ଦେଶୀ ପିସ୍ତଲ ଜବତ;୨ ଗିରଫ

କେସିଙ୍ଗା,୧୬।୧୨: କଳାହାଣ୍ଡି ଜିଲା କେସିଙ୍ଗା ସହରର ଦୁଇ ଜଣ ଆସାମୀ ବିନା ଲାଇସେନ୍ସର
ଦେଶୀ ପିସ୍ତଲ ରଖି କ୍ରାଇମ ଯୋଜନା ପ୍ରସ୍ତୁତ କରୁଥିବାବେଳେ କେସିଙ୍ଗା ପୋଲିସ ଚଢ଼ାଉ କରିଛି। ଚଢ଼ାଉ କରି ଗୋଟିଏ ପିସ୍ତଲ ଜବତ କରିବା ସହ ଦୁଇ ଜଣକୁ ଗିରଫ କରିଛି। ଗିରଫ ଦୁଇ ଜଣ ହେଲେ ସ୍ଥାନୀୟ ୱାର୍ଡ ନମ୍ବର ୬ର ରାହୁଳ ମାଝୀ (୨୬) ଓ ଲଛମନ ମଙ୍ଗରାଜ (୨୮)।
ଏମାନେ ଗତ ୧୪ରେ ତେଲ ନଦୀ ନିକଟରେ କ୍ରାଇମ ପାଇଁ ଯୋଜନା ପ୍ରସ୍ତୁତ କରୁଥିଲେ।କୌଣସି ସୂତ୍ରରୁ କେସିଙ୍ଗା ପୋଲିସ ଏଏସ୍‌ଆଇ ଶ୍ରୀ ମୋହନ ସୂଚନା ପାଇ ଚଢ଼ାଉ କରି ପିସ୍ତଲ ଜବତ କରି ଏହି ଦୁଇ ଜଣଙ୍କୁ କାବୁ କରିଥିଲେ କଳାହାଣ୍ଡି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏ ନେଇ କେସିଙ୍ଗା ଥାନା ଏକ ରୁଜୁ କରି ତଦନ୍ତ ଜାରି ରଖିଛି।