Odisha Elections 2024
Posted inଜାତୀୟ

ବିଭ୍ରାନ୍ତିକର ବିଜ୍ଞାପନକୁ ନେଇ ‘ପତଞ୍ଜଳି’କୁ ଅଦାଲତ ଅବମାନନା ନୋଟିସ୍‌

ନୂଆଦିଲ୍ଲୀ,୨୭।୨: ଯୋଗଗୁରୁ ରାମଦେବଙ୍କ ଅଡ଼ୁଆ ବଢ଼ିଛି। ପତଞ୍ଜଳି ଆୟୁର୍ବେଦ ଏବଂ ଏହାର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କୁ ସୁପ୍ରିମକୋର୍ଟ ମଙ୍ଗଳବାର ଅଦାଲତ ଅବମାନନା ନୋଟିସ ଜାରି କରିଛନ୍ତି। ପୂର୍ବରୁ ଉତ୍ପାଦଗୁଡ଼ିକ ଉପରେ ବିଭ୍ରାନ୍ତିକର ବିଜ୍ଞାପନ ବନ୍ଦ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାସତ୍ତ୍ୱେ ପତଞ୍ଜଳି ଏହାର ଅବମାନନା କରିଥିଲା। ଏଣୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଉକ୍ତ ସଂସ୍ଥା ଏହାର ଔଷଧୀୟ ଉତ୍ପାଦ ଉପରେ ବିଜ୍ଞାପନ ଦେବାରୁ ବିରତ ରହିବାକୁ ଜଷ୍ଟିସ୍‌ ହିମା କୋହଲି ଏବଂ ଏ. ଅମନୁଲ୍ଲାଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଭୁଲ୍‌ ବିଜ୍ଞାପନ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବାରୁ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ସରକାର ଆଖି ବନ୍ଦ କରି ବସିଥିବା ଅଦାଲତ କହିଛନ୍ତି।

କହିରଖୁଛୁ, କୋଭିଡ୍‌ ଟିକାକରଣ ବିରୋଧରେ ପତଞ୍ଜଳି ଗ୍ରୁପ୍‌ ମିଥ୍ୟା ପ୍ରଚାର ଚଳାଇଥିବା ନେଇ ଆଇଏମ୍‌ଏ ପିଟିଶନର ଶୁଣାଣି କରି ଗତବର୍ଷ ନଭେମ୍ବରରେ ସର୍ବୋଚ୍ଚ ଅଦାଲତ ବିଭ୍ରାନ୍ତିକର ବିଜ୍ଞାପନକୁ ନିୟନ୍ତ୍ରଣ କରିବା ନିମନ୍ତେ ପ୍ରସ୍ତାବ ଦେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ପତଞ୍ଜଳି ସମସ୍ତ ମିଥ୍ୟା ଓ ବିଭ୍ରାନ୍ତିକର ବିଜ୍ଞାପନ ତୁରନ୍ତ ବନ୍ଦ କରିବା ପାଇଁ କୋର୍ଟ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଛ ହେଲା ଆପଣଙ୍କ ଭବିଷ୍ୟବାଣୀ, ପ୍ରଶ୍ନ ଶୁଣି ରାଗିଗଲେ ପ୍ରଶାନ୍ତ କିଶୋର!

ନୂଆଦିଲ୍ଲୀ,୨୩।୫: ନିକଟରେ ଏକ ସାକ୍ଷାତକାରରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (ପି.କେ) ଜଣେ ସାମ୍ବାଦିକଙ୍କ ଉପରେ କ୍ରୋଧିତ ହୋଇଥିଲେ। ଯେତେବେଳେ ପୁରୁଣା ନିର୍ବାଚନ ପୂର୍ବାନୁମାନରେ ବାଧା...

ଭାଜପାର ନୋଟିସ୍‌କୁ ନେଇ ଜୟନ୍ତ ସିହ୍ନାଙ୍କ ବଡ଼ ବୟାନ; ମତଦାନ, ଦଳୀୟ ପ୍ରଚାରଠାରୁ ଦୂରରେ ରହିବାକୁ ନେଇ କହିଲେ…

ନ୍ନୂଆଦିଲ୍ଲୀ,୨୩।୫: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାଜପାର ଭେଟେରାନ ନେତା ଜୟନ୍ତ ସିହ୍ନା ଦଳର କାରଣ ଦର୍ଶାଅ ନୋଟିସ୍‌କୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ ଏହି...

