Categories: ଜାତୀୟ

ଦେଶର ସୁରକ୍ଷା ସୁରକ୍ଷିତ ହାତରେ: ରାଜନାଥ…

ଚାମୋଲି,୫।୧୦ : ଦଶହରାର ଶୁଭ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୁଧବାର ଉତ୍ତରାଖଣ୍ଡର ଚାମୋଲିସ୍ଥିତ ଔଲି ମିଲିଟାରୀ ଷ୍ଟେଶନରେ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ ଉପସ୍ଥିତିରେ ଶସ୍ତ୍ର ପୂଜା କରିଥିଲେ। ଏହି ଅବସରରେ ସେ କହିଛନ୍ତି ଯେ ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ ଅସ୍ତ୍ରଶସ୍ତ୍ର ପୂଜା କରାଯାଏ।

ସେ କହିଛନ୍ତି, ଆମର ସଶସ୍ତ୍ର ବାହିନୀଙ୍କ ହାତରେ ଦେଶ ସୁରକ୍ଷିତ ରହିଛି। ଆମର ସଶସ୍ତ୍ର ବାହିନୀ ଏବଂ ସାମରିକ ବାହିନୀର ଯବାନମାନେ ଆମ ଦେଶର ଗର୍ବ।

ରାଜନାଥ ସିଂ ମନ୍ତ୍ର ଜପ କରିବା ସହ ସଶସ୍ତ୍ର ବାହିନୀର ଉପସ୍ଥିତିରେ ଅସ୍ତ୍ର ପୂଜା କରିଥିଲେ।

Share