ପ୍ରାକୃତିକ ବନାମ କୃତ୍ରିମ

ପ୍ରକୃତି ପ୍ରାକୃତିକର ବିକଳ୍ପ ନାହିଁ। ପ୍ରାକୃତିକ ଓ କୃତ୍ରିମ ଭିତରେ ଆକାଶ ପାତାଳ ଫରକ, ଯେପରି ସାରଦିଆ ପନିପରିବା ଓ ଖତଦିଆ ପନିପରିବା ମଧ୍ୟରେ ଫରକ। ଆମ ପୃଥିବୀ ପଞ୍ଚଭୂତାତ୍ମକ ମୂଳତତ୍ତ୍ୱ (ମାଟି, ଜଳ, ତେଜ, ବାୟୁ ଓ ଆକାଶ) ଦ୍ୱାରା ଗଢ଼ା। ଏଥିରୁ ସମସ୍ତ ନିର୍ଜୀବ, ସଜୀବ, ଗଛ, ଜୀବଜନ୍ତୁ, କୀଟପତଙ୍ଗର ସୃଷ୍ଟି ହୋଇ ପଞ୍ଚମହାଭୂତରେ ଲୀନ ହୋଇଯାଆନ୍ତି। ଏହି ପଞ୍ଚ ମହାଭୂତାତ୍ମକ ଶରୀର ତ୍ରିଦୋଷ (ବାତ, ପିତ୍ତ ଓ କଫ) ସାମ୍ୟାବସ୍ଥାରେ ରହି ସମସ୍ତ କାର୍ଯ୍ୟ ସୁଚାରୁରୂପେ ପରିଚାଳନା ହୋଇଥାଏ। ମାତ୍ର ଏହାର ବ୍ୟତିକ୍ରମ ହେଲେ ରୋଗ ସୃଷ୍ଟି ହୋଇଥାଏ। ବାୟୁ ଦ୍ୱାରା ଶରୀର ଚଳନ ସ୍ନାୟୁଗୁଡ଼ିକୁ କାର୍ଯ୍ୟ କରିବା, ଅମ୍ଳଜାନ ଓ ରକ୍ତ ସଞ୍ଚାଳନ ଦ୍ୱାରା ଶରୀର ସମସ୍ତ କୋଷକୁ ପୋଷକତତ୍ତ୍ୱ ପହଞ୍ଚାଯାଇଥାଏ। ଯଦି ବାୟୁ ପ୍ରକୃପିତ ହୋଇ ଏହି କାର୍ଯ୍ୟରେ ବାଧା ଉତ୍ପନ୍ନ ହୁଏ ଏବଂ ସ୍ନାୟୁ ରୋଗ ହୋଇ ଶରୀରରେ ଯନ୍ତ୍ରଣା ଦେଖାଯାଏ। ପିତ୍ତରେ ଅଗ୍ନିତତ୍ତ୍ୱର ପ୍ରାଧାନ୍ୟତା ଥିବାରୁ ଆହାର, ପାଚନକ୍ରିୟା, ଆଖି ଦ୍ୱାରା ଦେଖିବା, ରକ୍ତ ସୃଷ୍ଟି କାର୍ଯ୍ୟ ଓ ଅନ୍ତଃସ୍ରାବୀ ଗ୍ରନ୍ଥିରୁ ରସ କ୍ଷରଣ ହୋଇଥାଏ। ଏହି ଦୋଷ ପ୍ରକୃପିତ ହୋଇ ପିତ୍ତ ବାନ୍ତି, କଫ ଦୋଷରେ ପୃଥିବୀ ଓ ଜଳତତ୍ତ୍ୱର ପ୍ରାବଲ୍ୟତା ରହିଥାଏ। ଏହି ସନ୍ଧିଗୁଡ଼ିକରେ ରହି ଅସ୍ଥିଗୁଡ଼ିକୁ ଘର୍ଷଣରୁ ସୁରକ୍ଷା ଦେଇଥାଏ। ଏହା ମୋବିଲ୍‌ ପରି କାର୍ଯ୍ୟ କରିଥାଏ। ଏହି ତ୍ରିଦୋଷ ବାତ, ପିତ୍ତ ଓ କଫ ସାମ୍ୟାବସ୍ଥାରେ ରହିଲେ ଶରୀର ସୁସ୍ଥ ରହେ। କିନ୍ତୁ ଏହା ବିଷମାବସ୍ଥାକୁ ଆସିଲେ ରୋଗ ସୃଷ୍ଟି ହୋଇଥାଏ। ପ୍ରାକୃତିକ ଧାତୁ, ରତ୍ନ, ଉପରତ୍ନ, ବୃକ୍ଷଲତା ଇତ୍ୟାଦି ପଞ୍ଚଭୂତାତ୍ମକ ଦ୍ରବ୍ୟ। ଏଗୁଡ଼ିକ ବାତନାଶକ, ପିତ୍ତନାଶକ, କଫନାଶକ ବା ତ୍ରିଦୋଷ ନାଶକ ଅଟେ। ଅର୍ଥାତ୍‌, ଏଗୁଡ଼ିକ ବଢ଼ିଥିବା ଅବସ୍ଥାରୁ ସାମ୍ୟାବସ୍ଥାକୁ ଆଣେ। ଆଧୁନିକ ମତରେ କହିବାକୁ ଗଲେ ଏଥିରେ ଜୀବାଣୁ, ଭୂତାଣୁନାଶକ, ଶୋଥହର, ବେଦନାନାଶକ ଓ ଜ୍ୱରନାଶକ ଇତ୍ୟାଦି ଗୁଣ ଭରି ରହିଛି। ଏହା ପ୍ରାକୃତିକ ହୋଇଥିବାରୁ ବିନା ପାର୍ଶ୍ୱପ୍ରତିକ୍ରିୟାରେ ଶରୀରରେ ଅବଶୋଷିତ ହୋଇଯାଏ ଏବଂ ରୋଗକୁ ସମ୍ପୂର୍ଣ୍ଣ ଭାବେ ଭଲ କରିଦେଇଥାଏ।
ମାତ୍ର ଏହାର ବିକଳ୍ପ ରୂପେ କୃତ୍ରିମ ରାସାୟନିକ ଦ୍ରବ୍ୟ, ଔଷଧକୁ ବ୍ୟବହାର କରିବା ଦ୍ୱାରା ପ୍ରଥମେ ଶରୀରର କୋଷ ଏହାକୁ ଗ୍ରହଣ କରି ନ ଥାଏ। ତେଣୁ ପ୍ରତିକ୍ରିୟା ଆରମ୍ଭ ହୋଇଯାଏ। ଏଗୁଡ଼ିକର ବେଶି ବ୍ୟବହାର ଦ୍ୱାରା ପାର୍ଶ୍ୱପ୍ରତିକ୍ରିୟା ସୃଷ୍ଟି ହୋଇଥାଏ। ଶେଷରେ ରୋଗୀର ଶ୍ୱେତ ରକ୍ତକଣିକା ଦୁର୍ବଳ ହୋଇପଡ଼େ ଓ କୋଷଗୁଡ଼ିକ ରୁଗ୍ଣ ହୋଇଯିବାରୁ ରୋଗ ପ୍ରତିରୋଧକ ଶକ୍ତି କମିବାକୁ ଲାଗେ। ଏହାସହ ଅନ୍ୟାନ୍ୟ ରୋଗ ଭବିଷ୍ୟତରେ ଦେଖାଦେଇଥାଏ। ଅନ୍ତଃସ୍ରାବୀ ଗ୍ରନ୍ଥି, ବହିଃସ୍ରାବୀ ଗ୍ରନ୍ଥିର କାର୍ଯ୍ୟଦକ୍ଷତା କମିବାକୁ ଲାଗେ। ତେଣୁ ଶରୀର ବାହ୍ୟ ପରିବେଶ ପ୍ରତି ଅସହ୍ୟ ହୋଇପଡ଼େ। ଏହାଦ୍ୱାରା ସର୍ବଦା ରାସାୟନିକ ଦ୍ରବ୍ୟ ବା କୃତ୍ରିମ ଦ୍ରବ୍ୟ କବଳରେ ରୋଗୀ ଜୀବନ ଅତିବାହିତ କରିବାକୁ ପଡ଼ିଥାଏ।
ଏହି ବିଷାକ୍ତ ରାସାୟନିକ କବଳରୁ ଅନ୍ୟାନ୍ୟ ପ୍ରାଣୀଜଗତ, କୀଟପତଙ୍ଗ ତିଷ୍ଠି ରହିପାରେ ନାହିଁ। ତେଣୁ ପ୍ରକୃତି କୋଳରୁ ଗୋଟି ଗୋଟି କରି ଜୀବ ଆସ୍ତେ ଆସ୍ତେ ଲୋପ ପାଇବାକୁ ବସିଲେଣି। ଗାଈମାନଙ୍କୁ ଯନ୍ତ୍ରଣା ନିବାରକ ଡାଇକ୍ଲୋଫେନାକ୍‌ ଇଞ୍ଜେକ୍‌ଶନ ଦେବାରୁ ତାଙ୍କର ଶବ ଖାଇ ଶାଗୁଣା ବଂଶ ଲୋପ ହେବାରେ ଲାଗିଲେଣି। ସେହିପରି ବିଲରେ ପ୍ରବଳ ରାସାୟନିକ ସାର ଓ ବିଷ ପ୍ରୟୋଗ ଦ୍ୱାରା ବିଲରେ ମିଳୁଥିବା କଉ, ଗଡ଼ିଶା, କଙ୍କଡ଼ା, ମଉରାଳି, ତୋଡ଼ି ଆଦି ମାଛ ଆଉ ଦେଖିବାକୁ ମିଳୁନାହିଁ। ସାରଦିଆ ପନିପରିବା ଖାଇ ବିଭିନ୍ନ ଅସାଧ୍ୟ ରୋଗମାନ ଦେଖାଯାଉଅଛି।
ସେପଟେ ପ୍ରଦୂଷଣ ବଢ଼ିଚାଲିଛି। ଗଛ, ବଣଜଙ୍ଗଲ ନଷ୍ଟ ହେବା ଦ୍ୱାରା ଗାଡ଼ି, କଳକାରଖାନାର ବିଷାକ୍ତ ଗ୍ୟାସ୍‌ ଯୋଗୁ ତାପମାତ୍ରା ବଢ଼ୁଛି। ଏଥିରେ କେତେଦିନ ପୃଥିବୀର ଜୀବଜଗତ ତିଷ୍ଠି ରହିବ?
ତେଣୁ ଏଥିପ୍ରତି ଜନସାଧାରଣ, ପରିବେଶବିତ୍‌ ସଚେତନ ହୋଇ ପ୍ରାକୃତିକ ଦ୍ରବ୍ୟ, ଔଷଧକୁ ପ୍ରାଧାନ୍ୟ ଦେବା, ଚାଷରେ ଜୈବିକ ଖତ ପ୍ରୟୋଗ କରିବା, ସକାଳ ସୂର୍ଯ୍ୟକିରଣରେ ଭ୍ରମଣ କରିବା, ବାହ୍ୟ ପ୍ରାକୃତିକ ପରିବେଶ ଓ ଆଲୋକରେ ସମୟ ବିତାଇବା ସହ ମାନସିକତାକୁ ସକାରାତ୍ମକ ରଖିଲେ ମାନସିକ ଶାନ୍ତି ମିଳିବ ଏବଂ ବ୍ୟାଧି ପ୍ରତିରୋଧକ କ୍ଷମତା ବଢ଼ିବ।

ଡା. ଆଶିଷ ବାନାର୍ଜୀ
-ଆନନ୍ଦ ବଜାର,
ବେତନଟୀ, ମୟୂରଭଞ୍ଜ
ମୋ: ୯୮୬୧୩୭୪୩୮୫


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri