ମୌନିଙ୍କୁ କିସ୍‌ କରିବାକୁ ମନା କଲେ

ମୁମ୍ବାଇ: ବଲିଉଡ୍‌ର ଅନ୍ୟତମ ହଟ୍‌ ଅଭିନେତ୍ରୀ ମୌନି ରୟ। ଏହି ଅଭନେତ୍ରୀଙ୍କ ସହ ରୋମାନ୍ସ କରିବାକୁ କିଏ ବା ମନା କରିବ। କିନ୍ତୁ ଏକ ଅପକମିଂ ମ୍ୟୁଜିକ ଭିଡିଓର ଶୁଟିଂ ବେଳେ ମୌନିଙ୍କୁ କିସ୍‌ କରିବାକୁ ମନା କରି ଦେଇଛନ୍ତି ଆଗଧାଡ଼ିର ସିଙ୍ଗର ଜୁବିନ ନୌଟିଆଲ। ସେ ମୌନିଙ୍କ ସହ ରୋମାନ୍ସ କରିବାକୁ ରାଜି। ହେଲେ କିସ୍‌ କରିବେ ନାହିଁ ବୋଲି ସଫା ସଫା କହି ଦେଇଥିଲେ। ଏ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଅପକମିଂ ମ୍ୟୁଜିକ ଭିଡିଓ ‘ଦିଲ ଗଲତି କର ବେଠା ହେ’ ପାଇଁ ଜୁବିନଙ୍କ ସହ ପ୍ରଥମ ଥର ଯୋଡ଼ି ହୋଇଛନ୍ତି ମୌନି। ଶୁଟିଂ ବେଳେ ଜୁବିନଙ୍କୁ ଜଣାଯାଇଥିଲା ଯେ, ପରବର୍ତ୍ତୀ ଶୁଟିଂରେ ତାଙ୍କୁ ମୌନିଙ୍କୁ କିସ୍‌ କରିବାକୁ ପଡ଼ିବ। ପ୍ରଥମେ ସେ ଭାବିଥିଲେ, କ୍ରୁ ମେମ୍ବର ତାଙ୍କ ସହ ମଜାକ କରୁଛନ୍ତି। କିନ୍ତୁ ଏହା ମଜାକ ନୁହେଁ ବୋଲି ଜାଣିବା ପରେ ସେ ଦ୍ୱିତୀୟ ଥର ଚିନ୍ତା ନ କରି କିସ୍‌ କରିବାକୁ ସେ ମନା କରିଥିଲେ। ଜୁବିନଙ୍କ ଠାରୁ କିସ୍‌ ସିନ ସମ୍ପର୍କରେ ଜାଣିବା ପରେ ମୌନି ମଧ୍ୟ କିସ୍‌ କରିବାକୁ ମନା କରିଥିଲେ।

Share