ଦିଗପହଣ୍ଡି,୨୪|୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଅପରାହ୍ନରେ ଜାତୀୟ ପଞ୍ଚାୟତରାଜ ଦିବସ ମହାସମାରୋହରେ ପାଳନ କରାଯାଇଛି । ରାଜ୍ୟ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବିଡ଼ିଓ ଅନାମିକା ପାଣ୍ଡେ , ବ୍ଳକ ଅଧ୍ୟକ୍ଷା ଯମୁନା ନାୟକ , ଅତିରିକ୍ତ ବିଡ଼ିଓ ଉମେଶ ସେଠୀ , ବ୍ଳକ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ଅଶୋକ ଶତପଥୀ , ଜିପିଇଓ ରୋଜାଲିନ ଦଳାଇ , ବରିଷ୍ଠ କିରାଣୀ ଭି . କାମେୟା , ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ରଶ୍ମୀ ପ୍ରକାଶିନୀ ଜାନୀ , ଯୋଗାଣ ନିରୀକ୍ଷକ ବ୍ରଜେଶ୍ବର ରାୟ , ଗ୍ରାମ୍ୟ ପାନୀୟଜଳ ବିଭାଗ ସହକାରୀ ଯନ୍ତ୍ରୀ ଇଂ. ଭୀମା ରାଓ , ବ୍ରହ୍ମପୁର ଏମ.ପି ଙ୍କ ବ୍ଳକ ପ୍ରତିନିଧି କେ . ହରିବନ୍ଧୁ ରେଡ୍ଡୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ପଞ୍ଚାୟତ ସ୍ତରରେ ବିଭିନ୍ନ ଜନକଲ୍ୟାଣ ମୂଳକ ସରକାରୀ ଯୋଜନା ଗୁଡ଼ିକର ସଫଳ ରୂପାୟନ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା। ବ୍ଳକ ଅନ୍ତର୍ଗତ କରପଡା , ଗୋକର୍ଣ୍ଣପୁର , ବିଜୟଲକ୍ଷ୍ମୀ ନାରାୟଣପୁର , ବଡଡୁମୁଳା , ଗୈାଡ ଗାଁ , ଚୌଧୁରୀ ଟିକରପଡା , ଆଙ୍କୋରଡା , ବମକୋଇ , ଖମାରୀ ଗାଁ , ସିଦ୍ଧେଶ୍ୱର ପ୍ରମୁଖ ୧୦ ଟି ପଞ୍ଚାୟତ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପ ନିର୍ମାଣ କ୍ଷେତ୍ରରେ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ଯ କରିଥିବା ଯୋଗୁଁ ସରପଞ୍ଚ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନା , ଅନ୍ତଦୋୟ ଗୃହ ଯୋଜନାରେ ବହୁ ସଂଖ୍ୟକ ହିତାଧିକାରୀଙ୍କୁ ଗୃହ ନିର୍ମାଣ ସକାଶେ ସହାୟତା ରାଶି ଚେକ୍ ବଣ୍ଟନ କରାଯାଇଥିଲା । ପରିଶେଷରେ ବିଦ୍ୟାଳୟ ଛାତ୍ରୀଛାତ୍ର ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହ ସେମାନଙ୍କୁ ସମ୍ମାନିତ କରାଯାଇଥିଲା । ବ୍ଳକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବଡ଼ଡୁମ୍ବୁଳା ପଞ୍ଚାୟତ ସରପଞ୍ଚ ଙ୍କୁ ସମ୍ମାନିତ କରାଯାଉଛି।