ମୂଳ ଭାରତୀୟ କମଳା ହେରିସ ଆମେରିକା ଉପରାଷ୍ଟ୍ରପତି ପ୍ରାର୍ଥୀ

ୱାଶିଂଟନ, ୧୨।୮: ଆମେରିକା ରାଷ୍ଟ୍ରପତି ର୍ନିବାଚନରେ ଡେମୋକ୍ରେଟିକ ପାର୍ଟି ପକ୍ଷରୁ ମୂଳ ଭାରତୀୟ କମଳା ହେରିସ ଉପରାଷ୍ଟ୍ରପତି  ପ୍ରାର୍ଥୀ ହୋଇଛନ୍ତି । ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଜୋ ବାଇଡେନ ଏନେଇ ଟୁଇଟ କରି ଘୋଷଣା କରିଛନ୍ତି। କମଳା ଜଣେ ଲଢୁଆ ଯୋଦ୍ଧା ବୋଲି ବାଇଡେନ ପ୍ରଶଂସା କରିଛନ୍ତି। କାଲିଫର୍ନିଆର ଅଟର୍ନି ଜେନେରାଲ ଥିବା ସମୟରେ ବାଇଡେନ୍‌ ତାଙ୍କୁ ଭେଟି ଥିବା ପ୍ରକାଶ କରିିଛନ୍ତି। କମଳାଙ୍କ କାମ କରିବା ଶୈଳୀ ବେଶ୍‌ ପ୍ରଶଂସା ଯୋଗ୍ୟ। ମହିଳା ଓ ଶିଶୁଙ୍କ ସୁରକ୍ଷା ଲାଗି କମଳାଙ୍କ କାମ ବେଶ୍‌ ଉଲ୍ଲେଖନୀୟ। ଡେମୋକ୍ରେଟିକ ପାର୍ଟିର ନିର୍ବାଚନ ଅଭିଯାନରେ କମଳା ତାଙ୍କର ସହଯୋଗୀ ହୋଇଥିବାରୁ ବାଇଡେନ ଏହାକୁ ସ୍ବାଗତ କରିଛନ୍ତି।

Share