ଜାତୀୟ ତାଏକୋଣ୍ଡୋ ପ୍ରତିଯୋଗିତା: ଚମକିଲେ କଳାହାଣ୍ଡିର ପ୍ରତିଯୋଗୀ

ଭବାନୀପାଟଣା,୧୦।୧(ଉତ୍ତମ କୁମାର ଦାଶ): ଗୁଜୁରାଟର ଅହମଦାବାଦ କୋବାସ୍ଥିତ ପ୍ରେକ୍ଷାଧ୍ୟାନ ଏକାଡେମୀରେ ଡିସେମ୍ବର ଶେଷରେ ୪୦ତମ ଜାତୀୟ ଆଇଟିଏଫ ତାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଗୁଜରାଟ ତାଏକୋଣ୍ଡୋ ଆସୋସିଏଶନ ଅଫ ଇଣ୍ଡିଆ ଏବଂ ତାଏକୋଣ୍ଡୋ ଫାଇଟର୍ସ ଆସୋସିଏଶନ ଅଫ ଆନୁକୂଲ୍ୟରେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗିତାରେ ଦେଶବ୍ୟାପି ୬୭୧ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ଓଡିଶାରୁ ମୋଟ ୨୮ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ସେଥିମଧ୍ୟରୁ କଳାହାଣ୍ଡି ତାଏକୋଣ୍ଡୋ ଏସୋସିଏଶନର ମୁଖ୍ୟ ଶେଖ ମୁନାୱାରଙ୍କ ନେତୃତ୍ୱରେ କଳାହାଣ୍ଡିରୁ ୧୦ଜଣ ପ୍ରତିଯୋଗୀ ଏଥିରେ ସାମିଲ ହୋଇଥିଲେ। ପ୍ରତିଯୋଗିତାରେ ଓଡ଼ିଶାକୁ ୧୮ଟି ପଦକ ମିଳିଥିବା ବେଳେ କଳାହାଣ୍ଡିର ୫ଜଣ ପ୍ରତିଯୋଗୀ ଏଥିରେ ସଫଳତା ହାସଲ କରି ପଦକ ଲାଭ କରିଛନ୍ତି।

ପଦକ ତାଲିକାରେ ବ୍ୟକ୍ତିଗତ ତୁଲ ବା ପାର୍ଟନ କଲର ବେଲ୍ଟରେ ଦୟା ରାଉତ ରୌପ୍ୟ ପଦକ ହାସଲ କରିଥିବା ବେଳେ ବ୍ୟକ୍ତିଗତ ବ୍ଲାକ୍‌ବେଲ୍ଟ ତୁଲରେ ୧ମ ଡାନୁର ୩ୟ ଡାନୁରରେ ଶେଖ ମୁନୱର୍‌ ବ୍ରୋଞ୍ଜ ପଦକ, ବ୍ୟକ୍ତିଗତ ସ୍କାରିଙ୍ଗ ବାଳିକା ବିଭାଗ ୧୧-୧୩ ବର୍ଷ ବୟସ ବର୍ଗରେ ରିଧୂ ସାହୁ ବ୍ରୋଞ୍ଜ ପଦକ, ବାଳକ ବର୍ଗରେ ୮-୧୦ ବର୍ଗ ଏବଂ ୪୦-୪୫ କେଜି ବର୍ଗରେ ସୋମନାଥ ମହାପାତ୍ର ବ୍ରୋଞ୍ଜ ପଦକ ଏବଂ ବ୍ଲାକ୍‌ବେଲ୍ଟ ୧ମ ଡାନୁର୍‌ ୩ୟ ଡାନ ଏବଂ ୩୫ ବର୍ଷ ଊର୍ଦ୍ଧ୍ୱ ବର୍ଗରେ ଶେଖ ମୁନାୱର ବ୍ରୋଞ୍ଜ ପଦକ ଲାଭ କରି ଏହି ସଫଳତା ହାସଲ କରିଛନ୍ତି।

କେବଳ ସେତିକି ନୁହେଁ ଏହି ପ୍ରତିଯୋଗିତାରେ ଭାଗ ନେଇ କଳାହାଣ୍ଡିର ପ୍ରଥମ ମହିଳା ତାଏକୋଣ୍ଡୋ ବ୍ଲାକବେଲ୍ଟ ପ୍ରଥମ ଡାନ୍‌ ହାସଲ କରିଛନ୍ତି ରେଶମା ବେଗମ। ଜଣେ ଗୃହିଣୀ ଭାବେ ସୂଚାରୁ ରୂପେ ଦାୟିତ୍ୱ ତୁଲାଇବା ସହିତ ନିଜର କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ସେ ଏହି ସଫଳତା ହାସଲ କରିଛନ୍ତି।

ତାଏକୋଣ୍ଡୋ ଆସୋସିଏଶନ ଅଫ ଇଣ୍ଡିଆର ସଭାପତି ତଥା ଗ୍ରାଣ୍ଡମାଷ୍ଟର ବି. ରାଜେନ୍ଦ୍ରନଙ୍କଠାରୁ ସେ ପ୍ରଥମ ଡାନ ବ୍ଲାକବେଲ୍ଟ ସାର୍ଟିଫିକେଟ ଗ୍ରହଣ କରିଥିଲେ। କୋଚ ଶେଖ ମୁନାୱାରଙ୍କ ସହିତ ମାଷ୍ଟର ରଚନା ଚୌରାସିଆ, ମାଷ୍ଟର ନରେନ୍ଦ୍ର କୌଶଳ କୁମାର, ନିରଜ କୁମାରଙ୍କଠାରୁ ସେ ପ୍ରଶିକ୍ଷଣ ପ୍ରାପ୍ତ । ଏହାକୁ ନେଇ ଜିଲାରେ ଖୁସିର ଲହରୀ ଖେଳିଯାଇଛି।

ଏହି ପରିପ୍ରେକ୍ଷୀରେ ଶନିବାର ଭବାନୀପାଟଣା ସ୍ଥିତ ଭାଗିରଥୀ ଇନ୍‌ ସମ୍ମିଳନୀ କକ୍ଷରେ କୃତୀ ପ୍ରତିଯୋଗୀମାନଙ୍କୁ ସମ୍ମାନିତ କରାଯାଇଛି। ଆୟୋଜିତ ସମ୍ବର୍ଦ୍ଧନା ପର୍ବ ଓ ଖବରଦାତା ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍‌ ଡ. ଅଜୟ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଖବରଦାତା ଉମାଶଙ୍କର କର, ସାମାଜିକ କର୍ମୀ ଧର୍ମେନ୍ଦ୍ର ନାଏକ, ସରୋଜ ବାଗ, ରେଶମା ବେଗମ୍‌ ପ୍ରମୁଖ ମଞ୍ଚାସୀନ ଥିଲେ। ଶେଖ ମୁନାୱାର ସ୍ବାଗତ ଭାଷଣ ସହିତ ସଭା ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ।

 

 


Enter your email to get our daily news in your inbox.

All Right Reserved By Dharitri.Com

କୁଲଦୀପଙ୍କ ଦ୍ୱିତୀୟ ଇନିଂସ: ପିଲାଦିନର ବନ୍ଧୁ ବଂଶିକାଙ୍କ ସହ ବିବାହ ସମ୍ପନ୍ନ, ଧୁମ୍‌ ନାଚିଲେ…

ମସୁରୀ, ୧୪।୩: ଟିମ୍‌ ଇଣ୍ଡିଆର ଷ୍ଟାର୍‌ ସ୍ପିନର୍‌ କୁଲଦୀପ ଯାଦବଙ୍କ ପାଇଁ ମାର୍ଚ୍ଚ ୨୦୨୬ ସାରା ଜୀବନ ପାଇଁ ସ୍ମରଣୀୟ ହୋଇ ରହିବ। ଗତ ରବିବାର (୯…

୧୬ରେ କଂଗ୍ରେସର ସଂସଦ ଘେରାଉ ଆନ୍ଦୋଳନ

ନୂଆଦିଲ୍ଲୀ,୧୪ା୩: କେନ୍ଦ୍ର ସରକାର ନିକଟରେ କରିଥିବା ଆମେରିକା ସହ ବାଣିଜ୍ୟ ଚୁକ୍ତିନାମା ଦେଶ ପାଇଁ କ୍ଷତିକାରକ ହେବ ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାର ପ୍ରତିବାଦ ସ୍ବରୁପ…

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟ୍‌କା! ଲିଗ୍‌ ଆରମ୍ଭର ୧୪ ଦିନ ପୂର୍ବରୁ ଦଳ ଛାଡ଼ିଲେ…

ନୂଆଦିଲ୍ଲୀ, ୧୪।୩: ଆଇପିଏଲ ୨୦୨୬ ପାଇଁ ସମସ୍ତ ଦଳ ନିଜର ପ୍ରସ୍ତୁତି ଜୋରଦାର କରିଛନ୍ତି। କେଉଁଠି ନୂଆ ଜର୍ସି ଲଞ୍ଚ ହେଉଛି ତ କେଉଁଠି ଖେଳାଳିମାନେ ଅଭ୍ୟାସ…

ଚାଷୀଙ୍କ ଦୁଃଖ: ଅମଳ ବେଳେ କଲରା କିଆରୀ ଉଜାଡ଼ିଲେ ଦୁର୍ବୃତ୍ତ, ଜମୁର୍ଡା ଗ୍ରାମରେ ଉତ୍ତେଜନା!

ବରଗଡ଼, ୧୪/୦୩ (ପ୍ରେମାନନ୍ଦ ଖମାରୀ): ଜଣେ ଚାଷୀ ରକ୍ତକୁ ପାଣି କରି ଫସଲ ଉଜେଇଥିବା ବେଳେ, ଅମଳ ସମୟରେ ଦୁର୍ବୃତ୍ତଙ୍କ କଳା ପାହାର ଚାଷୀର ମେରୁଦଣ୍ଡ ଭାଙ୍ଗି…

ଛାତ୍ରୀଙ୍କ ଅସଦାଚରଣ ଭିଡିଓ ଭାଇରାଲ ମାମଲା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

କାକଟପୁର/ଅସ୍ତରଙ୍ଗ,୧୪ା୩(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ/ମମତା ଜେନା): ପୁରୀ ଜିଲା କାକଟପୁର ଥାନା ଅଞ୍ଚଳର ଏକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ସ୍କୁଲର ଅବସରପ୍ରାପ୍ତ କର୍ମଚାରୀ ଅସଦାଚରଣ କରିଥିବା ଭିଡିଓ…

ଗ୍ୟାସ, ପେଟ୍ରୋଲ କଳାବଜାର କରୁଥିଲେ ସାବଧାନ: ନିୟମିତ ଯାଞ୍ଚ କରିବ କମିଟି

ନନ୍ଦପୁର,୧୪ା୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ଅଞ୍ଚଳର ପେଟ୍ରୋଲ ଟାଙ୍କି, ଗ୍ୟାସ ବିତରଣ କେନ୍ଦ୍ରଗୁଡ଼ିକ ନିୟମିତ ଯାଞ୍ଚ କରିବାକୁ କମିଟି ଗଠନ ପାଇଁ…

ବଡ଼ ଧରଣର ପୋଲିସ ଚଢ଼ାଉ: ବିପୁଳ ପରିମାଣର ବିସ୍ଫୋରକ ସହ ୨ ଗିରଫ

ବେଲଗୁଣ୍ଠା,୧୪।୩(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେଲଗୁଣ୍ଠା ଥାନା ଅଧିକାରୀ…

ଭେଟିବାକୁ ଆସିଲେନି ପ୍ରେମିକ, ବୈତରଣୀ ପୋଲ ଉପରୁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ପୋଲିସ ପହଞ୍ଚି…

ପାଟଣା, ୧୪।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ନିକଟସ୍ଥ ବୈତରଣୀ ନଦୀ ପୋଲ ଉପରେ ଶନିବାର ଏକ ଚକିତ କଲାଭଳି ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri