ଜେଲେନସ୍କିଙ୍କ ହାତ ଛାଡ଼ିଲା ନାଟୋ…

କ୍ୱିଭ୍‌, ୫।୩ : ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ବଡ଼ ଝଟ୍‌କା ଲାଗିଛି। ନାଟୋ ନୋ ଫ୍ଲାଏ ଜୋନ୍‌ ଘୋଷଣା କରିବାକୁ ମନା କରିଛି। ଫଳରେ ଜେଲେନସ୍କି ଏବେ ଅଡୁଆରେ ପଡ଼ିଛନ୍ତି। ଜେଲେନସ୍କି କହିଛନ୍ତି ଯେ, ଏହା ଦ୍ୱାରା ୟୁକ୍ରେନ୍‌ର ସମସ୍ତ ଗାଁ ଏବଂ ସହରରେ ବୋମା ବର୍ଷା ହେବାର ଆଶଙ୍କା ବଢ଼ିଯାଇଛି।

ରୁଷିଆ ଯୁଦ୍ଧ ବିମାନ ନାଟୋ ଉପର ଦେଇ ଆସୁଥିଲେ ମଧ୍ୟ ସେସବୁ ଦେଶ ୟୁକ୍ରେନ୍‌ର ନୋ ଫ୍ଲାଏ ଜୋନ୍‌ ଘୋଷଣା ଦାବିକୁ ଶେଷରେ ମନା କରି ଦେଇଛନ୍ତି।

ଜେଲେନେସ୍କି କହିଛନ୍ତି ଯେ, ଏବେଠାରୁ ଯେତିକି ଲୋକଙ୍କର ମୃତ୍ୟୁ ଘଟିବ ସେଥି ପାଇଁ ନାଟୋ ହିଁ ଦାୟୀ ରହିବ। ନାଟୋର ଏଭଳି ନିଷ୍ପତ୍ତି ନେଇ ଜେଲେନସ୍କି ଅତ୍ୟନ୍ତ ଖରାପ ସ୍ଥିତିରେ ପଡ଼ିଥିବା ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି।

Share