ସଙ୍କଟରେ ଜାତୀୟ ଉଦ୍ୟାନ ମାନ୍ୟତା

କେନ୍ଦ୍ରାପଡ଼ା ଅଫିସ, ୧୫ା୯: ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ଅବବାହିକାରେ ଥିବା ଭିତରକନିକାର ଜୈବ ବିବିଧତା ବିଶ୍ୱ ପ୍ରସିଦ୍ଧ। ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ପ୍ରଜନନ ସ୍ଥଳ, ବହୁ ଲୁଣା କୁମ୍ଭୀର, ଦେଶୀ ବିଦେଶୀ ପକ୍ଷୀଙ୍କ ସମାହାର ଓ ହେନ୍ତାଳବଣ ଗବେଷକଙ୍କ ପାଇଁ ଏହି ଆର୍ଦ୍ରଭୂମି ଗବେଷଣାଗାର ସାଜିଛି। ଏହି ବନାଞ୍ଚଳକୁ ୧୯୭୫ରେ ସଂରକ୍ଷିତ କରାଯାଇଥିବା ବେଳେ ୧୯୯୮ରେ ଜାତୀୟ ଉଦ୍ୟାନ ଓ ୨୦୦୨ରେ ଅନ୍ତର୍ଜାତୀୟ ମାନ୍ୟତା (ରାମସାର ସାଇଟ) ମିଳିଛି। ଏହାସତ୍ତ୍ୱେ ପରିଚାଳନାଗତ ତ୍ରୁଟି ଯୋଗୁ ୨୦୧୭ରେ ବିଶ୍ୱ ଐତିହ୍ୟ ତାଲିକାରୁ ଭିତରକନିକା ବଞ୍ଚତ୍ତ ହୋଇଛି। ଏପରି କି ଜାତୀୟ ଉଦ୍ୟାନ ମାନ୍ୟତା ପାଇଁ ଇଣ୍ଟର ନ୍ୟାଶନାଲ ୟୁନିୟନ ଫର କଞ୍ଜରଭେଶନ ଅଫ୍‌ ନେଚର (ଆଇୟୁସିଏନ୍‌)ର ୪୦ତମ ବୈଠକରେ ବିଭିନ୍ନ କାରଣ ଦର୍ଶାଇ ସମାଲୋଚନା କରାଯାଇଛି। ସେହିପରି ୨୦୧୯ରେ ଜାତୀୟ ଆଇକନିକ ଐତିହ୍ୟସ୍ଥଳ ତାଲିକାରେ ଭିତରକନିକା ସାମିଲ ହୋଇପାରିନାହିଁ। ଏହାର କାରଣ ଖୋଜି ସମସ୍ୟାର ସମାଧାନ ହେବା କଥା। ହେଲେ ଏ ନେଇ ପ୍ରଶାସନ କିମ୍ବା ରାଜ୍ୟ ସରକାର ତତ୍ପରତା ଦେଖାଉ ନ ଥିବାରୁ ଭିତରକନିକା ଜାତୀୟ ଉଦ୍ୟାନ ମାନ୍ୟତା ଏବେ ସଙ୍କଟରେ ରହିଛି ବୋଲି ମତ ପ୍ରକାଶ ପାଇଛି।
ଏ ସମ୍ପର୍କରେ ଅଧ୍ୟାପକ କ୍ଷିତୀଶ କୁମାର ସିଂହ, ସାମାଜିକ କର୍ମୀ ସଞ୍ଜୟ କୁମାର ବେହୁରା, ଜନ ଅଧିକାର ମଞ୍ଚ ସଭାପତି ଭୁବନ ମୋହନ ଜେନା, ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ ପ୍ରମୁଖ କହିଛନ୍ତି, ଭିତରକନିକାର ଆତ୍ମା ହେଉଛି ହେନ୍ତାଳବଣ। ଏହା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସମୁଦ୍ରର ପ୍ରାଚୀର ଭାବେ କେବଳ କାର୍ଯ୍ୟ କରୁନାହିଁ, ବରଂ ପଶୁପକ୍ଷୀ, ବନ୍ୟଜନ୍ତୁ, ସାମୁଦ୍ରିକ ପ୍ରାଣୀଙ୍କ ପାଇଁ ଅନ୍ତୁଡିଶାଳ ସାଜିଛି। ତେବେ ଏହାର ପରିଚାଳନାରେ ତ୍ରୁଟି ରହିଥିବାରୁ ୨୦୧୭ରେ ୟୁନାଇଟେଡ ନେଶନ୍ସ ଏଡୁକେଶନାଲ, ସାଇଣ୍ଟିଫିକ ଆଣ୍ଡ କଲ୍‌ଚରାଲ ଅର୍ଗାନାଇଜେଶନ (ୟୁନେସ୍କୋ) ପକ୍ଷରୁ ଆୟୋଜିତ ଆଇୟୁସିଏନ୍‌ ବୈଠକରେ ଦର୍ଶାଯାଇଛି। ୨୦୧୬ ନଭେମ୍ବର ୨ରୁ ୯ ତାରିଖ ପର୍ଯ୍ୟନ୍ତ ଆଇୟୁସିଏନର ବିଶେଷଜ୍ଞ ନାଓମି ଡକ୍‌ ଓ ରାମ୍‌କୋ ଭନ ମେରୋନ ଭିତରକନିକା ଅଞ୍ଚଳ ଗସ୍ତ କରି ଏହାର ପରିବେଶ ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଏଥିସହ ଷ୍ଟାଟସ୍‌ ଆଣ୍ଡ ଡିଷ୍ଟ୍ରିବ୍ୟୁଶନ ଅଫ୍‌ ମ୍ୟାନଗ୍ରୁଭ ଫରେଷ୍ଟ, ଗ୍ଲୋବାଲ ଇକୋଲୋଜି ଆଣ୍ଡ ବାଇଓଲୋଜି (୨୦୧୧), ସ୍ପାଟିଆଲ ଆନାଲିସିସ୍‌ ଅଫ୍‌ ଆନ୍ଥ୍ରୋପଜେନିକ ଡିଷ୍ଟ୍ରଭାନ୍ସ ଅଫ୍‌ ମ୍ୟାନଗ୍ରୋଭ ଫରେଷ୍ଟ ଅଫ୍‌ ଦି ଭିତରକନିକା କଞ୍ଜରଭେଶନ ଏରିଆ, ଜିଓ ସ୍ପାଇଟାଲ ଆନାଲିସିସ୍‌ ଅଫ୍‌ କୋଷ୍ଟାଲ ଏନ୍‌ଭାଇରନ୍‌ମେଣ୍ଟ ଆଦି ବହୁ ତଥ୍ୟ ଆଧାରକୁ ସେମାନେ ନିରୀକ୍ଷଣ କରିଛନ୍ତି। ସେମାନଙ୍କ ରିପୋର୍ଟ ଅନୁଯାୟୀ, ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ହେନ୍ତାଳବଣର ସୁରକ୍ଷା ଏବେ ଜରୁରୀ ହୋଇପଡିଛି। ସାମୁଦ୍ରିକ ତଟକ୍ଷୟ ବିରଳ ଅଲିଭ ରିଡ୍‌ଲେଙ୍କ ପ୍ରଜନନସ୍ଥଳ ଗହୀରମଥାକୁ କବଳିତ କରିଛି। ଆଗାମୀ କିଛିବର୍ଷ ମଧ୍ୟରେ ପ୍ରଜନନ ପାଇଁ ଏଠାରେ ସ୍ଥାନ ମିଳିବ ନାହିଁ। ସେହିପରି ଭିତରକନିକା ସଂରକ୍ଷିତ ଅଞ୍ଚଳ କୁହାଯାଉଥିବା ବେଳେ ସେଠାରେ ୪୧୦ ଗଁା ରହିଥିବା ବନ ବିଭାଗ ଦର୍ଶାଇଛି। ଜୀବନ ଜୀବିକା ପାଇଁ ହେନ୍ତାଳବଣ ନଷ୍ଟ ହେଉଛି। ଏଥିସହ ଏହି ଆର୍ଦ୍ର ଅଞ୍ଚଳକୁ ଆବଶ୍ୟକ ମୁତାବକ ମଧୁର ଜଳର ଅଭାବ ଅଛି। ଏହାର ସୁରକ୍ଷା ପାଇଁ ଭିତରକନିକା ଇକୋ ସେନ୍ସିଟିଭ ଜୋନ ୨୦୧୫ରୁ ଘୋଷଣା ହୋଇଛି। ଜୋନ ଅଞ୍ଚଳରେ ସଚେତନତା ଓ କେତେକ କାର୍ଯ୍ୟକ୍ରମ ନ ଥିବାରୁ ଭିତରକନିକାକୁ ବିଶ୍ୱ ଐତିହ୍ୟ ମାନ୍ୟତାରୁ ବଞ୍ଚତ୍ତ କରାଯାଉଥିବା ବୈଠକର ରିପୋର୍ଟରୁ ଜଣାଯାଇଥିବା ପରିବେଶବିତ୍‌ ଓ ସାମାଜିକ କର୍ମୀମାନେ ମତ ଦେଇଛନ୍ତି। ଏହାସତ୍ତ୍ୱେ ଖରସ୍ରୋତାରୁ ପାଣି ଉଠାଗଲେ ହେନ୍ତାଳବଣ ନଷ୍ଟ ହେବ। ଭିତରକନିକାର ଜାତୀୟ ଉଦ୍ୟାନ ମାନ୍ୟତା ସଙ୍କଟାପନ୍ନ ହେବ ବୋଲି ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ଏଡିଏମ୍‌ ବସନ୍ତ କୁମାର ରାଉତଙ୍କୁ ପଚାରିବାରୁ ଭିତରକନିକାକୁ ସୁରକ୍ଷିତ ରଖିବା ପାଇଁ କେତେକ କଟକଣା ଜାରି ହୋଇଛି। ନିଷିଦ୍ଧାଞ୍ଚଳରେ ପ୍ରବେଶ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସେହିପରି ଚିଙ୍ଗୁଡି ଘେରି ଉଚ୍ଛେଦ, ଅନୁପ୍ରବେଶକୁ ରୋକିବା ଆଦି କାର୍ଯ୍ୟକ୍ରମକୁ ଜିଲା ପ୍ରଶାସନ ଗୁରୁତ୍ୱ ଦେଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା ତୋରଣ ଭଙ୍ଗା ଘଟଣା: ଜନପ୍ରିୟ ସରକାରକୁ ବଦନାମ କରିବାକୁ ଚାଲିଛି ଚକ୍ରାନ୍ତ,ବରଗଡ଼ ଏମପି…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା ସବୁଠି ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାର ତୁରନ୍ତ ଭିଜିଲାନ୍ସ ତଦନ୍ତ କରିବା ପାଇଁ ବରଗଡ଼…

