ମଞ୍ଜୁରି ଅପେକ୍ଷାରେ ନୌପଡା-ଗୁଣପୁର ରେଳପଥ

ଗୁଣପୁର,୧୬ା୬(ପ୍ରଦୀପ କୁମାର ପାଢୀ): ନୌପଡା-ଗୁଣପୁର ରେଳପଥ ଭିତ୍ତିଭୂମି ବିକାଶ ହେବା ନେଇ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆନ୍ଧ୍ର ଓଡିଶା ରେଳ ବ୍ୟବହାରିକ ସଂଘ ଆବାହକ ଡ.ସତ୍ୟ ପ୍ରକାଶ ପଣ୍ଡାଙ୍କ ପତ୍ରର ଉତ୍ତର ଦେଇ ଏହାର ବିକାଶ ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମେ ୩ରେ ଡ.ପଣ୍ଡା ପୂର୍ବତଟ ରେଳ ବିଭାଗ ଅଧିକାରୀଙ୍କୁ ପତ୍ର ଲେଖି ନୌପଡା-ଗୁଣପୁର ରେଳପଥର ବିକାଶ ସହ ଗୁଣପୁର ଥେରୁବାଲି ରେଳପଥ ଉପରେ କ’ଣ ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନ କରିଥିଲେ। ଏହା ପରେ ପୂର୍ବତଟ ରେଳପଥ ଅଧୀନ ବିଶାଖାପାଟଣା କମର୍ସିଆଲ ଡିଭିଜନାଲ ମ୍ୟାନେଜରଙ୍କ ପକ୍ଷରୁ ବରିଷ୍ଠ ବାଣିଜ୍ୟ ପ୍ରବନ୍ଧକ ଅଖିଳେଶ କୁମାର ତ୍ରିପାଠୀ ରେଳ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଉପରେ ଉତ୍ତର ରଖିଛନ୍ତି।
ଗୁଣପୁର ଏବଂ ପାରଳାଖେମୁଣ୍ଡିରେ ନିର୍ମାଣାଧୀନ ପ୍ଲାଟଫର୍ମ ନଂ.୧ରେ ଉଚ୍ଚତା ବୃଦ୍ଧି କାର୍ଯ୍ୟ ଅଗଷ୍ଟ ସୁଦ୍ଧା ସରିବ ବୋଲି କହିଛନ୍ତି। ଉଭୟସ୍ଥାନରେ ୨ ନଂ. ପ୍ଲାଟଫର୍ମ ସକାଶେ ଅମୃତ ଭାରତ ଷ୍ଟେଶନ ଯୋଜନାରେ ପ୍ରସ୍ତାବ ଦିଆଯାଇଛି। ରେଲୱେ ବୋର୍ଡ ମଞ୍ଜୁରି ମିଳିଲେ କାର୍ଯ୍ୟହେବ ବୋଲି ସୂଚନା ଦିଆଯାଇଛି। ଲୋକଙ୍କ ଦୀର୍ଘ ଦିନର ଦାବି କାଶୀନଗର ଏବଂ ତେମ୍ବୁରଠାରେ ନୂତନ ଷ୍ଟେଶନ ନିର୍ମାଣ ଏବଂ ଗୁଣପୁରଠାରେ ଦୁଇଟି ନୂଆ ଲୁପ୍‌ ଲାଇନ୍‌ ହେଲେ ଅଧିକ ଟ୍ରେନ ଯାତାୟାତ ସହ ଚଳାଚଳରେ ସମୟାନୁବର୍ତ୍ତିତା ରହିବା ସହ ଥେରୁବାଲକୁ ରେଳ ସଂଯୋଗ ହେଲେ ସମସ୍ୟାର ସମାଧାନ ହୋଇପାରିବ। ନୂଆପଡା ଏବଂ ଗୁଣପୁର ମଧ୍ୟରେ ଟ୍ରାକ୍‌ଗୁଡିକର ଦୃଢୀକରଣ କାର୍ଯ୍ୟ ଚାଲିଛି। ଏହା ସରିଲେ ବେଗ ବଢିବ ବୋଲି କହିଛନ୍ତି। ସେହିଭଳି ଗୁଣପୁର -ଥେରୁବାଲି ନୂଆ ରେଳପଥର ଚୂଡାନ୍ତ ଡିପିଆର ମଞ୍ଜୁରି ଅପେକ୍ଷାରେ ରହିଛି। ଏହାକୁ ମଞ୍ଜୁରି ମିଳିଲେ କାର୍ଯ୍ୟରେ ଅଗ୍ରଗତି ହେବ ବୋଲି ଭୁବନେଶ୍ୱର ପୂର୍ବତଟ ରେଳପଥ ନିର୍ମାଣ ବିଭାଗ ମୁଖ୍ୟ ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ଗତ ୧୭ ତାରିଖରେ ଡ.ପଣ୍ଡାଙ୍କ ଦ୍ୱାରା ରଖାଯାଇଥିବା ଦାବୀ ଉପରେ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଗୁଣପୁର-ନୌପଡା ରେଳପଥରେ ବର୍ତ୍ତମାନ ୪ ଯୋଡା ଟ୍ରେନ ଚାଲୁ ରହିଛି। ଅଧିକ ଟ୍ରେନ ଚଳାଚଳ ସହ ବେଗ ବୃଦ୍ଧି, ୧ ନଂ. ପ୍ଲାଟଫର୍ମର ଉଚ୍ଚାତ ବୃଦ୍ଧି, ୨ ନଂ ପ୍ଲାଟଫର୍ମ ନ ଥିବାରୁ ଯାତ୍ରୀମାନେ ଯାତାୟାତରେ ହଇରାଣ ହେଉଛନ୍ତି। ବିଭିନ୍ନ ସମସ୍ୟା ଯୋଗୁ ଟ୍ରେନଗୁଡିକ ଠିକ୍‌ ସମୟରେ ରହୁନଥିବା ନେଇ ଲୋକେ ଏହାର ସମାଧାନ ପାଇଁ ଦୀର୍ଘ ଦିନରୁ ଦାବୀ କରୁଥିଲେ। ସେହିପରି ୨୦୧୭-୧୮ ବଜେଟରେ ୭୯.୧୫ ଦୂରତା ଗୁଣପୁର ଥେରୁବାଲି ରେଳପଥ ଲାଗି ୯୩୫.୭୨ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। ଗତ ବଜଟରେ ଏଥିଲାଗି ୫୦ କୋଟି ଟଙ୍କାର ଅନୁଦାନ ଦିଆଯାଇଛି। ୬ ବର୍ଷ ବିତି ଥିଲେ ମଧ୍ୟ ଏହି ରେଳପଥର ଭାଗ୍ୟ ସୂତାଖିଅରେ ଝୁଲୁ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri