Categories: ଖେଳ

ଜାତୀୟ ସବ୍‌ଜୁନିୟର ମହିଳା ହକି: ସେମିଫାଇନାଲରେ ଓଡ଼ିଶା

ଭୁବନେଶ୍ୱର, ୧୬।୩(କ୍ରୀଡ଼ା ପ୍ରତିନିଧି)-ଝାଡ଼ଖଣ୍ଡର ସିମଡେଗାଠାରେ ଚାଲିଥିବା ୧୧ତମ ଜାତୀୟ ସବ୍‌ଜୁନିୟର ମହିଳା ହକି ଚାମ୍ପିୟନଶିପ୍‌ର ସେମିଫାଇନାଲରେ ଓଡ଼ିଶା ପ୍ରବେଶ କରିଛି। ସୋମବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ଓଡ଼ିଶା ୫-୧ ଗୋଲରେ ପଞ୍ଜାବକୁ ପରାସ୍ତ କରିଛି। ଓଡ଼ିଶା ପକ୍ଷରୁ ଦୀପିକା ବାର୍‌ଓ୍ବା ୩୭ ଓ ୫୧ତମ ମିନିଟରେ ୨ଟି ଗୋଲ ଦେଇଥିବାବେଳେ ନିଶା ଦାଦେଲ ୧୩, ରମ୍ଭା କୁଜୁର ୪୧ ଓ କନିକା କେର୍କେଟା ୨୭ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ପଞ୍ଜାବ ଅଧିନାୟିକା ସୁଖଭୀର କୌର ୫୫ତମ ମିନିଟରେ ଗୋଟିଏ ଗୋଲ ପରିଶୋଧ କରିଥିଲେ। ଅନ୍ୟ ମ୍ୟାଚଗୁଡ଼ିକ ମଧ୍ୟରେ ହରିୟାଣା ୨୩-୦ରେ ତାମିଲନାଡ଼ୁ, ଉତ୍ତରପ୍ରଦେଶ ୧୧-୦ରେ ବିହାର ଓ ଝାଡ଼ଖଣ୍ଡ ୧୬-୦ ଗୋଲରେ ଦିଲ୍ଲୀକୁ ହରାଇ ସେମିଫାଇନାଲରେ ପହଞ୍ଚତ୍ଛି। ୧୭ ତାରିଖରେ ସେମିଫାଇନାଲ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶା ଆୟୋଜକ ଝାଡ଼ଖଣ୍ଡକୁ ଭେଟିବାକୁ ଥିବାବେଳେ ଉତ୍ତର ପ୍ରଦେଶ ଓ ହରିୟାଣା ମଧ୍ୟରେ ମୁକାବିଲା ହେବ।

Share