କେଜରିଓ୍ବାଲଙ୍କ ସ୍ତ୍ରୀଙ୍କ ସମେତ ମାତାପିତାଙ୍କୁ ହେବ ପଚରାଉଚରା

ନୂଆଦିଲ୍ଲୀ,୨୩।୫: ଦିଲ୍ଲୀ ପୋଲିସ ଆମ ଆଦମୀ ପାର୍ଟି (ଏଏପି) ରାଜ୍ୟ ସଭା ଏମପି ସ୍ବାତି ମାଲିୱାଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆକ୍ରମଣ ଓ ନିର୍ଯ୍ୟାତନା ମାମଲାର ତଦନ୍ତରେ...

ପଶ୍ଚିମବଙ୍ଗରେ ପୁଣି ହିଂସା: ଜଣେ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ

କୋଲକାତା,୨୩ା୫: ମେ’ ୨୫ରେ ଷଷ୍ଠ ପର୍ଯ୍ୟାୟ ମତଦାନ ପୂର୍ବରୁ ପଶ୍ଚିମବଙ୍ଗରେ ପୁଣି ଥରେ ହିଂସା ଘଟିଛି। ରାଜ୍ୟର ନନ୍ଦିଗ୍ରାମରେ ଭାଜପା-ଟିଏମ୍‌ସି କର୍ମୀଙ୍କ ମଧ୍ୟରେ ହିଂସା ଘଟିଥିବା...

ବୁଲ୍‌ଡୋଜର ମଡ଼ାଇ ଫସିଲେ ଆସାମ ମୁଖ୍ୟମନ୍ତ୍ରୀ, ଦେବାକୁ ପଡ଼ିଲା ଏତିକି ଟଙ୍କା ଜରିମାନା

ନୂଆଦିଲ୍ଲୀ,୨୩ା୫: ବୁଲ୍‌ଡୋଜର ମଡ଼ାଇବା ବର୍ତ୍ତମାନ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସରକାରଙ୍କୁ ମହଙ୍ଗା ପଡ଼ିଛି। ଏନେଇ ସରକାରଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦେବାକୁ ପଡ଼ିଛି। ବାସ୍ତବରେ...

ରାହୁଲ ଗାନ୍ଧୀ ମହାପୁରୁଷ, ସେ କଂଗ୍ରେସକୁ ଶେଷ କରିବାକୁ କାମ କରୁଛନ୍ତି: ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ

ସଂମ୍ଭାଲ,୨୩।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ। ରାହୁଲ ଗାନ୍ଧୀଙ୍କୁ ଜଣେ ‘ମହାପୁରୁଷ’ ବୋଲି ବର୍ଣ୍ଣନା କରି ସେ କହିଛନ୍ତି...

ବୈଜ୍ଞାନିକଙ୍କୁ ବଡ଼ ସଫଳତା: ମ୍ୟାଲେରିଆ ଟିକା ପାଇଁ ପାରାସାଇଟ୍‌ ଚିହ୍ନଟ

ନୂଆଦିଲ୍ଲୀ,୨୩ା୫: ଜବାହରଲାଲ୍‌ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ)ର ବୈଜ୍ଞାନିକମାନଙ୍କ ଏକ ଟିମ୍‌ ଏକ ପାରାସାଇଟ୍‌ (ପରଜୀବୀ) ଚିହ୍ନଟ କରିଛନ୍ତି, ଯାହା ମ୍ୟାଲେରିଆ ପ୍ରତିକାର ଏବଂ ଚିକିତ୍ସାରେ ଅଧିକ...

ମତଦାନ ତଥ୍ୟ ସନ୍ଦେହ ବଢ଼ାଇଲା

ନୂଆଦିଲ୍ଲୀ,୨୩ା୫: ଚଳିତ ଲୋକ ସଭା ନିର୍ବାଚନରେ ଭାରତର ନିର୍ବାଚନ କମିଶନ (ଇସିଆଇ) ମତଦାନର ଚୂଡ଼ାନ୍ତ ତଥ୍ୟ ପ୍ରକାଶ କରିବାରେ ୧୦-୧୧ ଦିନ ନେଉଛନ୍ତି। ଶେଷରେ ଆସୁଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri