Categories: ଫୁରସତ

ଜନନୀ ସୁରକ୍ଷା ଜରୁରୀ

ପିଲାଟିଏ ଜନ୍ମହେବା ସହିତ ଉଭୟ ନବଜାତ ଶିଶୁ ଏବଂ ପ୍ରସୂତିଙ୍କ ସୁରକ୍ଷା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଜନନୀଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଏପ୍ରିଲ ୧୧ରେ ଜାତୀୟ ସୁରକ୍ଷିତ ମାତୃତ୍ୱ ଦିବସ ପାଳନ କରାଯାଇଥାଏ ।
ଗର୍ଭାବସ୍ଥାରେ, ପ୍ରସବ ସମୟରେ ଏବଂ ପ୍ରସବକାଳୀନ ସେବାରେ ପର୍ଯ୍ୟାପ୍ତ ଯତ୍ନନେବା କ୍ଷେତ୍ରରେ ସଚେତନତା ସୃଷ୍ଟିକରିବା ପାଇଁ ଏହା ଭାରତୀୟ ହ୍ବାଇଟ ରିବନ ଆଲାଏନ୍ସର ଏକ ସ୍ବତନ୍ତ୍ର ପଦକ୍ଷେପ। ଭାରତରେ ମାତୃ ମୃତ୍ୟୁ ହାର ୧୫ ପ୍ରତିଶତ, ଯାହାକି ପୃଥିବୀରେ ସର୍ବାଧିକ। ଗର୍ଭାବସ୍ଥାରେ ଯତ୍ନ ଅଭାବରୁ ପ୍ରତିବର୍ଷ ଭାରତରେ ୪୪,୦୦୦ ମହିଳାଙ୍କର ମୃତ୍ୟୁ ଘଟିଥାଏ । ୧୮୦୦ ସଂଗଠନର ମିଳିତ ମଞ୍ଚ ଭାରତୀୟ ହ୍ବାଇଟ ରିବନ ଆଲାଏନ୍ସର ଅନୁରୋଧକ୍ରମେ ଭାରତ ସରକାର ଏପ୍ରିଲ ୧୧କୁ ୨୦୦୩ରେ ଜାତୀୟ ସୁରକ୍ଷିତ ମାତୃତ୍ୱ ଦିବସ ଭାବରେ ଘୋଷଣା କରିଥିଲେ ।
ଏହିଦିନଟି କସ୍ତୁରବା ଗାନ୍ଧୀଙ୍କ ଜନ୍ମବାର୍ଷିକୀ ଭାବେ ମଧ୍ୟ ପାଳନ କରାଯାଇଥାଏ ।
ଏବଂ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ଉପଯୁକ୍ତ ସ୍ବାସ୍ଥ୍ୟସେବା ଏବଂ ପ୍ରସୂତି ସୁବିଧା ବିଷୟରେ ସଚେତନତା ସୃଷ୍ଟିକରିବା ଲାଗି ଏହି ଦିବସ ପାଳନ ଅବସରରେ ଅଭିଯାନ ଆୟୋଜିତ ହୋଇଥାଏ । ମହିଳାମାନଙ୍କର ନିରାପତ୍ତା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ନିରାପଦ ପ୍ରସବ ଏବଂ ଗର୍ଭଧାରଣ ସମେତ ଯେକୌଣସି ଅବସ୍ଥାରେ ସେମାନଙ୍କ ପାଇଁ ଜୀବନ ବଞ୍ଚିବାର ଅଧିକାରକୁ ସୁନିଶ୍ଚିତ କରିବା ଲାଗି ଏହି ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ଗୁଡ଼ିକରେ ଲକ୍ଷ୍ୟ ରଖାଯାଇଥାଏ ।
ସ୍ବାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ, ଗର୍ଭଧାରଣ ଏବଂ ପ୍ରସବ ସମ୍ବନ୍ଧୀୟ ପ୍ରତିରୋଧକ କାରଣରୁ ପ୍ରତିଦିନ ପ୍ରାୟ ୮୩୦ ମହିଳାଙ୍କର ମୃତ୍ୟୁ ଘଟିଥାଏ । ବିକାଶଶୀଳ ଦେଶଗୁଡ଼ିକରେ ମାତୃ ମୃତ୍ୟୁହାର ମଧ୍ୟ ଅଧିକ ରହିଛି। ପ୍ରସବ ପୂର୍ବରୁ, ସମୟରେ ଏବଂ ପରେ ମା’ଙ୍କର ଏବଂ ନବଜାତ ଶିଶୁଙ୍କର ଜୀବନ ରକ୍ଷା କରିବା ଲାଗି ଏହି ଅବସରରେ ସଚେତନତା ସୃଷ୍ଟି କରାଯାଇଥାଏ।

Share