Categories: ଜାତୀୟ

ଭାରତକୁ ମିଳିଲା ନାଟୋରେ ସାମିଲ ହେବାର ଅଫର, ଆମେରିକା ରାଷ୍ଟ୍ରଦୂତ କହିଲେ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ

ନୂଆଦିଲ୍ଲୀ,୧।୪:ଭାରତକୁ ନାଟୋରେ ସାମିଲ ହେବାର ଅଫର ମିଳିଛି। ନାଟୋ ହେଉଛି ୪୦ଟି ଦେଶର ମିଲିଟ୍ରି ସଙ୍ଗଠନ। ଆମେରିକା ରାଷ୍ଟ୍ରଦୂତ ଜୁଲିୟନ ସ୍ମିଥ କହିଛନ୍ତି, ଭାରତ ପାଇଁ ନାଟୋର ଦ୍ୱାର ଖୋଲା ରହିଛି। ସେ କହିଛନ୍ତି, ଭାରତର ଯଦି ଏଥିରେ ରୁଚି ରହିଛି ତେବେ ନାଟୋ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି। ଆମେରିକା ରାଷ୍ଟ୍ରଦୂତ ଜୁଲିୟମ ସ୍କିଥ କହିଛନ୍ତି, ଯଦି ଭାରତ ଚାହିଁବ ତେବେ ନାଟୋର ଦ୍ୱାର ଖୋଲା ରହିଛି। ନାଟୋକୁ ନେଇ ଦକ୍ଷିଣ ଏସିଆ ଓ ଭାରତ-ପ୍ରଶାନ୍ତ କ୍ଷେତ୍ରରେ ସମ୍ପର୍କକୁ ମଜଭୁତ କରିବାକୁ ନେଇ ଜୁଲିୟମ ସ୍ମିଥ କହିଛନ୍ତି, ଯଦି ଭାରତର ରୁଚି ରହିଛି ତେବେ ଉତ୍ତର ଆଟଲାଣ୍ଟିକ ସନ୍ଧି ସଙ୍ଗଠନ ଏହାସହ ଆହୁରି ଅଧିକ ଭାବେ ଯୋଡି ହେବାକୁ ପ୍ରସ୍ତୁତ ରହିଛି।
ଆମେରିକାର ନାଟୋ ରାଷ୍ଟ୍ରଦୂତ ଏହା ମଧ୍ୟ କହିଛନ୍ତି ଯେ ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଙ୍ଗଠନ ତରଫରୁ ଏହାକୁ ଏକ ବ୍ୟାପକ ବିଶ୍ୱ ସାମରିକ ମିଳିତ ମଞ୍ଚରେ ବିସ୍ତାର କରିବାକୁ କୌଣସି ଯୋଜନା ନାହିଁ।

Share