ତୁମୁଡିବନ୍ଧରେ ଜାତୀୟ ପଞ୍ଚାୟତରାଜ ଦିବସ ପାଳନ: ଭର୍ଚୁଆଲ ମାଧ୍ୟମରେ ଯୋଡି ହେଲେ ମୁଖ୍ୟମନ୍ତ୍ରୀ

ତୁମୁଡିବନ୍ଧ(ଦୀପକ କୁମାର ପରାସେଠ):କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ପରିସରରେ ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଭାଷୀ ମାଧ୍ୟମରେ ଜାତୀୟ ପଞ୍ଚାୟତରାଜ ଦିବସ ପାଳିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ବିଡିଓ ବନବିହାରୀ ହରପାଲ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବାସନ୍ତି ମାଝି, ସମ୍ମାନିତ ଅତିଥି ଭାବେ ବ୍ଳକ ଉପାଧ୍ୟକ୍ଷ ସନ୍ତୋଷ କୁମାର ସାହୁ, ଜିଲା ପରିଷଦ ସଭ୍ୟ ନବୀନ ପାତ୍ର, ଏମ୍‌ପି ପ୍ରତିନିଧି ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ,ସିର୍ଲା ସରପଞ୍ଚ ନୁସୁଙ୍ଗା ପାଟମାଝି, କରୁକୁଡୁପା ସରପଞ୍ଚ ବିଶେଷଣ ମାଝି, ସମିତି ସଭ୍ୟ ବିନୁଙ୍ଗା ମାଝି, ତୁମୁଡିବନ୍ଧ ସରପଞ୍ଚ ପ୍ରିୟଙ୍କା ପଡରା, କୁର୍ତୁମ ଗଡ଼ ସରପଞ୍ଚ ସ୍ବର୍ଣ୍ଣ ଲତା ମାଲିକ ,ବେଲଘର ସରପଞ୍ଚ ଗୋବିନ୍ଦ ମାଝି,ତୁମୁଡିବନ୍ଧ ବ୍ଲକ ଏ ଇ ସରୋଜ କୁମାର ରାଉତ ,ଗ୍ରାମ ପଂଚାୟତ ଉନ୍ନୟନ ଅଧିକାରୀ ଭୁବନି କୁମାର ପ୍ରଧାନ,ତୁମୁଡିବନ୍ଧ ଭାରତୀୟ ଜନତା ପାର୍ଟି ମଣ୍ଡଳ ସଭାପତି ସରମେଶ୍ୱର ମାଝି, ଜିଲା କାର୍ଯକରିଣୀ ସଦସ୍ୟ ଶ୍ରୀଚନ୍ଦ୍ର ପରାସେଠ,ପୂର୍ବତନ ବ୍ଲକ ଯୁବ ସଭାପତି ଶଙ୍କର ବଡନାୟକ, ବ୍ଲକ ଯୁବ ସଭାପତି ଚନ୍ଦନ ପାଢ଼ୀ, ବରିଷ୍ଠ କର୍ମୀ ବଳଭଦ୍ର ରାଉତ,ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ଜଗନ୍ନାଥଙ୍କ ମୂର୍ତ୍ତିରେ ଧୂପ ଦୀପ ଜାଳି ପୁଷ୍ପମାଲ୍ୟ ଅର୍ପଣ ସହ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସ୍ବାଗତ କରାଯାଇଥିଲା। ଏହା ପରେ ମୁଖ୍ୟ ଅତିଥି ବାସନ୍ତି ମାଝି ଉପସ୍ଥିତ ଜନସାଧାରଣଙ୍କୁ ପଞ୍ଚାୟତରାଜ ବିଷୟରେ ବୁଝାଇଥିଲେ । ଏହା ପରେ ବଲାଙ୍ଗୀରଠାରେ ମୁଖ୍ୟମନ୍ତ୍ରୀ ଏହି ଜାତୀୟ ପଞ୍ଚାୟତରାଜ ଦିବସ ପାଳନ କାର୍ଯ୍ୟକ୍ରମକୁ ଅଭାଷୀ ମାଧ୍ୟମରେ ଲୋକଙ୍କ ସହ ଯୋଡି ହୋଇଥିଲେ। ଏହି ଅବସରରେ ତୁମୁଡିବନ୍ଧ ବ୍ଲକର ଅନ୍ତଦ୍ୟୋୟ ଗୃହ ଯୋଜନାରେ ୧୨୦ ଭିନ୍ନକ୍ଷମ, ବିଧବା ଓ ଗରିବ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ତୁମୁଡିବନ୍ଧ ବ୍ଲକର ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଜୀବିକା ମିଶନର ଏମବିକେ, ସିଆରପିସିଏମ, ଅଙ୍ଗନଓ୍ବାଡ଼ି କର୍ମୀ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପ୍ରାୟ ୪୦୦ରୁ ଊଦ୍ଧର୍‌ବ ମହିଳା ଓ ପୁରୁଷମାନେ ଯୋଗ ଦେଇଥିଲେ ।

Odisha’s No.1 Odia Daily

Share