ପ୍ରଦୂଷଣ ବଳୟରେ ଜାତୀୟ ଉଦ୍ୟାନ

କେନ୍ଦ୍ରାପଡ଼ା ଅଫିସ,୫।୬: କେନ୍ଦ୍ରାପଡ଼ା ଜିଲାର ଭିତରକନିକା ବିବିଧ ସମ୍ପଦରେ ଭରପୂର। ଗବେଷକ ଓ ପର୍ଯ୍ୟଟକମାନଙ୍କୁ ସବୁବେଳେ ରଙ୍ଗବେରଙ୍ଗର ପକ୍ଷୀ, ବିରଳ ସାମୁଦ୍ରିକ କଇଁଛ, ଡଲ୍‌ଫିନ, ବଉଳା କୁମ୍ଭୀର, ଲୁଣା ଜଙ୍ଗଲ, ଔଷଧୀୟ ଗୁଳ୍ମ ଓ ସାମୁଦ୍ରିକ ପ୍ରାଣୀ ସର୍ବଦା ଆକୃଷ୍ଟ କରୁଛନ୍ତି। ମହାନଦୀ, ବ୍ରାହ୍ମଣୀ, ବୈତରଣୀ ନଦୀ ଓ ସମୁଦ୍ର ତଟାଞ୍ଚଳରେ ସୃଷ୍ଟି ହୋଇଥିବା ଏହି ଜାତୀୟ ଉଦ୍ୟାନ ପ୍ରାକୃତିକ ପରିବେଶ ଓ ଜୈବବିବିଧତା ପାଇଁ ପ୍ରସିଦ୍ଧି ଲାଭ କରିଛି। ଏଠାରେ ୬୭ ପ୍ରକାର ହେନ୍ତାଳ ଗଛ ଥିବାବେଳେ ୨୧୫ ପ୍ରକାରର ଜୀବଜନ୍ତୁ ବାସ କରୁଛନ୍ତି।
୨୦୧୬ ମସିହାରେ ଭିତରକନିକାକୁ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ଦେବା ପାଇଁ ୟୁନେସ୍କୋ ପକ୍ଷରୁ ଏକ ସର୍ଭେ ହୋଇଥିଲା। ଏଥିରେ ଭିତରକନିକା ସୀମା ସରହଦ ମଧ୍ୟରେ ବାଂଲାଦେଶୀ ଶରଣାର୍ଥୀଙ୍କ ବସବାସ, ହେନ୍ତାଳ ବଣ ନଷ୍ଟ କରାଯାଇ ଚିଙ୍ଗୁଡ଼ି ଚାଷ କରାଯିବା ଆଦି କାରଣ ପାଇଁ ଏହି ତାଲିକାରୁ ବାଦ୍‌ ପଡିଥିଲା। ସାମ୍ପ୍ରତିକ ସମୟରେ ଜଳ ପ୍ରଦୂଷଣ ଜଙ୍ଗଲ ପରିବେଶ ନଷ୍ଟ କରିବା ସହ ସାମୁଦ୍ରିକ ଜୀବ ପ୍ରତି ବିପଦ ସୃଷ୍ଟି କରିଛି। ନଦୀନାଳ ଜଳରେ ପ୍ଲୋରାଉଡ୍‌, ଫସ୍‌ଫେଟ୍‌, ନାଇଟ୍ରେଟ୍‌, ଆଇରନ୍‌ ମାତ୍ରାଧିକ ଅଂଶ କୁମ୍ଭୀର, ଡଲ୍‌ଫିନ, ଅଲିଭ ରିଡ୍‌ଲେ ଆଦି ସଂରକ୍ଷିତ ସାମୁଦ୍ରିକ ଜୀବ ସହ ବନ୍ୟ ପ୍ରାଣୀଙ୍କ ପାଇଁ ବିପଦର କାରଣ ହୋଇଛି। ଫଳରେ ବିଭିନ୍ନ ସମୟରେ ହୋଇଥିବା ସର୍ଭେ ରିପୋର୍ଟରେ ପ୍ରଦୂଷଣ ରୋକିବାକୁ ପରାମର୍ଶ ଦିଆଯାଇଛି। ରାଜ୍ୟ ସରକାରଙ୍କ ସେଣ୍ଟ୍ରାଲ ଗ୍ରାଉଣ୍ଡ ୱାଟର ବୋର୍ଡ ୨୦୧୭ରେ ଏକ ସର୍ଭେ କରିଥିଲା। ଏଠାରେ ଭୂତଳ ଜଳରେ ନାଇଟ୍ରେଟ୍‌, ଆଇରନ୍‌ ଓ ଫ୍ଲୋରାଇଡ୍‌ ପରିମାଣ ସାଧାରଣ ଜଳଠାରୁ ଢେର୍‌ ଅଧିକ ରହିଛି, ଯାହା ଭିତରକନିକାର ଜୈବବିବିଧତାକୁ ନଷ୍ଟ କରିବା ପାଇଁ ଯଥେଷ୍ଟ। ଭୂତଳ ଜଳକୁ ରିଚାର୍ଜ ପାଇଁ ନଦୀ, ଶାଖା ନଦୀ ଓ ଅନ୍ୟ ଜଳ ଉତ୍ସର ବ୍ୟବହାର ଲାଗି ଏହି ସର୍ଭେ ରିପୋର୍ଟରେ ଉଲ୍ଲେଖ ଅଛି। ୨୦୧୪ରେ ବାରିପଦାସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ବାୟୋ ଟେକ୍ନୋଲୋଜି ବିଭାଗର ବି.ସି. ବେହେରା, ଭୁବନେଶ୍ୱରସ୍ଥ ଏମ୍‌ଆଇଟିଏସ୍‌ ସ୍କୁଲ ଅଫ୍‌ ବାୟୋ ଟେକ୍ନୋଲୋଜିର ଆର୍‌. ଆର୍‌. ମିଶ୍ର, କଲେଜ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ଏଚ୍‌.ଏନ୍‌. ଥାଟୋଇ, ବାଙ୍ଗାଲୋରସ୍ଥିତ ଆଇଆରଏସ୍‌ର ଏସ୍‌.କେ. ଦତ୍ତା, ରାଉରକେଲାର ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜିର ଜେ.କେ. ପାତ୍ର ପ୍ରମୁଖ ଭିତରକନିକାର ମହାନଦୀ ଡେଲ୍‌ଟା ଅଞ୍ଚଳ ଓ ଭିତରକନିକା ଅଞ୍ଚଳକୁ ସର୍ବେକ୍ଷଣ କରିଥିଲେ। ସେମାନଙ୍କ ରିପୋର୍ଟ ଅନୁଯାୟୀ, ଏହି ଅଞ୍ଚଳର ଜଳ ପରୀକ୍ଷା ସମୟରେ ବିଭିନ୍ନ ରାସାୟନିକ ଦ୍ରବ୍ୟ ପରିମାଣ ବୃଦ୍ଧି ପାଇଁ ଏକପ୍ରକାର ଜହର ପାଲଟିଛି। ସାଧାରଣ ପିଇବା ପାଣିରେ ଲିଟର ପ୍ରତି ୨୫୦ରୁ ୧୦୦୦ ମିଲିଗ୍ରାମ୍‌ କ୍ଲୋରାଇଡ୍‌ ରହିବା କଥା କିନ୍ତୁ ଏହି ଅଞ୍ଚଳ ପାଣିରେ ୪,୩୮୯ରୁ ୧୨,୫୭୫ ମିଲିଗ୍ରାମ୍‌ କ୍ଲୋରାଇଡ୍‌ ରହୁଛି। ସେହିପରି ଫସ୍‌ଫେଟ୍‌ ପରିମାଣ ଅହେତୁକ ବୃଦ୍ଧି ପାଇଛି। କ୍ୟାଲ୍‌ସିୟମ ପରିମାଣ ବିଭିନ୍ନ ସ୍ଥାନରେ ବଦଳୁଛି। ଶିଳ୍ପରୁ ନିର୍ଗତ ବର୍ଜ୍ୟବସ୍ତୁ ନଦୀଜଳକୁ ବିଷାକ୍ତ କରୁଥିବା ସେମାନେ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଏହି ଜଳ ଜାତୀୟ ଉଦ୍ୟାନର ଜୈବବିବିଧତା ପ୍ରତି ବିପଦ ସୃଷ୍ଟି କରିଥିବା ବେଳେ ବନ୍ୟ ଓ ସାମୁଦ୍ରିକ ପ୍ରାଣୀ ପ୍ରଦୂଷଣ ପାଇଁ ମୃତ୍ୟୁମୁଖରେ ପଡୁଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ଜଳ ପ୍ରଦୂଷଣକୁ ରୋକିବାକୁ ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏ ନେଇ ଅନୁଧ୍ୟାନ ପରେ ଏହାର ସମାଧାନ ପ୍ରତି ଦୃଷ୍ଟି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଜଣଙ୍କାକୁ ନୁହେଁ ଏକାବେଳକେ ଚାରି ଚାରି ଜଣଙ୍କୁ ଧକ୍କା ଦେଲା କାର :୨ ମୃତ, ୨ ଗୁରୁତର

ଖଜୁରୀପଡ଼ା,୭।୧୨(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ସମ୍ବେପଦରଠାରେ ଏକ ଅଜଣା ଗାଡ଼ି ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ସମ୍ବେପଦର ଗ୍ରାମର ବିଦ୍ୟାଧର...

ଏକ ପରିବେଶୀୟ ଆହ୍ୱାନ

ନିଭର୍ସିଟି ଅଫ ଶିକାଗୋର ଏନର୍ଜି ପଲିସି ଇନ୍‌ଷ୍ଟିଟ୍ୟୁଟ (ଏପିକ) ଦ୍ୱାରା ପ୍ରକାଶିତ ୨୦୨୫ ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା...

ସୃଷ୍ଟିର ଚିରନ୍ତନ ଆଧାର

ନୁଷ୍ୟର ଉଚ୍ଚତର ଚେତନଶୀଳତା ତାକୁ ବାଧ୍ୟ କରିଛି ଏ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରେ ପ୍ରଶ୍ନ ଉତ୍‌ଥାପନ କରିବା ପାଇଁ। ଏ ଜଗତର ସୃଷ୍ଟି କିପରି...

ଧାମରାରେ ବୁଲୁଛି ମହାବଳ ବାଘ: ଭିଡିଓ ଭାଇରାଲ ପରେ ବନ ବିଭାଗ ନାକେଦମ୍‌

ଚାନ୍ଦବାଲି,୭।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳରେ ଏକ ମହାବଳ ବାଘ ବୁଲୁଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

ବୀମାଭୁକ୍ତ ହେବେ ଧନୁଯାତ୍ରା ଦର୍ଶକ, ଦୁର୍ଘଟଣାରେ କଳାକାରଙ୍କ ମୃତ୍ୟୁ ହେଲେ ମିଳିବ…

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧର୍ମ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୪ତାରିଖରୁ ଆରମ୍ଭ ହେବ। ୨୦୨୬ ଜାନୁୟାରୀ ୩ ଯାଏ ଏହି ମହୋତ୍ସବ...

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri