ଦିଗପହଣ୍ଡି କୋର୍ଟରେ ଜାତୀୟ ଲୋକ ଅଦାଲତ: ୨୫ ମାମଲାର ହେଲା ଫଇସଲା

ଦିଗପହଣ୍ଡି,୧୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି କୋର୍ଟ ପରିସରରେ ଶନିବାର ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡିସ୍ଥିତ ପ୍ରଥମ ଶ୍ରେଣୀ ଅଦାଲତର ମାଜିଷ୍ଟ୍ରେଟ ସଞ୍ଜୟ କୁମାର ଶୁଭବ୍ରତ ଆଚାର୍ଯ୍ୟ ୬ଟି ଦେୱାନି ମାମଲା ଏବଂ ୧୯ଟି ଫୌଜଦାରୀ ମାମଲାର ଚୂଡାନ୍ତ ଫଇସଲା କରିଥିବା ଜଣାପଡିଛି। ସରକାରୀ ଓକିଲ ନକୁଳ ପ୍ରଧାନ, ଆଇନଜୀବୀ ଅଶେଷ ନାଥ ମିଶ୍ର, ପରେଶ ଚନ୍ଦ୍ର ରଥ, ଗିରିଜା ନନ୍ଦନ ମେକାପ, ପ୍ରିୟ ରଞ୍ଜନ ପଟ୍ଟନାୟକ, ବିଜୟ କୁମାର ପ୍ରଧାନ, ରତ୍ନାକର ମେକାପ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।