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

ଉତ୍କଟ ପାନୀୟ ଜଳ ସମସ୍ୟା: ଗରା-ମାଠିଆ ଧରି ୨୦ କିଲୋମିଟର ପଦଯାତ୍ରା କଲେ ଶତାଧିକ ମହିଳା,ପ୍ରତିବାଦ…

ବଲାଙ୍ଗିର, ୨୬।୫ (ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଏବେ ଉତ୍କଟ ରୂପ ଧାରଣ କରିଛି। ପିଇବା ପାଣି…

କଂଗ୍ରେସର ବଡ଼ ନିଷ୍ପତ୍ତି: ୧୭ କର୍ମୀଙ୍କ ନିଲମ୍ବନ ପ୍ରତ୍ୟାହାର, ଚିଠି ଲେଖିଲେ ରାଜ୍ୟ ସଭାପତି

ଦାରିଙ୍ଗବାଡି, ୨୬।୫ (ଅରୁଣ ସାହୁ): କନ୍ଧମାଳ ଜିଲା ପ୍ରଦେଶ କଂଗ୍ରେସ କମିଟିର ଜିଲ୍ଲା ସଭାପତି ଚନ୍ଦ୍ରଶେଖର ପରିଡା ଗତ କିଛି ଦିନ ପୁର୍ବରୁ ଦାରିଙ୍ଗବାଡି ଏବଂ ରାଇକିଆ…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ନୀଳକଣ୍ଠେଶ୍ଵର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ: ଶତରୁଦ୍ର ମହାଯଜ୍ଞରେ ପୂଜାର୍ଚ୍ଚନା କଲେ ଖଣି ମନ୍ତ୍ରୀ

ଦିଗପହଣ୍ଡି,୨୬।୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା  ଦିଗପହଣ୍ଡି ସହର ଉପକଣ୍ଠ  କୁଶପଡ଼ା ଗ୍ରାମ ନିକଟ କମାପଡିଆ ସ୍ଥିତ ନୀଳକଣ୍ଠେଶ୍ଵର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଓ ଶତରୁଦ୍ର ମହାଯଜ୍ଞର…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri