କେସିଙ୍ଗା,୯।୫(ତୁମେଶ୍ୱର ସାହୁ,): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ତାଲୁକ ଆଇନ ସେବା ସମିତି ପକ୍ଷରୁ ଅଦାଲତ ପରିସରରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅଧ୍ୟକ୍ଷା ଦୀପ୍ତି ସେଠଙ୍କ ନେତୃତ୍ୱରେ ଶନିବାର ଅନୁଷ୍ଠିତ ହୋଇ ଯାଇଛି। ଏହି ଲୋକ ଅଦାଲତରେ ଦୁଇଟି ଚେକ ବାଉନ୍ସ ମାମଲାରେ ୮ ଲକ୍ଷ ୩୪ହଜାର ୯୨୨ଟଙ୍କା ଆଦାୟ ହୋଇଥିଲା। ଗୋଟିଏ ଟ୍ରାଫିକ ଚାଲାଣ ମାମଲାରେ ବିଚାର କରାଯାଇ ୧ହଜାର ୬୦୦ଟଙ୍କା ଆଦାୟ କରାଯାଇଥିଲା। ସେହିପରି ପ୍ରାକ ବ୍ୟାଙ୍କ ଜନିତ ମୋକଦ୍ଦମା ବାବଦରେ ୨୫ଟି ମାମଲାରେ ୧ଲକ୍ଷ ୭୮ହଜାର ୩୦୦ ଋଣ ଖିଲାପି ଟଙ୍କା ଆଦାୟ କରାଯାଇଥିଲା। କେସିଙ୍ଗା ତହସିଲ କାର୍ଯ୍ୟାଳୟ ଅନୁଷ୍ଠିତ ଏହି ଲୋକ ଆଦାଲତରେ ୧୦୦ଟି ମାମଲାରେ ୫ଲକ୍ଷ ୯୬ହଜାର ୧୨୫ ଟଙ୍କା ରାଜସ୍ବ ଆଦାୟ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ ଆଇନଜୀବୀ, ଅଦାଲତର ସମସ୍ତ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ।