Posted inଖେଳ

ରାଣୀ, ସର୍ଦ୍ଦାର ପ୍ରଶିକ୍ଷକ

ଭୁବନେଶ୍ୱର,୨୨ା୮(ସରୋଜ ଜେନା): ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ସୋମବାର ଠାରୁ ଆରମ୍ଭ ହୋଇଛି ଜାତୀୟ ସବ୍‌ଜୁନିୟର ଜାତୀୟ ହକି କ୍ୟାମ୍ପ। ପୂର୍ବତନ ଭାରତୀୟ ଖେଳାଳି ସର୍ଦ୍ଦାର ସିଂ ଓ ରାଣୀ ରାମପାଲଙ୍କ ଅଧୀନରେ ୮୦ରୁ ଅଧିକ ଖେଳାଳି ଏହି କ୍ୟାମ୍ପରେ ସାମିଲ ହୋଇଛନ୍ତି। ଦେଶର ବିଭିନ୍ନ ରାଜ୍ୟରୁ ୪୦ ଜଣ ଲେଖାଏ ବାଳକ ଓ ବାଳିକା ଏହି କ୍ୟାମ୍ପରେ ଯୋଗ ଦେଇଛନ୍ତି। ଏହା ବ୍ୟତୀତ ଖେଳାଳି ମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ୧୬ ଜଣ ସପୋର୍ଟ ଷ୍ଟାଫ୍‌ ରହିଛନ୍ତି। ଖେଳରତ୍ନ ପୁରସ୍କାର ବିଜେତା ସର୍ଦ୍ଦାର ଓ ରାଣୀଙ୍କୁ ଯଥାକ୍ରମେ ବାଳକ ଓ ବାଳିକା ଦଳର କୋଚ୍‌ ଘୋଷଣା କରାଯାଇଥିବା ବେଳେ ଆହୁରି ଅନେକ ପୂର୍ବତନ ଖେଳାଳି ସପୋର୍ଟ ଷ୍ଟାଫ୍‌ ଭାବରେ ସାମିଲ ହୋଇଛନ୍ତି। ଭାରତୀୟ ଦଳର ପୂର୍ବତନ ଅଧିନାୟିକା ଅସୁନ୍ତା ଲାକ୍ରା ଓ ଓଡ଼ିଆ ତାରକା ଲିଲିମା ମିଞ୍ଜ କୋଚିଂରେ ରାଣୀଙ୍କୁ ସହାୟତା କରୁଛନ୍ତି। ଅନ୍ୟ ପକ୍ଷରେ ଏସିଆନ୍‌ ଗେମ୍ସ ସ୍ବର୍ଣ୍ଣ ବିଜେତା ଲାଜରୁସ ବାର୍ଲା ଓ ଏସିଆ କପ ବିଜେତା ଗୋଲ କିପର ଆଡ୍ରିଆନ୍‌ ଡି ସୌଜା କୋଚିଂରେ ସର୍ଦ୍ଦାରଙ୍କୁ ସହାୟତା କରୁଛନ୍ତି।
ତୃଣମୂଳ ସ୍ତରରୁ ହକି ଖେଳର ସ୍ତରକୁ ଉନ୍ନତ କରିବା ପାଇଁ ହକି ଇଣ୍ଡିଆର ସଭାପତି ଦିଲୀପ ତୀର୍କି ଏହି କାର୍ଯ୍ୟକ୍ରମ ଲଞ୍ଚ କରିଥିଲେ। ଯୁବ ଖେଳାଳି ମାନଙ୍କୁ ଅନ୍ତର୍ଜାତୀୟ ଖେଳାଳିଙ୍କ ଅଭିଜ୍ଞତା ପ୍ରଦାନ କରିବା ପାଇଁ ସେ ଏହି କାର୍ଯ୍ୟକ୍ରମ ଲଞ୍ଚ କରିବା ସହ ରାଣୀ ଓ ସର୍ଦ୍ଦାରଙ୍କ ପରି ଖେଳାଳିଙ୍କୁ ସାମିଲ କରିଥିଲେ। ହକି ଇଣ୍ଡିଆ ତୃଣମୂଳ ସ୍ତରରୁ ହକି ଖେଳାଳିଙ୍କ ବିକାଶ ଦିଗରେ କାର୍ଯ୍ୟ କରୁଥିବାରୁ ମୁଁ ଅତ୍ୟନ୍ତ ଖୁସି ବୋଲି କହିଛନ୍ତି ତୀର୍କି। ଜୋନାଲ୍‌ ଓ ନ୍ୟାଶନାଲ ସବ ଜୁନିୟର ଚାମ୍ପିୟନଶିପ୍‌ରୁ ଏହି ଖେଳାଳି ମାନଙ୍କ ଚୟନ କରାଯାଇଛି। ଏହା ସହିତ ଓଡ଼ିଶା ସରକାରଙ୍କ ପକ୍ଷରୁ ମିଳିଥିବା ସହାୟତା ପାଇଁ ତୀର୍କି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସର୍ଦ୍ଦାର ଓ ରାଣୀଙ୍କ ପରି ଖେଳାଳି କେବଳ ଫିଲ୍ଡରେ ନୁହେଁ ବରଂ ଫିଲ୍ଡ ବାହାରେ ଖେଳାଳି ମାନଙ୍କ ବିକାଶରେ ସାହାଯ୍ୟ କରିବେ ବୋଲି ସେ କହିଛନ୍ତି। ଏହି କ୍ୟାମ୍ପ ଦେଶର ହକିରେ ଏକ ବୈପବ୍ଲିକ ପରିବର୍ତ୍ତନ ଆଣିବ ବୋଲି କହିଛନ୍ତି ହକି ଇଣ୍ଡିଆର ସେକ୍ରେଟାରୀ ଜେନେରାଲ ଭୋଳାନାଥ ସିଂ। ଦିଲୀପ ଓ ମୁଁ କାର୍ଯ୍ୟକାରୀ ସଦସ୍ୟ ରହିଥିବା ବେଳେ ଏ ସମ୍ପର୍କରେ ଆଲୋଚନା କରୁଥିଲୁ। ଯୋଜନା ବର୍ତ୍ତମାନ ବାସ୍ତବତାରେ ପରିଣତ ହୋଇଥିବାରୁ ଖୁସି ଲାଗୁଛି ବୋଲି କହିଛନ୍ତି ଭୋଳାନାଥ।


Enter your email to get our daily news in your inbox.

All Right Reserved By Dharitri.Com

ଧାନବିକ୍ରି ପଞ୍ଜୀକରଣ ଆରମ୍ଭରୁ ଏଗ୍ରିଷ୍ଟାକ କଟକଣାକୁ ବିରୋଧ, ସବୁଠି ତେଜିଲା ଚାଷୀ ଅସନ୍ତୋଷ, ଆଜି ହେବ…

ବରଗଡ଼,୧୦ା୮(ପ୍ରେମାନନ୍ଦ ଖମାରୀ): ଧାନବିକ୍ରି ନେଇ ରାଜ୍ୟ ସରକାର ଦିନକୁ ଦିନ ଗୋଟିଏ ପରେ ଗୋଟିଏ ନିୟମ ଲାଗୁ କରୁଛନ୍ତି। ଏଥିପାଇଁ ପ୍ରତି ୬ମାସରେ ଥରେ ଚାଷୀ ପଞ୍ଜୀକରଣ…

JPSC ପରୀକ୍ଷା ହେରଫେର ମାମଲାରେ EDର ଏଣ୍ଟ୍ରି; ଆସୁ ଆସୁ ନେଲା ବଡ଼ ଆକ୍ସନ

ନୂଆଦିଲ୍ଲୀ,୧୦।୮: ଝାଡ଼ଖଣ୍ଡରେ JPSCର 14ତମ ପ୍ରିଲିମିନାରୀ ଟେଷ୍ଟ (PT) ଏବଂ ଅନ୍ୟାନ୍ୟ ସମ୍ବନ୍ଧିତ ପରୀକ୍ଷାରେ ହୋଇଥିବା ଅନିୟମିତତାର ତଦନ୍ତ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପଦକ୍ଷେପ ନେଇଛି।…

ଏଇ ଭାରତରେ

ଅନେକ ସମୟରେ ଜଣେ ମହିଳା ପରିବାର ପ୍ରତିପୋଷଣର ଦାୟିତ୍ୱ ବହନ କରିବା ଲାଗି ଏକ ପୁରୁଷକୈନ୍ଦ୍ରିକ ପେସାକୁ ଆଦରିନେବାକୁ ବାଧ୍ୟ ହୋଇଥାନ୍ତି, ଯାହା ଘଟିଛି ଜାନ୍‌ସୀ ବି.ଭି.ଙ୍କ…

ଝାଡ଼ଖଣ୍ଡ ବିଧାନସଭା ଘେରାଓ ପୂର୍ବରୁ ରାଞ୍ଚିରେ କଡ଼ା ହେଲା ସୁରକ୍ଷା ବ୍ୟବସ୍ଥା

ରାଞ୍ଚି,୧୦।୮: ଛାତ୍ରଙ୍କ ପ୍ରତିବାଦ ଏବଂ ବିଧାନସଭା ଘେରାଉ ଡାକରା ପରେ, ବିଧାନସଭାକୁ ଯାଉଥିବା ରାସ୍ତାରେ ସୁରକ୍ଷା ବଳୟ ସ୍ଥାପନ କରାଯାଇଛି, ଯାହା ଫଳରେ ବିକ୍ଷୋଭକାରୀମାନେ ସେହି ସ୍ଥାନରେ…

ବୈଦିକ ଶିକ୍ଷା ବ୍ୟବସ୍ଥା

ବୈଦିକ ଯୁଗର ଶିକ୍ଷା ପଦ୍ଧତି ନୈତିକ ମୂଲ୍ୟବୋଧ ଉପରେ ଆଧାରିତ ଥିଲା। ଶିକ୍ଷାର କୌଣସି ବ୍ୟବସାୟୀକରଣ ନ ଥିଲା। ବିଦ୍ୟାର୍ଥୀମାନେ ଆବାସିକ ଗୁରୁକୁଳରେ ରହି ଶିକ୍ଷା ଗ୍ରହଣ…

ଏଠି କିଛି ବି ହୋଇପାରେ

କିଛିବର୍ଷ ପୂର୍ବେ ଓଡ଼ିଶାର ଏକ ବୃହତ୍‌ ଜନଜାତି ଶିକ୍ଷାନୁଷ୍ଠାନରେ ଅଧ୍ୟାପନା କରୁଥିଲି। ସେସମୟରେ ସେଠାରେ ଆୟୋଜିତ ହୋଇଥିଲା ଏକ ବିଶେଷ କାର୍ଯ୍ୟକ୍ରମ। ସେହି ଅବସରରେ ହିନ୍ଦୀ ଚଳଚ୍ଚିତ୍ର…

କାର୍‌-ମୋଟରସାଇକେଲ ମୁହାଁମୁହିଁ, ୨ ଭାଇ ଗୁରୁତର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିଜ କାର୍‌ରେ ନେଇ…

ପଟାଙ୍ଗି,୧୦ା୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଗିର୍ଲିଗୁଡ଼ା ଛକ ନିକଟରେ ମାରୁତି କାର୍‌ ସହ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ କାର୍‌ରେ…

ଢେପାଗୁଡ଼ାରେ ପୁଣି ଭୂସ୍ଖଳନ, ୪ ପରିବାର ଅନ୍ୟତ୍ର ସ୍ଥାନାନ୍ତର

ରାଇକିଆ,୧୦ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ଇନ୍ଦ୍ରଗଡ ପଞ୍ଚାୟତର ଢେପାଗୁଡ଼ା ଗ୍ରାମରେ ପୁଣି ଭୂସ୍ଖଳନ ହୋଇଛି। ଏହାକୁ ନେଇ ଗ୍ରାମବାସୀ ଭୟଭୀତ ହୋଇ ରହିଛନ୍ତି। ଗାଁକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri