‘ଗୋପରେ ଖୁବ୍‌ଶୀଘ୍ର ପ୍ରାକୃତିକ ଗ୍ୟାସ ଖନନ’

ଗୋପ,୨।୮(ଡି.ଏନ୍‌.ଏ.):ପୁରୀ ଜିଲା ଗୋପ ବ୍ଲକ ଅଞ୍ଚଳରେ ଖୁବ୍‌ଶୀଘ୍ର ପ୍ରାକୃତିକ ଗ୍ୟାସ୍‌ ଖନନ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ଏଠାରେ ତୈଳ ଓ ପ୍ରାକୃତିକ ଗ୍ୟାସ ଭରପୂର ରହିଥିବାରୁ ଆଗକୁ ଓଡ଼ିଶା ନିଶ୍ଚିତ ଭାବେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଉନ୍ନତି କରିବ। ଏଥିସହିତ ଗୋପ ବ୍ଲକର ନଁା ବିଶ୍ୱ ଦରବାରରେ ଲିପିବଦ୍ଧ ହୋଇ ରହିବ ବୋଲି ସୋମବାର ଗୋପ ପଞ୍ଚାୟତ କାର୍ଯ୍ୟାଳୟରେ ଅଏଲ୍‌ ଇଣ୍ତିଆ କମ୍ପାନୀର ଚିଫ୍‌ ଜେନେରାଲ ମ୍ୟାନେଜର ଡ. ବି.ଏନ୍‌. ସାହୁ ଯୋଗଦେଇ କହିଛନ୍ତି। କମ୍ପାନୀ ପକ୍ଷରୁ ଏକ ୧୦ଜଣିଆ ପ୍ରତିନିଧି ଦଳ ସୋମବାର ଗୋପ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚତ୍ବା ପରେ ଉପସ୍ଥିତ ଜମି ମାଲିକଙ୍କ ସମସ୍ତ କାଗଜପତ୍ର ଦେଖି ଏଗ୍ରିମେଣ୍ଟ କରାଇବା ପରେ ଚେକ୍‌ ପ୍ରଦାନ କରାଯାଇଥିଲା।
ଯେ, ୨୦୨୦ ନଭେମ୍ବର ୨୦ ଠାରୁ ଭାରତ ସରକାରଙ୍କ ତୈଳ କମ୍ପାନୀ ଅଏଲ ଇଣ୍ତିଆ କମ୍ପାନୀ ପକ୍ଷରୁ ତୈଳ ଓ ପ୍ରାକୃତିକ ଗ୍ୟାସ ଖନନ ସର୍ଭେ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟ ଜିଲାର ବିଭିନ୍ନ ସ୍ଥାନରେ କରାଯାଇଥିବା ବେଳେ ଗୋପ ବ୍ଲକର କୁଶୁପୁରୁ, ମହଲପଡା ପଞ୍ଚାୟତର ଚିତ୍ରା ନିକଟରେ ଏହି ତୈଳ ଓ ପ୍ରାକୃତିକ ଗ୍ୟାସ ଥିବାର ସନ୍ଧାନ ମିଳିଥିଲା। ପରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ କେତେକ ଅଧିକାରୀ ଉକ୍ତ ୨ ପଞ୍ଚାୟତକୁ ଗସ୍ତ କରି ଲୋକ ପ୍ରତିନିଧିଙ୍କ ସହ ସେହି ଅଞ୍ଚଳର ଚାଷୀମାନଙ୍କ ସହିତ କଥାବାର୍ତ୍ତା କରିଥିଲେ। ଏହି ଦୁଇଟି ସ୍ଥାନରେ ପର୍ଯ୍ୟାପ୍ତ ପରିମାଣର ତୈଳ ଓ ପ୍ରାକୃତିକ ଗ୍ୟାସ ଥିବା ସନ୍ଧାନ ସାଟଲାଇଟ ସର୍ଭେ ଦ୍ୱାରା ମଧ୍ୟ ଜଣାପଡ଼ିଥିଲା। ସାଟଲାଇଟ ସର୍ଭେ ମାଧ୍ୟମରେ କୁସୁପୁର ମୌଜାରେ ସ୍ୟାଟେଲାଇଟ ମ୍ୟାପ ଯୋଗେ ୮ ଏକର ଓ ମହଲପଡା ପଞ୍ଚାୟତ ଚିତେରା ମୌଜାରେ ୮ ଏକର ଜାଗା ଚିହ୍ନଟ ହୋଇଛି। କୁସୁପୁରରେ ଥିବା ଜମିର ମାଲିକ ୩୭ଜଣ ଥିବାବେଳେ ଚିତେରାରେ ଚିହ୍ନଟ ଜମିରେ ୧୦୪ଜଣ ମାଲିକ ରହିଛନ୍ତି। ଅଏଲ ଇଣ୍ତିଆ କମ୍ପାନୀ ଏହି ଜମିର ସମସ୍ତ ମାଲିକଙ୍କୁ ନେଇ ବାରମ୍ବାର ଆଲୋଚନା କରିବା ସହ କେଉଁ କାଗଜପତ୍ର ଦେବେ ସୂଚନା ଦିଆଯାଇଥିଲା। ସୋମବାର ଗୋପ ପଞ୍ଚାୟତ କାର୍ଯ୍ୟାଳୟରେ କମ୍ପାନୀର ମୁଖ୍ୟ ଚିଫ ଜେନାରାଲ ମ୍ୟାନେଜର ସାହୁଙ୍କ ନେତୃତ୍ୱରେ ୧୦ଜଣିଆ ପ୍ରତିନିଧି ଦଳ ପହଞ୍ଚତ୍ ଜମି ମାଲିକଙ୍କ ଜମିର କାଗଜପତ୍ର, ଆଧାର କାର୍ଡ ସହିତ ଅନ୍ୟାନ୍ୟ କାଗଜପତ୍ର ତନଖି କରିଥିଲେ। ତେବେ ପ୍ରଥମ ପର୍ଯ୍ୟାୟରେ ୩୭ ଜମି ମାଲିକଙ୍କ ସମସ୍ତ କାଗଜପତ୍ର ଦେଖିବା ପରେ କମ୍ପାନୀ ପକ୍ଷରୁ ୧କୋଟି ଟଙ୍କାର ଚେକ୍‌ ଦିଆଯାଇଥିଲା। କମ୍ପାନୀ ୮ ଏକର ଜମି ମାଲିକଙ୍କୁ ଗୁଣ୍ଠ ପିଛା ଏକ ବର୍ଷକୁ ୧୭ ହଜାର ଟଙ୍କା ଲେଖାଏ ୩ ବର୍ଷର ଏଗ୍ରିମେଣ୍ଟ କରିଛି। କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟରେ ମହଲପଡା ପଞ୍ଚାୟତର ଚିତ୍ରାଠାରେ ୧୦୪ ଜମି ମାଲିକମାନଙ୍କ ସହିତ ଏଗ୍ରିମେଣ୍ଟ ମାଧ୍ୟମରେ ଚେକ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ଚେକ ପ୍ରଦାନବେଳେ ଜନପ୍ରତିନିଧି ବିମ୍ବାଧର ଦାସ, ପ୍ରତାପ ପରିଡ଼ା ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri