ସଙ୍କଟରେ ଜାତୀୟ ଉଦ୍ୟାନ ମାନ୍ୟତା

କେନ୍ଦ୍ରାପଡ଼ା ଅଫିସ, ୧୫ା୯: ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ଅବବାହିକାରେ ଥିବା ଭିତରକନିକାର ଜୈବ ବିବିଧତା ବିଶ୍ୱ ପ୍ରସିଦ୍ଧ। ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ପ୍ରଜନନ ସ୍ଥଳ, ବହୁ ଲୁଣା କୁମ୍ଭୀର, ଦେଶୀ ବିଦେଶୀ ପକ୍ଷୀଙ୍କ ସମାହାର ଓ ହେନ୍ତାଳବଣ ଗବେଷକଙ୍କ ପାଇଁ ଏହି ଆର୍ଦ୍ରଭୂମି ଗବେଷଣାଗାର ସାଜିଛି। ଏହି ବନାଞ୍ଚଳକୁ ୧୯୭୫ରେ ସଂରକ୍ଷିତ କରାଯାଇଥିବା ବେଳେ ୧୯୯୮ରେ ଜାତୀୟ ଉଦ୍ୟାନ ଓ ୨୦୦୨ରେ ଅନ୍ତର୍ଜାତୀୟ ମାନ୍ୟତା (ରାମସାର ସାଇଟ) ମିଳିଛି। ଏହାସତ୍ତ୍ୱେ ପରିଚାଳନାଗତ ତ୍ରୁଟି ଯୋଗୁ ୨୦୧୭ରେ ବିଶ୍ୱ ଐତିହ୍ୟ ତାଲିକାରୁ ଭିତରକନିକା ବଞ୍ଚତ୍ତ ହୋଇଛି। ଏପରି କି ଜାତୀୟ ଉଦ୍ୟାନ ମାନ୍ୟତା ପାଇଁ ଇଣ୍ଟର ନ୍ୟାଶନାଲ ୟୁନିୟନ ଫର କଞ୍ଜରଭେଶନ ଅଫ୍‌ ନେଚର (ଆଇୟୁସିଏନ୍‌)ର ୪୦ତମ ବୈଠକରେ ବିଭିନ୍ନ କାରଣ ଦର୍ଶାଇ ସମାଲୋଚନା କରାଯାଇଛି। ସେହିପରି ୨୦୧୯ରେ ଜାତୀୟ ଆଇକନିକ ଐତିହ୍ୟସ୍ଥଳ ତାଲିକାରେ ଭିତରକନିକା ସାମିଲ ହୋଇପାରିନାହିଁ। ଏହାର କାରଣ ଖୋଜି ସମସ୍ୟାର ସମାଧାନ ହେବା କଥା। ହେଲେ ଏ ନେଇ ପ୍ରଶାସନ କିମ୍ବା ରାଜ୍ୟ ସରକାର ତତ୍ପରତା ଦେଖାଉ ନ ଥିବାରୁ ଭିତରକନିକା ଜାତୀୟ ଉଦ୍ୟାନ ମାନ୍ୟତା ଏବେ ସଙ୍କଟରେ ରହିଛି ବୋଲି ମତ ପ୍ରକାଶ ପାଇଛି।
ଏ ସମ୍ପର୍କରେ ଅଧ୍ୟାପକ କ୍ଷିତୀଶ କୁମାର ସିଂହ, ସାମାଜିକ କର୍ମୀ ସଞ୍ଜୟ କୁମାର ବେହୁରା, ଜନ ଅଧିକାର ମଞ୍ଚ ସଭାପତି ଭୁବନ ମୋହନ ଜେନା, ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ ପ୍ରମୁଖ କହିଛନ୍ତି, ଭିତରକନିକାର ଆତ୍ମା ହେଉଛି ହେନ୍ତାଳବଣ। ଏହା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସମୁଦ୍ରର ପ୍ରାଚୀର ଭାବେ କେବଳ କାର୍ଯ୍ୟ କରୁନାହିଁ, ବରଂ ପଶୁପକ୍ଷୀ, ବନ୍ୟଜନ୍ତୁ, ସାମୁଦ୍ରିକ ପ୍ରାଣୀଙ୍କ ପାଇଁ ଅନ୍ତୁଡିଶାଳ ସାଜିଛି। ତେବେ ଏହାର ପରିଚାଳନାରେ ତ୍ରୁଟି ରହିଥିବାରୁ ୨୦୧୭ରେ ୟୁନାଇଟେଡ ନେଶନ୍ସ ଏଡୁକେଶନାଲ, ସାଇଣ୍ଟିଫିକ ଆଣ୍ଡ କଲ୍‌ଚରାଲ ଅର୍ଗାନାଇଜେଶନ (ୟୁନେସ୍କୋ) ପକ୍ଷରୁ ଆୟୋଜିତ ଆଇୟୁସିଏନ୍‌ ବୈଠକରେ ଦର୍ଶାଯାଇଛି। ୨୦୧୬ ନଭେମ୍ବର ୨ରୁ ୯ ତାରିଖ ପର୍ଯ୍ୟନ୍ତ ଆଇୟୁସିଏନର ବିଶେଷଜ୍ଞ ନାଓମି ଡକ୍‌ ଓ ରାମ୍‌କୋ ଭନ ମେରୋନ ଭିତରକନିକା ଅଞ୍ଚଳ ଗସ୍ତ କରି ଏହାର ପରିବେଶ ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଏଥିସହ ଷ୍ଟାଟସ୍‌ ଆଣ୍ଡ ଡିଷ୍ଟ୍ରିବ୍ୟୁଶନ ଅଫ୍‌ ମ୍ୟାନଗ୍ରୁଭ ଫରେଷ୍ଟ, ଗ୍ଲୋବାଲ ଇକୋଲୋଜି ଆଣ୍ଡ ବାଇଓଲୋଜି (୨୦୧୧), ସ୍ପାଟିଆଲ ଆନାଲିସିସ୍‌ ଅଫ୍‌ ଆନ୍ଥ୍ରୋପଜେନିକ ଡିଷ୍ଟ୍ରଭାନ୍ସ ଅଫ୍‌ ମ୍ୟାନଗ୍ରୋଭ ଫରେଷ୍ଟ ଅଫ୍‌ ଦି ଭିତରକନିକା କଞ୍ଜରଭେଶନ ଏରିଆ, ଜିଓ ସ୍ପାଇଟାଲ ଆନାଲିସିସ୍‌ ଅଫ୍‌ କୋଷ୍ଟାଲ ଏନ୍‌ଭାଇରନ୍‌ମେଣ୍ଟ ଆଦି ବହୁ ତଥ୍ୟ ଆଧାରକୁ ସେମାନେ ନିରୀକ୍ଷଣ କରିଛନ୍ତି। ସେମାନଙ୍କ ରିପୋର୍ଟ ଅନୁଯାୟୀ, ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ହେନ୍ତାଳବଣର ସୁରକ୍ଷା ଏବେ ଜରୁରୀ ହୋଇପଡିଛି। ସାମୁଦ୍ରିକ ତଟକ୍ଷୟ ବିରଳ ଅଲିଭ ରିଡ୍‌ଲେଙ୍କ ପ୍ରଜନନସ୍ଥଳ ଗହୀରମଥାକୁ କବଳିତ କରିଛି। ଆଗାମୀ କିଛିବର୍ଷ ମଧ୍ୟରେ ପ୍ରଜନନ ପାଇଁ ଏଠାରେ ସ୍ଥାନ ମିଳିବ ନାହିଁ। ସେହିପରି ଭିତରକନିକା ସଂରକ୍ଷିତ ଅଞ୍ଚଳ କୁହାଯାଉଥିବା ବେଳେ ସେଠାରେ ୪୧୦ ଗଁା ରହିଥିବା ବନ ବିଭାଗ ଦର୍ଶାଇଛି। ଜୀବନ ଜୀବିକା ପାଇଁ ହେନ୍ତାଳବଣ ନଷ୍ଟ ହେଉଛି। ଏଥିସହ ଏହି ଆର୍ଦ୍ର ଅଞ୍ଚଳକୁ ଆବଶ୍ୟକ ମୁତାବକ ମଧୁର ଜଳର ଅଭାବ ଅଛି। ଏହାର ସୁରକ୍ଷା ପାଇଁ ଭିତରକନିକା ଇକୋ ସେନ୍ସିଟିଭ ଜୋନ ୨୦୧୫ରୁ ଘୋଷଣା ହୋଇଛି। ଜୋନ ଅଞ୍ଚଳରେ ସଚେତନତା ଓ କେତେକ କାର୍ଯ୍ୟକ୍ରମ ନ ଥିବାରୁ ଭିତରକନିକାକୁ ବିଶ୍ୱ ଐତିହ୍ୟ ମାନ୍ୟତାରୁ ବଞ୍ଚତ୍ତ କରାଯାଉଥିବା ବୈଠକର ରିପୋର୍ଟରୁ ଜଣାଯାଇଥିବା ପରିବେଶବିତ୍‌ ଓ ସାମାଜିକ କର୍ମୀମାନେ ମତ ଦେଇଛନ୍ତି। ଏହାସତ୍ତ୍ୱେ ଖରସ୍ରୋତାରୁ ପାଣି ଉଠାଗଲେ ହେନ୍ତାଳବଣ ନଷ୍ଟ ହେବ। ଭିତରକନିକାର ଜାତୀୟ ଉଦ୍ୟାନ ମାନ୍ୟତା ସଙ୍କଟାପନ୍ନ ହେବ ବୋଲି ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ଏଡିଏମ୍‌ ବସନ୍ତ କୁମାର ରାଉତଙ୍କୁ ପଚାରିବାରୁ ଭିତରକନିକାକୁ ସୁରକ୍ଷିତ ରଖିବା ପାଇଁ କେତେକ କଟକଣା ଜାରି ହୋଇଛି। ନିଷିଦ୍ଧାଞ୍ଚଳରେ ପ୍ରବେଶ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସେହିପରି ଚିଙ୍ଗୁଡି ଘେରି ଉଚ୍ଛେଦ, ଅନୁପ୍ରବେଶକୁ ରୋକିବା ଆଦି କାର୍ଯ୍ୟକ୍ରମକୁ ଜିଲା ପ୍ରଶାସନ ଗୁରୁତ୍ୱ ଦେଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?