‘ଦେଶର ଗର୍ବ ମ୍ୟୁଜିୟମ ଅଫ୍‌ ଜଷ୍ଟିସ’

କଟକ ଅଫିସ,୨୬।୨: କଟକ ବାରବାଟୀ ଦୁର୍ଗ ପରିସରରେ ମ୍ୟୁଜିୟମ ଅଫ୍‌ ଜଷ୍ଟିସ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହାକୁ ଉଦ୍‌ଘାଟନ କରି କହିଥିଲେ, ମ୍ୟୁଜିୟମ ଅଫ୍‌ ଜଷ୍ଟିସ୍‌ ଦେଶର ଗର୍ବ। ଏଥିସହ ସେ ନାଗରିକର ଅଧିକାର ଅକ୍ଷୁଣ୍ଣ ରହିବା ଉପରେ ସଚେତନତା ସୃଷ୍ଟି କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେହିପରି ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର କହିଥିଲେ, ମ୍ୟୁଜିୟମ ଅଫ୍‌ ଜଷ୍ଟିସ ମାଧ୍ୟମରେ ଇତିହାସକୁ କେବଳ ସମ୍ମାନ ଦିଆଯାଇନାହିଁ ବରଂ ଇତିହାସ ସୃଷ୍ଟି କରାଯାଇଛି। ହାଇକୋର୍ଟ ଓ ଜିଲାକୋର୍ଟଗୁଡ଼ିକର ରେକର୍ଡ ରୁମ୍‌ରେ ଥିବା ଊନବିଂଶ ଶତାବ୍ଦୀ ପୂର୍ବର ପୁରୁଣା ରେକର୍ଡଗୁଡିକୁ ମ୍ୟୁଜିୟମ୍‌ରେ ସ୍ଥାନିତ କରାଯାଇଛି। ଓଡ଼ିଶାର ସ୍ବାଧୀନତା ସଂଗ୍ରାମୀ, ପ୍ରସିଦ୍ଧ ବ୍ୟକ୍ତିତ୍ୱ ଓ ଘଟଣାବଳୀ ସମ୍ପର୍କିତ ବହୁ ଲୁକ୍କାୟିତ ରେକର୍ଡଗୁଡ଼ିକୁ ଏଠାରେ ସ୍ଥାନିତ କରାଯାଇ ଓଡ଼ିଶାର ନ୍ୟାୟିକ ବ୍ୟବସ୍ଥାର ବୈପ୍ଳବିକ ପରିବର୍ତ୍ତନକୁ ଉପସ୍ଥାପନା କରିବାର ପ୍ରୟାସ କରାଯାଇଛି। ଏହି ମ୍ୟୁଜିୟମ କେବଳ ଓଡ଼ିଶାର ନୁହେଁ, ସାରା ଦେଶର ନ୍ୟାୟିକ ବ୍ୟବସ୍ଥାର ପ୍ରତିଫଳନ। କାରଣ ଯେକୌଣସିଠାରେ ସଂଘଟିତ ଘଟଣାବଳୀର ଦର୍ପଣ ହେଉଛି ଓଡ଼ିଶା। ଏହି ମ୍ୟୁଜିୟମ ଅଧ୍ୟୟନ, ଅଧ୍ୟାପନା ଓ ଗବେଷଣା ଆଦିର ପ୍ରମୁଖ ସ୍ଥଳ ପାଲଟିବ ବୋଲି ମୁଖ୍ୟ ବିଚାରପତି କହିଛନ୍ତି। ବିଚାରପତି ଦେବବ୍ରତ ଦାଶ ସ୍ବାଗତ ଭାଷଣ ଦେଇ କହିଥିଲେ, ନ୍ୟାୟିକ ବ୍ୟବସ୍ଥାର ଏକ ସମ୍ଭ୍ରାନ୍ତ ଐତିହ୍ୟ ରହିଛି। ମ୍ୟୁଜିୟମ ଅଫ୍‌ ଜଷ୍ଟିସରେ ପ୍ରାଚୀନ ସମୟରୁ ନ୍ୟାୟିକ ବ୍ୟବସ୍ଥାର ଉଜ୍ଜ୍ୱଳମୟ ଇତିହାସ ସ୍ଥାନିତ ହୋଇଛି। ଏହି ଅବସରରେ ମ୍ୟୁଜିୟମ୍‌ର ପ୍ରଥମ ପ୍ରକାଶନକୁ ଉନ୍ମୋଚନ କରାଯାଇଥିଲା। ବିଚାରପତି ଶଶିକାନ୍ତ ମିଶ୍ର ଧନ୍ୟବାଦ ଦେଇଥିଲେ।
ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜି.ବି. ପଟ୍ଟନାୟକ, ମ୍ୟୁଜିୟମର କନ୍‌ସଲଟେଟିଭ କମିଟି ସଦସ୍ୟ ବିଚାରପତି ଡ. ଏ. କେ. ମିଶ୍ର, ଡ. ନିବେଦିତା ମହାନ୍ତି, ଟ୍ରାଇବାଲ ମ୍ୟୁଜିୟମର ନିର୍ଦ୍ଦେଶକ ଏ. ବି. ଓତା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପନିର୍ଦ୍ଦେଶକ ଶୁଚିସ୍ମିତା ମନ୍ତ୍ରୀ, ପ୍ରଫେସର ନୀହାର ରଞ୍ଜନ ପଟ୍ଟନାୟକ, ଇନ୍‌ଟାକ୍‌ର ନିର୍ଦ୍ଦେଶକ ମଲ୍ଲିକା ମିତ୍ରଙ୍କ ସମେତ ହାଇକୋର୍ଟର କାର୍ଯ୍ୟରତ ବିଚାରପତି, ପୂର୍ବତନ ବିଚାରପତି, ଆଡ୍‌ଭୋକେଟ ଜେନେରାଲ, ବରିଷ୍ଠ ସରକାରୀ ପ୍ରଶାସକ, ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ, ୟୁନିଭର୍ସିଟି ଲ’ କଲେଜ ଓ ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଛାତ୍ରୀଛାତ୍ରମାନେ ଯୋଗଦେଇଥିଲେ। ଉଦ୍‌ଘାଟନୀ ସମାରୋହ ଶେଷ ହେବାପରେ ରାଜ୍ୟପାଳ, ହାଇକୋର୍ଟ ମୁଖ୍ୟ ବିଚାରପତି ଓ ଅନ୍ୟମାନେ ମ୍ୟୁଜିୟମର ବିଭିନ୍ନ ଗ୍ୟାଲେରି ବୁଲି ଦେଖିଥିଲେ। ସେହିପରି ଛାତ୍ରୀଛାତ୍ରମାନେ ମଧ୍ୟ ମ୍ୟୁଜିୟମ୍‌ର ବିଭିନ୍ନ ଗ୍ୟାଲେରି ବୁଲି ଦେଖିଥିଲେ। ଏଥିରେ ସ୍ଥାନିତ ହୋଇଥିବା ଜନଜାତି ନ୍ୟାୟ ବ୍ୟବସ୍ଥା, କୋର୍ଟ ରୁମ୍‌ର ପ୍ରତିକୃତି ଓ ବିଚାର ପ୍ରକ୍ରିୟାଗୁଡ଼ିକ ଅତ୍ୟନ୍ତ ଶିକ୍ଷଣୀୟ ଏବଂ ଆନନ୍ଦଦାୟକ ହୋଇଥିବା ଛାତ୍ରୀଛାତ୍ରମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri