଢୁଛି ଆତଙ୍କ

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ଦିନକୁ ଦିନ ବନ୍ୟପ୍ରାଣୀ ଆତଙ୍କ ବଢୁଛି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଆତଙ୍କିତ...

ଏହି ଜିଲାରେ ପ୍ରଥମ ପୋଷ୍ୟ ସନ୍ତାନ ଗ୍ରହଣ

ନୂଆପଡ଼ା,୬ା୧୨ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶୁକ୍ରବାର ପ୍ରଥମଥର ପାଇଁ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଜିଲା ଶିଶୁ ସୁରକ୍ଷା ବିଭାଗ ଓ ସ୍ବତନ୍ତ୍ର...

ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…

ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri